ଓଷ୍ଟିଓସାର୍କୋମା

ଓଷ୍ଟିଓସାର୍କୋମା/ ଓଏସ ମାନବ ଦେହରେ ହେଉଥିବା ହାଡ଼ର ଏକ ପ୍ରକାର କର୍କଟ ରୋଗର ନାମ |

ଓଷ୍ଟିଓସାର୍କୋମା/ ଓଏସ ବା ଅସ୍ଥିକର୍କଟ (ଇଂରାଜୀ ଭାଷାରେ Osteosarcoma/ OS ) ମାନବ ଦେହରେ ହେଉଥିବା ହାଡ଼ର ଏକ ପ୍ରକାର କର୍କଟ ରୋଗର ନାମ | [୧] [୩] ଏହି ରୋଗ ହେଲେ ସବୁଠାରୁ ସାଧାରଣ ପ୍ରାରମ୍ଭିକ ଲକ୍ଷଣ ହେଉଛି ହାଡ଼ରେ ଯନ୍ତ୍ରଣା ହୁଏ ଯାହା ବ୍ୟାୟାମ ସ‌ହିତ ବଢ଼ିଯାଏ | [୧] ପିଲାମାନଙ୍କ ରୋଗରେ ଅଧାରୁ ଅଧିକ କେଶ୍‌ରେ ଆଣ୍ଠୁ ଦୁଇ ପାଖରେ ଥିବା ଲମ୍ବା ହାଡ଼ରେ ଏହି ରୋଗ ଦେଖାଯାଏ । [୨] ଏହି ରୋଗ ହେଲେ ପ୍ରାୟ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । [୨] ରୋଗ ଜଟିଳ ହେଲେ ପାଥୋଲୋଜିକ ଫ୍ରାକଚର ବା ରୋଗାକ୍ରାନ୍ତ ଅସ୍ଥିଭଗ୍ନ ହୁଏ । [୧]

Osteosarcoma
Osteogenic sarcoma (OGS)
Intermediate-magnification micrograph of an osteosarcoma (center and right of image) adjacent to non-malignant bone (left-bottom of image): The top-right of the image has poorly differentiated tumor. Osteoid with a high density of malignant cells is seen between the non-malignant bone and poorly differentiated tumor (H&E stain).
ବିଭାଗOncology
ଲକ୍ଷଣBone pain[୧]
ଆକ୍ରାନ୍ତ ସମୟ10 to 14 years old, > 65 years old[୧]
ବିପଦ କାରକPaget disease of bone, electrical burns, trauma, exposure to beryllium, alkylating agents, osteochondromatosis, enchondromatosis, fibrous dysplasia, prosthetics, bone infections[୧]
ରୋଗ ନିର୍ଣ୍ଣୟ ପଦ୍ଧତିBiopsy[୨]
ସଠିକ ରୋଗ ନିର୍ଣ୍ଣୟEwing sarcoma, metastasis to bone, giant cell tumor, fibrosarcoma, fibrous dysplasia, osteomyelitis[୧]
ଚିକିତ୍ସାSurgery, chemotherapy, radiation therapy[୧]
Prognosis5-year survival rate 76% for under 15 year old[୨]
ପୁନଃପୌନିକ4.4 cases per million per year (in those under 25)[୨]

ଏହାର କାରଣ ଅନେକ ସମୟରେ ଅସ୍ପଷ୍ଟ ରହିଛି | [୧] ଏହି ରୋଗ ସଙ୍କଟକାରୀ ଅବସ୍ଥାମାନଙ୍କର ନାମ ଯଥାକ୍ରମେ: ପାଜେଟସ ଡିଜିଜ, ବିଦ୍ୟୁତ ଦଗ୍ଧ, ଆଘାତ, ବେରିଲିୟମ ସଂସ୍ପର୍ଶ, ଆଲକିଲେଟିଙ୍ଗ ଏଜେଣ୍ଟ, ଓଷ୍ଟିଓକଣ୍ଡ୍ରୋମାଟୋସିସ, ଏନ‌କଣ୍ଡ୍ରୋମାଟୋସିସ, ଫାଇବ୍ରସ ଡିସପ୍ଲାସିଆ, ପ୍ରୋସ୍ଥେଟିକ ଓ ଓଷ୍ଟିଓମାୟେଲାଇଟିସ[୧] ଅନେକ ଜେନେଟିକ୍ ସିଣ୍ଡ୍ରୋମ ଯେପରିକି ଲି-ଫ୍ରୁମାନି ସିଣ୍ଡ୍ରୋମ, ବ୍ଲୁମ ସିଣ୍ଡ୍ରୋମ ବା ୱେର୍ନର ସିଣ୍ଡ୍ରୋମ ରୋଗମାନଙ୍କରେ ଓଷ୍ଟିଓସାର୍କୋମା ସଙ୍କଟ ରହିଥାଏ । [୧] ଏହା ପ୍ରାଥମିକ ହାଡ ସୃଷ୍ଟି କରୁଥିବା ମେସେନ‌କାଇମାଲ ଜୀବକୋଷରୁ ସୃଷ୍ଟି ହୋଇଥାଏ । [୧] ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ। [୨]

ଓଷ୍ଟିଓକଣ୍ଡ୍ରୋମା ଚିକିତ୍ସାରେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ବିକିରଣ ଚିକିତ୍ସା କରାଯାଏ । [୧] ପୁନର୍ବାର ଘଟିବା ସମ୍ଭାବନା ଥିବାରୁ ନିୟମିତ ଅନୁସନ୍ଧାନ ଆବଶ୍ୟକ | [୧] ପନ୍ଦର ବର୍ଷ ବୟସରୁ କମ୍ ବୟସର ରୋଗୀର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୭୬% | [୨] ଯୁବାବସ୍ଥାରେ ଏହାର ଫଳାଫଳ ଖରାପ ଅଟେ । [୧]

ପଚିଶ ବର୍ଷ ବୟସ ଭିତରେ ପ୍ରତି ଏକ ନିୟୁତରେ ୪.୪ ଜଣଙ୍କର ଏହି ରୋଗ ହୋଇଥାଏ । [୨] ସାଧାରଣତଃ ୧୦ରୁ ୧୪ ବର୍ଷ ବୟସ ମଧ୍ୟରେ ଓ ୬୫ ବର୍ଷ ବୟସ ପରେ ଏହି ରୋଗ ହୁଏ । [୧] ପିଲାଙ୍କ କର୍କଟ ରୋଗର ଏହା ୫% ହୋଇଥାଏ ଓ ୨୦% କ୍ଷେତ୍ରରେ ଏହା ଅସ୍ଥିରୁ ସୃଷ୍ଟି ହୋଇଥାଏ । [୧] [୨] "ଓଷ୍ଟିଓସାର୍କୋମା" ଶବ୍ଦଟି ୧୮୦୫ ମସିହାରେ ଆଲେକ୍ସିସ ବୟେର ପ୍ରବର୍ତ୍ତନ କରିଥିଲେ । [୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Prater, S; McKeon, B (January 2020). "Osteosarcoma". PMID 31751058. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Osteosarcoma and Undifferentiated Pleomorphic Sarcoma of Bone Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 11 December 2020. Retrieved 20 December 2020.
  3. WHO Classification of Tumours Editorial Board, ed. (2020). "Osteosarcoma". Soft Tissue and Bone Tumours: WHO Classification of Tumours. Vol. 3 (5th ed.). Lyon (France): International Agency for Research on Cancer. pp. 403–409. ISBN 978-92-832-4503-2.
  4. Jaffe, Norman; Bruland, Oyvind S.; Bielack, Stefan (2010). Pediatric and Adolescent Osteosarcoma (in ଇଂରାଜୀ). Springer Science & Business Media. p. 531. ISBN 978-1-4419-0284-9.