ଐଶ୍ୱର୍ଯ୍ୟା ଦେୱାନ
ଐଶର୍ଯ୍ୟା ଦେୱାନ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ୍ । ସେ ମୁଖ୍ୟତଃ ମାଲାୟଲମ୍, ତାମିଲ, କନ୍ନଡ଼ ଏବଂ ହିନ୍ଦୀ ଭାଷାର କଥାଚିତ୍ରରେ କାମ କରନ୍ତି ।[୧] ସେ ୨୦୧୭ ମସିହାରେ ଫେମିନା ମିସ୍ ଇଣ୍ଡିଆ, ମହାରାଷ୍ଟ୍ରର ବିଜୟୀନି ହୋଇହଥିଲେ ଏବଂ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ।[୨] ପ୍ରତିଯୋଗିତା ସମୟରେ ସେ କିଛି ଭାଗର ପୁରସ୍କାର ଜିତିଥିଲେ[୩] ଏବଂ ଫାଇନାଲ୍ରେ ପହଞ୍ଚିଥିବା ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୪] ସେ ୨୦୧୧ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ ମସିହାରେ ସେ କାଶୀ - ଇନ୍ ସର୍ଚ୍ଚ ଅଫ୍ ଗଙ୍ଗା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]
ଐଶ୍ୱର୍ଯ୍ୟା ଦେୱାନ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
Title | ଫେମିନା ମିସ୍ ଇଣ୍ଡିଆ ମହାରାଷ୍ଟ୍ର, ୨୦୧୭ (ବିଜୟୀନି) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଐଶ୍ୱର୍ଯ୍ୟା ବାଙ୍ଗାଲୋରଠାରେ ଏକ ମାଲାୟାଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏସ୍. ଦେୱାନ ଏବଂ ମାଆ ଶୀଜା ଦେୱାନ କେରଳର ପାଲକ୍କଡ଼ ଜିଲ୍ଲାର ଶୋରାନୁର ଗ୍ରାମର ମୂଳ ବାସିନ୍ଦା ।[୧]
ଅଭିନୟ ଜୀବନ
ସମ୍ପାଦନାସେ ୨୦୧୧ ମସିହାରେ ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ ଥିଲା ୟୁବାନ, ଯେଉଁଥିରେ ସେ ସିଦ୍ଧାର୍ଥ ରାଜକୁମାର ଏବଂ ରକୁଲ ପ୍ରୀତ ସିଂହଙ୍କ କାମ କରିଥିଲେ ।[୬] ୨୦୧୨ ମସିହାରେ ସେ ପୃଧଭିରାଜ ସୁକୁମାରାନଙ୍କ ନାୟିକା ଭାବରେ ସିଂହାସନମ୍ ଜରିଆରେ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]
ସିଂହାସନମ୍ ପରେ ସେ ବାଲାଙ୍କ ଦି ହିଟ୍ ଲିଷ୍ଟ ଏବଂ ମେଜର ରବିଙ୍କ କର୍ମୟଦ୍ଧାରେ ଅଭିନୟ କରିଥିଲେ ।[୮]
୨୦୧୩ ମସିହାରେ, ସେ ଭି.କେ. ପ୍ରକାଶଙ୍କ କଥାଚିତ୍ର ଥ୍ୟାଙ୍କ ୟୁରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ୨୦୧୪ ମସିହାର ଆରମ୍ଭରେ ସେ କେ.ଭି. ଆନନ୍ଦଙ୍କ ନିର୍ଦ୍ଦେଶିତ ତାମିଲ କଥାଚିତ୍ର ଆନିଗନ୍ରେ ଧନୁଷଙ୍କ ନାୟିକା ଭାବରେ କାମ କରିଥିଲେ, ଯାହାକି ଉଭୟ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତ୍ୟବ |
---|---|---|---|---|
୨୦୧୧ | କେରାତମ୍ | ଗୀତା | ତେଲୁଗୁ | |
ୟୁବାନ୍ | ମୀନା | ତାମିଲ୍ | ||
୨୦୧୨ | ସିଂହାସନମ୍ | ନନ୍ଦା | ମାଲାୟାଲମ୍ | |
ହିଟ୍ ଲିଷ୍ଟ୍ | ଅବନ୍ତିକା | ମାଲାୟାଲମ୍ | ||
କନ୍ନଡ଼ | ||||
କର୍ମୟୋଦ୍ଧା | ଅପହରଣ ହୋଇଥିବା ଝିଅ | ମାଲାୟାଲମ୍ | ||
ଚେନ୍ନାଇୟିଲ ଓରୁ ନାଲ୍ | ଜେନିଫର୍ ମେରି ଟୋନି | ତାମିଲ୍ | ||
୨୦୧୩ | ଥ୍ୟାଙ୍କ୍ ୟୁ | ଶ୍ରୁତି | ମାଲାୟାଲମ୍ | |
ଜୟ ଲଳିତା | ଲଳିତା | କନ୍ନଡ଼ | [୯] | |
୨୦୧୪ | ଶ୍ରୀନିବାସନ୍ ପରଞ୍ଜା କାଦା | ମାଲାୟାଲମ୍ | ||
୨୦୧୫ | ଆନିଗମ୍ | ମୀରା ଏବମ ମଲ୍ଲିକା | ତାମିଲ୍/ତେଲୁଗୁ | |
୨୦୧୮ | କାଶୀ - ଇନ୍ ସର୍ଚ୍ଚ ଅଫ୍ ଗଙ୍ଗା | ଦେବିନା | ହିନ୍ଦୀ | [୧୦] |
ଆଧାର
ସମ୍ପାଦନା- ↑ ୧.୦ ୧.୧ Liza George (2 May 2013). "Shot to fame". The Hindu. Archived from the original on 7 July 2014. Retrieved 22 May 2013.
- ↑ "Unknown facts about Miss India Maharashtra 2017". The Times of India. 24 May 2017. Archived from the original on 4 August 2018. Retrieved 8 July 2017.
- ↑ "Aishwarya Devan Fbb Colors Femina Miss India 2017 contestant profile". The Times of India. Archived from the original on 4 August 2018. Retrieved 8 July 2017.
- ↑ "Manushi Chhillar from Haryana wins the title of Miss India 2017". India Today. 25 June 2017. Archived from the original on 9 January 2018. Retrieved 8 July 2017.
- ↑ "Aishwarya Devan to make Bollywood debut with Sharman Joshi in Kaashi". mid-day. 7 August 2017. Archived from the original on 3 September 2017. Retrieved 8 April 2018.
- ↑ "Aishwarya Devan Actress - Profile and Biography". cinetrooth.in (in ଆମେରିକୀୟ ଇଂରାଜୀ). Archived from the original on 16 May 2018. Retrieved 27 May 2018.
- ↑ Features, Express (10 August 2012). "Shaji Kailas' 'Simhasanam' arrives on Friday". The New Indian Express. Archived from the original on 13 April 2013. Retrieved 22 May 2013.
- ↑ S.R. Praveen (9 December 2012). "'Hit List' misses the mark". The Hindu. Archived from the original on 6 May 2014. Retrieved 22 May 2013.
- ↑ "Disha and Aishwarya make their Kannada debut". The Times of India. Archived from the original on 3 July 2013. Retrieved 27 May 2018.
- ↑ "Aishwarya Devan to make Bollywood debut with Sharman Joshi in Kaashi". mid-day. 7 August 2017. Archived from the original on 3 September 2017. Retrieved 27 May 2018.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଐଶ୍ୱର୍ଯ୍ୟା ଦେୱାନ