ଓଡ଼ିଆ ଉଇକିପିଡ଼ିଆକୁ ଏହି ଜୁନ ୩ ତାରିଖରେ ୧୫ ବର୍ଷ ପୂରୁଛି ।
ଓଡ଼ିଆ ଉଇକିପିଡ଼ିଆକୁ ଏହି ଜୁନ ୩ ତାରିଖରେ ୧୫ ବର୍ଷ ପୂରୁଛି ।

୨୦୧୭ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆକୁ ୧୫ ବର୍ଷ ପୂରୁଛି । ଭାରତୀୟ ଭାଷାରେ ଥିବା ବିଭିନ୍ନ ଉଇକିପିଡ଼ିଆ ପ୍ରସଙ୍ଗ ଭିତରେ ଓଡ଼ିଆ ସବୁଠାରୁ ପୁରାତନ । ଏହି ୧୫ ତମ ଜନ୍ମତିଥି ଦିନ ଆମେ ସଭିଏଁ ଉଇକିଆଳି ମୁହାଁମୁହିଁ ଏକାଠି ହୋଇନପାରିଲେ ମଧ୍ୟ ମିଳିମିଶି ଏକ ପ୍ରକଳ୍ପ ହାତକୁ ନେଇପାରିବା । ଆମେ ଆଗରୁ କରିଥିବା ଏକ ଆଲୋଚନାରେ ଅଧିକାଂଶ ଉଇକିଆଳି ଏକ ଅନଲାଇନ ଗଣସମ୍ପାଦନା ସପକ୍ଷରେ ମତ ଦେଇଥିଲେ । ଆସନ୍ତୁ ସେହି ମତ ଆଧାରରେ କେତେ ନିର୍ଦ୍ଦିଷ୍ଟ ବିଷୟରେ ଆଗରୁ ଥିବା ଉଇକିପିଡ଼ିଆ ପ୍ରସଙ୍ଗ ସମ୍ପାଦନା କରି ସେଗୁଡ଼ିକର ମାନ ଉନ୍ନତ କରିବା । ଏହି ଗଣସମ୍ପାଦନା ୩ତାରିଖରୁ ଆରମ୍ଭ କରି ୫ ତାରିଖ ଯାଏ ୩ ଦିନ ଧରି କରିପାରିବା ।

ସମ୍ପାଦନା ପରେ କଣ କରିବେ? ସମ୍ପାଦନା

ଯଦି ଆପଣ ଉପରେ ଥିବା ବିଷୟ ଭିତରୁ କୌଣସିଥିରେ ବା ଅନ୍ୟ କୌଣସି ପ୍ରସଙ୍ଗରେ ସମ୍ପାଦନା କରିଛନ୍ତି ତାହେଲେ ତଳେ ନିଜ ନାମ ଲେଖିବାକୁ ଅନୁରୋଧ । (ଆପଣ ଉଇକିପିଡ଼ିଆରେ ନୂଆ କି? କିଛି ସମ୍ପାଦନା କରିବା ଆଗରୁ କିଛି ସାଧାରଣ ସୂଚନା ସଂକ୍ଷେପରେ ପଢ଼ିନିଅନ୍ତୁ)

କ୍ରମିକ ସଂଖା ପ୍ରସଙ୍ଗ ନାମ ଆପଣଙ୍କ ବ୍ୟବହାରକାରୀ ନାମ କଣ ବଦଳାଇଲେ (ସଂକ୍ଷେପରେ)
ଉଦାହରଣ ବ୍ୟବହାରକାରୀ:ନାମ ୩ଟି ଆଧାର ଯୋଡ଼ିଲି, ଗୋଟେ ଫଟୋ ଯୋଡ଼ିଲି
ଜାନୁଆରୀ ଠାରୁ ଡିସେମ୍ବର, କର୍ମ ଯୋଗ ଏବଂ ବଡ଼ ଓଡ଼ିଆ ମଠ ବ୍ୟବହାରକାରୀ:Hpsatapathy ୧ଟି ଲେଖାଏଁ ଆଧାର ଯୋଡିଲି
ନନ୍ଦନକାନନ ଜୀବ ଉଦ୍ୟାନ ବ୍ୟବହାରକାରୀ:Hpsatapathy ୩ଟି ଆଧାର ଯୋଡିଲି
ଯଶବନ୍ତ ନାରାୟଣ ସିଂ ଲାଗୁରି --Aliva Sahoo (ମୋ ଆଲୋଚନା) ୦୦:୪୧, ୪ ଜୁନ ୨୦୧୭ (IST)[reply] ଇଂରାଜୀ ଆର୍ଟିକିଲ ରୁ ଏକ ନୂତନ ଅନୁବାଦ ତିଆରି କରାଗଲା