ଉପେନ୍ଦ୍ର ଦୀକ୍ଷିତ

ଓଡ଼ିଆ ରାଜନୀତିଜ୍ଞ

ଉପେନ୍ଦ୍ର ଦୀକ୍ଷିତ (୧ ସେପ୍ଟେମ୍ବର ୧୯୨୨ - ୩ ଅପ୍ରେଲ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଉପେନ୍ଦ୍ର ଦୀକ୍ଷିତ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ପର ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ପର ଅଧିକାରୀପ୍ରସନ୍ନ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-09-01)୧ ସେପ୍ଟେମ୍ବର ୧୯୨୨
ମୃତ୍ୟୁ୪ ମାର୍ଚ୍ଚ ୧୯୮୭(1987-03-04) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକସ୍ତୁରୀ ଦୀକ୍ଷିତ
ବାପା/ବୋଉନାରାୟଣ ଦୀକ୍ଷିତ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଉପେନ୍ଦ୍ର ଦୀକ୍ଷିତ ୧୯୨୨ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ଦୀକ୍ଷିତ ଓ ପତ୍ନୀଙ୍କ ନାମ କସ୍ତୁରୀ ଦୀକ୍ଷିତ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଉପେନ୍ଦ୍ର ଦୀକ୍ଷିତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର କଂଗ୍ରେସ (ଆର୍)
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ବ୍ରଜରାଜନଗର କଂଗ୍ରେସ (ଇ)

ମୃତ୍ୟୁ ସମ୍ପାଦନା

ଉପେନ୍ଦ୍ର ଦୀକ୍ଷିତ ୧୯୮୭ ମସିହାର ମାର୍ଚ୍ଚ ୪ ତାରିଖରେ ୬୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Upendra Dikshit". odishaassembly.nic.in. Odisha Assembly. Retrieved 4 August 2021.