ଏପୋଏଟିନ ଆଲଫା

ମୁ bot ହବାକୁ ଚାହେଁ

ଏପୋଏଟିନ ଆଲଫା, ଏକ ବେପାର ନାମ ଇପୋଜେନ, ହେଉଛି ଏକ ଔଷଧ ଯାହା କ୍ରନିକ ବୃକ୍‌କ ରୋଗ ଏବଂ କେମୋଥେରାପି କାରଣରୁ ରକ୍ତହୀନତା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟମ ଧରଣର ରକ୍ତ କ୍ଷୟ ହେବାର ଆଶଙ୍କା ଥିଲେ ମଧ୍ୟ ଏହା ବ୍ୟବହୃତ ହୋଇପାରେ ।[୪] ଏହା ଚର୍ମ ତଳେ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୩]

ଏପୋଏଟିନ ଆଲଫା
Clinical data
Pronunciation/ɛˈp.ɪtɪn/
Trade namesEpogen, Retacrit, Procrit, others
SynonymsEpoetin alfa-epbx
AHFS/Drugs.commonograph
MedlinePlusa692034
data
Pregnancy
category
  • Unknown
Routes of
administration
IV or subcutaneous
Legal status
Legal status
Chemical and physical data
FormulaC815H1317N233O241S5
Molar mass୧୮,୩୯୬.୧୯ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଜ୍ୱର, ମୁଣ୍ଡ ବୁଲାଇବା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍, ହୃଦ୍‌ପାତ, ରକ୍ତ ଜମାଟ ବାନ୍ଧିବା ଏବଂ ପୂର୍ବରୁ ଥିବା କର୍କଟ ରୋଗର ଅବନତି ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ସୁରକ୍ଷିତ ଥିବା ଜଣାପଡିଛି ।[୪] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ବ୍ୟବ‌ହୃତ ଏକ ଏରିଥ୍ରୋପୋଇସିସ୍-ଉତ୍ତେଜକ ଏଜେଣ୍ଟ[୪] [୩] ଏହା ଲାଲ ରକ୍ତ କଣିକା ଉତ୍ପାଦନକୁ ଉତ୍ସାହିତ କରି କାର୍ଯ୍ୟକ୍ଷମ ହୁଏ ।[୩]

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏପୋଏଟିନ ଆଲଫା ଅନୁମୋଦିତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୫] ଯୁକ୍ତରାଜ୍ୟରେ ୬୦୦୦ ୟୁନିଟ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୩୩ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୫ ଡଲାର ଅଟେ ।[୬]

ଆଧାର ସମ୍ପାଦନା

  1. "Abseamed EPAR". European Medicines Agency (EMA). 17 September 2018. Archived from the original on 23 March 2020. Retrieved 2 April 2020.
  2. "Abseamed". Union Register of medicinal products. Archived from the original on 21 January 2021. Retrieved 14 January 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Epoetin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 27 December 2021. Retrieved 15 December 2021.
  4. ୪.୦ ୪.୧ ୪.୨ ୪.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1060. ISBN 978-0857114105.
  5. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  6. "Epogen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 December 2021. Retrieved 15 December 2021.