ଇୱିଙ୍ଗସ ସାର୍କୋମା
ଇୱିଙ୍ଗସ ସାର୍କୋମା (ଇଂରାଜୀ ଭାଷାରେ Ewing's sarcoma) ଏକ ପ୍ରକାର କର୍କଟ ରୋଗ ଯାହା ଅସ୍ଥି ଓ ନରମ ତନ୍ତୁରୁ ତିଆରି ହୁଏ ।[୧] ଅର୍ବୁଦ ଥିବା ସ୍ଥାନରେ ଫୁଲା ଓ ଯନ୍ତ୍ରଣା, ଜ୍ୱର ଓ ନିଦାନୀ ଅସ୍ଥିଭଗ୍ନ (bone fracture) ହୋଇପାରେ ।[୧] ସାଧାରଣତଃ ଗୋଡ଼, ପେଲଭିସ ବା ଶ୍ରୋଣୀ pelvis ଓ ଛାତି କାନ୍ଥରେ ଏହି ରୋଗ ହୁଏ । [୨] ରୋଗ ନିର୍ଣ୍ଣୟ ହେବା ବେଳକୁ ୨୫% କେଶ୍ରେ ବିକ୍ଷେପଣ ବା ମେଟାସ୍ଟାସିସ (spread to other parts of the body) ହୋଇସାରିଥାଏ ।[୨] ରୋଗ ଜଟିଳ ହେଲେ ପ୍ଲୁରାଲ ଇଫ୍ୟୁଜନ (pleural effusion) ବା ପାରାପ୍ଲେଜିଆ (paraplegia) ହୋଇପାରେ ।[୩]
Ewing sarcoma, peripheral primitive neuroectodermal tumor, Askin tumor, and Ewing sarcoma family of tumors[୧] | |
ଉଚ୍ଚାରଣ | |
---|---|
ବିଭାଗ | ଅର୍ବୁଦ ବିଜ୍ଞାନ (Oncology |
ଲକ୍ଷଣ | ରୋଗ ହୋଇଥିବା ସ୍ଥାନରେ ଫୁଲା ଓ ଯନ୍ତ୍ରଣା[୧] |
ଆକ୍ରାନ୍ତ ସମୟ | ୧୦- ୨୦ ବର୍ଷ ବୟସ [୨][୩] |
କାରଣ | ଅଜ୍ଞାତ[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି (biopsy) [୧] |
ସଠିକ ରୋଗ ନିର୍ଣ୍ଣୟ | ଓଷ୍ଟିଓସାର୍କୋମା (osteosarcoma), ନିଉରୋବ୍ଲାସ୍ଟୋମା, ଓଷ୍ଟିଓମାୟେଲାଇଟିସ, ଇଓସିନୋଫିଲିକ ଗ୍ରାନୁଲୋମା (eosinophilic granuloma)[୩] |
ଚିକିତ୍ସା | ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy) ଓ ସ୍ଟେମ ସେଲ ଥେରାପି (stem cell transplant)[୧] |
Prognosis | ୫ ବର୍ଷ ବଞ୍ଚିବା ହାର (5 year survival) ପ୍ରାୟ ୭୦% [୨] |
ପୁନଃପୌନିକ | ୧ ନିୟୁତ ଲୋକ (ଯୁକ୍ତରାଷ୍ଟ୍ର ଆମେରିକା)[୨] |
ଇୱିଙ୍ଗସ ସାର୍କୋମା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୩] ଅଧିକାଂଶ କେଶ୍ ନିରୁଦ୍ଦେଶ୍ୟ (randomly) ଭାବରେ ହୁଏ ।[୩] ବେଳେ ବେଳେ ଏହା ଆଦିମ ନିଉରୋଏକ୍ଟୋଡର୍ମାଲ ଅର୍ବୁଦ ସହ ବାହାର ଯାହାକୁ ଇୱିଙ୍ଗ ଅର୍ବୁଦ ପରିବାର (Ewing family of tumors) ଶ୍ରେଣୀରେ ଗଣାହୁଏ ।[୩] ଏହା ରେସିପ୍ରୋକାଲ ଟ୍ରାନ୍ସଲୋକେସନ (reciprocal translocation) ନାମକ ଏକ ପ୍ରକାର ଜେନେଟିକ ପରିବର୍ତ୍ତନ ଯୋଗୁ ହୁଏ ।[୩] ତନ୍ତୁ ବାୟୋପ୍ସି (biopsy) କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]
ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy) ଓ ସ୍ଟେମ ସେଲ ଥେରାପି (stem cell transplant) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧] ଟାରଗେଟେଡ ଥେରାପି (targeted therapy) ଓ ଇମ୍ମୁନୋଥେରାପିର (immunotherapy) ଅନୁଶୀଳନ ଚାଲିଛି ।[୧] ୫ ବର୍ଷ ବଞ୍ଚିବା ହାର (5 year survival) ପ୍ରାୟ ୭୦% ।[୨] ଏହି ବଞ୍ଚିବା ହାରକୁ ଅନେକ କାରକ ପ୍ରଭାବିତ କରନ୍ତି ।[୨]
ସନ ୧୯୨୦ରେ ଜେମ୍ସ ଇୱିଙ୍ଗ (James Ewing) ପ୍ରଥମରେ ଏହି ଅର୍ବୁଦକୁ କର୍କଟ ରୋଗ ଶ୍ରେଣୀର ଅନ୍ତର୍ଭୁକ୍ତ କରିଥିଲେ ।[୪][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ପ୍ରାୟ ୧ ନିୟୁତ ଲୋକ ଆକ୍ରାନ୍ତ ହୁଅନ୍ତି ।[୨] କିଶୋର ଓ ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଶିଶୁ କର୍କଟ (childhood cancers) ରୋଗର ପ୍ରାୟ ୨% ଲୋକଙ୍କୁ ଏହି ରୋଗ ହୁଏ ।[୧][୩] ଗୋରା ଆମେରିକୀୟ ବା କକେସିଆନ Caucasians ଲୋକଙ୍କୁ ଏସିଆ ବା ଆଫ୍ରିକା ଆମେରିକୀୟ (African American) ଅଧିବାସୀଙ୍କ ଅପେକ୍ଷା ଏ ରୋଗ ଅଧିକ ହୁଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Ewing Sarcoma Treatment". National Cancer Institute (in ଇଂରାଜୀ). 25 January 2019. Retrieved 3 February 2019.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Ewing Sarcoma Treatment". National Cancer Institute (in ଇଂରାଜୀ). 31 January 2019. Retrieved 4 February 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Ewing Sarcoma". NORD (National Organization for Rare Disorders). 2013. Retrieved 4 February 2019.
- ↑ "Ewing's sarcoma". Whonamedit. Retrieved 4 February 2019.
- ↑ Ewing J (September 2006). "The Classic: Diffuse endothelioma of bone. Proceedings of the New York Pathological Society. 1921;12:17". Clinical Orthopaedics and Related Research. 450: 25–7. doi:10.1097/01.blo.0000229311.36007.c7. PMID 16951641.
ଅଧିକ ପଢ଼ନ୍ତୁ
ସମ୍ପାଦନା- van der Woude, Henk Jan; Smithuis, Robin. "Bone Tumors - Differential diagnosis". Radiology department of the Onze Lieve Vrouwe Gasthuis, Amsterdam and the Rijnland hospital. Leiderdorp, the Netherlands. Archived from the original on 2010-03-29. Retrieved 2019-03-19.
- "Ewing family of tumors". NCI Dictionary of Cancer Terms.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |