ରକୁଲ ପ୍ରୀତ ସିଂହ

ଭାରତୀୟ ଅଭିନେତ୍ରୀ

ରକୁଲ ପ୍ରୀତ ସିଂହ (ଜନ୍ମ: ୧୦ ଅକ୍ଟୋବର ୧୯୯୦) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରକୁଲ ପ୍ରାୟତଃ ତେଲୁଗୁ କଥାଚିତ୍ରରେ ଅଧିକାଂଶ ଚଳଚ୍ଚିତ୍ରରେ କାମ କରନ୍ତି । [୫] ଏହି ସ‌ହିତ ସେ କିଛି ତାମିଲ, ହିନ୍ଦୀ ଏବଂ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଛନ୍ତି ।

ରକୁଲ ପ୍ରୀତ ସିଂହ
ୟାରିୟାନ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ରକୁଲ ପ୍ରୀତ ସିଂହ
ଜନ୍ମ (1990-10-10) ୧୦ ଅକ୍ଟୋବର ୧୯୯୦ (ବୟସ ୩୩)[୧][୨]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ଉଚ୍ଚତା୧.୭୪ m (୫ ft 8 12 in)[୩]

ରକୁଲ କଲେଜରେ ପଢ଼ୁଥିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେହି ସମୟରେ ସେ ୨୦୦୯ ମସିହାରେ ଏକ କନ୍ନଡ଼ ଚଳଚ୍ଚିତ୍ର ଗିଲ୍ଲିରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ମିସ୍ ଇଣ୍ଡିଆ ଫେମିନାରେ ଅଂଶଗ୍ରହଣ କରିଥିଲେ ଏବଂ ୫ମ ସ୍ଥାନରେ ରହିଥିଲେ । [୬] ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ପରବର୍ଷ ସେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରକୁଲ ପ୍ରୀତ ୧୯୯୦ ମସିହା ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀରେ ଜନ୍ମଗ୍ରହଣ ଜଣେ ପଞ୍ଜାବୀ ଝିଅ ।[୭] ରକୁଲ ତାଙ୍କର ବିଦ୍ୟାଳୟ ଶିକ୍ଷା ଆର୍ମି ପବ୍ଲିକ ସ୍କୁଲ, ଧୌଳ କୁଆନରୁ ଶେଷ କରିବା ପରେ ଜୀଉସ୍ ଏଣ୍ଡ ମେରି କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଗଣିତଶାସ୍ତ୍ର ବିଭାଗରେ ଅଧ୍ୟୟନ କରିଥିଲେ ।[୮][୯] ସେ ଜଣେ ସକ୍ରିୟ ଗଲ୍ଫ ଖେଳାଳୀ ଏବଂ ଜାତୀୟ ସ୍ତରର ଖେଳାଳୀ ।[୧୦]

କଥାଚିତ୍ର ଜୀବନ ସମ୍ପାଦନା

ରକୁଲ ସର୍ବଦା ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଥିବା ରକୁଲ, ୧୮ ବର୍ଷ ବୟସରେ କଲେଜ ପଢ଼ୁଥିବା ବେଳେ ମଡେଲିଂ ଆରମ୍ଭ କରିଥିଲେ ।[୧୧] ୨୦୦୯ରେ ରକୁଲ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ରକୁଲ ୨୦୧୧ରେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ୫ମ ସ୍ଥାନରେ ରହିଥିଲେ ।

ସେହି ବର୍ଷ ୨୦୧୧ରେ ରକୁଲ କେରତମ୍ ଚଳଚ୍ଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ[୧୨] ଏବଂ ପର ବର୍ଷ ଅର୍ଥାତ ୨୦୧୨ରେ ରକୁଲ ଥଡ୍ଡାଇୟାରା ଥାକ୍କା କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩]

ଏହାପରେ ପରେ ସେ ଭଙ୍କଟାଦ୍ରୀ ଏକ୍ସ‌ପ୍ରେସ୍ ଭଳି ସଫଳ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ[୧୪][୧୫] ଏବଂ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ ।[୧୬] ପରେ ପରେ ୨୦୧୪ରେ ସେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୭] ଏହା ପରେ କିକ୍-୨[୧୮], ନାନାକୋ ପ୍ରେମାତୋ[୧୯], ଲୋକ୍ୟମ୍, ବୃସ୍‌ଲି[୨୦] ଭଳି ଅନେକ ସଫଳ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଶୀର୍ଷକ ଭୂମିକା ଭାଷା ମନ୍ତବ୍ୟ
୨୦୦୯ ଗିଲ୍ଲି ଅନୀତା କନ୍ନଡ଼ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୧ କେରତମ୍ ସଙ୍ଗୀତା ତେଲୁଗୁ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୨ ଥଡ୍ଡାଇୟାରା ଥାକ୍କା ଗାୟତ୍ରୀ ରାମକ୍ରିଷ୍ଣନ୍ ତାମିଲ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୩ ପୁଥଗମ୍ ଦିବ୍ୟା ତାମିଲ
ଭେଙ୍କଟାଦ୍ରୀ ଏକ୍ସପ୍ରେସ୍ ପ୍ରାର୍ଥନା ତେଲୁଗୁ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର, ତେଲୁଗୁ ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ
୨୦୧୪ ୟାରିୟାନ୍ ସଲୋନୀ ହିନ୍ଦୀ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ୟେନ୍ନାମୋ ୟେଧୋ ନିତ୍ୟା ତାମିଲ
ରଫ୍ ନନ୍ଦୁ ତେଲୁଗୁ
ଲୋକ୍ୟମ୍ ଚନ୍ଦ୍ରକଳା ତେଲୁଗୁ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର, ତେଲୁଗୁ ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ
କରେଣ୍ଟ ଥୀଗା କବିତା ତେଲୁଗୁ
୨୦୧୫ ପାଣ୍ଡଗା ଚେସ୍କୋ ଦିବ୍ୟା ତେଲୁଗୁ
କିକ୍-୨ ଚିତ୍ରା ତେଲୁଗୁ
ବୁସ୍‌ଲି ରିୟା ତେଲୁଗୁ
୨୦୧୬ ନାନାକୋ ପ୍ରେମାତୋ ଦିବ୍ୟଙ୍କା ତେଲୁଗୁ
ସରିନୋଡ଼ୁ ମହାଲକ୍ଷ୍ମୀ ତେଲୁଗୁ
ଧ୍ରୁବ ଇସିକା ତେଲୁଗୁ
୨୦୧୭ ୱିନର୍ ସୀତାରା ତେଲୁଗୁ
ସ୍ପାଇଡର୍   TBA Telugu
Tamil
Filming[୨୧]
ଥ୍ରୀରାନ୍ ଅତିକରମ୍ ଓଣ୍ଡ୍ରୁ TBA ତାମିଲ Filming

ଆଧାର ସମ୍ପାଦନା

  1. "Rakul Preet turns 24". Rediff. 10 October 2014. Retrieved 10 June 2017.
  2. "Rakul Preet turns 25, T-Town celebs party in Hyderabad". The Times of India. TNN. 12 October 2015. Retrieved 10 June 2017.
  3. "Rakul Preet Singh – Femina Miss India 2011 Contestants". Indiatimes.com. Archived from the original on 1 December 2013.
  4. "Rakul spends Rs 3 crore to buy a house". Thehansindia.com (5 March 2016). Retrieved on 10 June 2017.
  5. Dundoo, Sangeetha Devi (25 January 2016). "Rakul Preet Singh interview: In the big league and loving it". The Hindu. Retrieved 10 June 2017.
  6. Nimisha Tiwari & Deepali Dhingra. "Miss India 2011: The big night". Times of India. Retrieved 10 June 2017.
  7. Nijher, Jaspreet (7 February 2013). "The kudis of Punjab flock South". The Times of India. Retrieved 10 June 2017.
  8. The kudis of Punjab flock South – The Times of India. Timesofindia.indiatimes.com (7 February 2013). Retrieved on 10 June 2017.
  9. "India voted for me: Rakul Preet Singh". The Times of India. 18 April 2011. Archived from the original on 6 January 2014. Retrieved 10 June 2017.
  10. Logesh Balachandran (5 November 2013). "Rakul Preet Singh's success story". Deccan Chronicle. Archived from the original on 27 December 2013. Retrieved 10 June 2017.
  11. Sangeetha Devi Dundoo (23 September 2014). "Swamped with work". The Hindu.
  12. "Keratam Movie Review". Supergoodmovies.com. 29 August 2011. Retrieved 10 June 2017.
  13. "Rakul's tryst with K'wood". The Times of India. 24 June 2011. Archived from the original on 2 February 2014. Retrieved 10 June 2017.
  14. ‘Venkatadri Express’ continues good run. 123telugu.com. Retrieved on 10 June 2017.
  15. 'Venkatadri Express' hit, Chota K. Naidu calls it team effort – IBNLive Archived 2013-12-18 at the Wayback Machine.. Ibnlive.in.com (2 December 2013). Retrieved on 10 June 2017.
  16. 61st Filmfare Awards (South) Nominations: 'Attarintiki Daredi' Leads; Complete List of Nominees. Ibtimes.co.in (2 July 2014). Retrieved on 10 June 2017.
  17. "South Indian cinema is the place to be: Rakul Preet". The Times of India. 18 June 2013. Archived from the original on 23 June 2013. Retrieved 10 June 2017.
  18. "Surender Reddy confirms the heroine in Kick 2". IndiaGlitz (11 September 2014). Retrieved 10 June 2017.
  19. "NTR to romance Rakul Preet". The Times of India (5 January 2015). Retrieved 10 June 2017.
  20. "Rakul with Ram Charan". The Times of India (18 February 205). Retrieved 10 June 2017.
  21. "Romantic scenes of Mahesh-Rakul being shot". Deccanchronicle.com (23 August 2016). Retrieved on 10 June 2017.

ଅଧିକ ତ‌ଥ୍ୟ ସମ୍ପାଦନା