ଇନସୁଲିନ (ଔଷଧ) (ଇଂରାଜୀ ଭାଷାରେ Insulin) ଏକ ଔଷଧ (medication) ଭାବରେ ବ୍ୟବ‌ହାର କରାଯାଏ ଯାହା ଅଧିକ ରକ୍ତ ଶର୍କରା ଥିଲେ (high blood sugar) ଦିଆଯାଏ । ଅଧିକ ରକ୍ତ ଶର୍କରା ହେଉଥିବା ରୋଗମାନଙ୍କର ନାମ ମଧୁମେହ ଟାଇପ ୧, ମଧୁମେହ ଟାଇପ ୨, ଗର୍ଭାବଧି ମଧୁମେହମଧୁମେହ ଜଟିଳ ହେଲେ ଯେପରିକି ଡାଏବେଟିକ କିଟୋଏସିଡୋସିସହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (hyperosmolar hyperglycemic states) ଇତ୍ୟାଦି ।[୩] ହାଇପରକାଲେମିଆ ଥିଲେ ଏହା ସ‌ହିତ ଗ୍ଲୁକୋଜ (glucose) ଦିଆଯାଏ ।[୪] ସ୍ୱାଭାବିକ ଭାବରେ ଏହା ଚମ ତଳେ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ଓ କେତେକ ପ୍ରକାର ଔଷଧ ଶିରାଭ୍ୟନ୍ତର (injection into a vein) ଓ ମାଂସପେଶୀ (muscle) ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ଇନସୁଲିନ
Vials of insulin
Clinical data
AHFS/Drugs.commonograph
MedlinePlusa682611
Pregnancy
category
  • US: B (No risk in non-human studies)
Routes of
administration
subcutaneous, intravenous, intramuscular, inhaled
ATC code
Legal status
Legal status
Identifiers
CAS Number
PubChem CID
DrugBank
ChemSpider
UNII
KEGG
Chemical and physical data
Molar mass5793.5999 g/mol
Density1.09[୧] g/cm3
Melting point233 °C (451 °F) [୨]

ସାଧାରଣ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ଶର୍କରା (low blood sugar) ହୋଇଯାଏ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୁଏ ଓ ଚର୍ମ ପରିବର୍ତ୍ତନ ହୁଏ, ହାଇପୋକାଲେମିଆଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ । [୩] ଗାଈ ଓ ଘୁଷୂରିର ଅଗ୍ନାଶୟରୁ (pancreas) ଇନସୁଲିନ ପ୍ରସ୍ତୁତ କରାଯାଏ । ଘୁଷୂରି ସଂସ୍କରଣକୁ ସଂଶୋଧନ କରି ବା ରିକମ୍ବିନାଣ୍ଟ ଟେକନୋଲୋଜି (recombinant technology) ସାହାଯ୍ୟରେ ମାନବ ସଂସ୍କରଣ ତିଆରି କରାଯାଏ । ସ୍ୱଳ୍ପ କାଳୀନ ଯେପରିକି ନିୟମିତ ଇନସୁଲିନ (regular insulin), ମଧ୍ୟମ କାଳୀନ ଯେପରିକି ଏନପିଏଚ ଇନସୁଲିନ (NPH insulin) ଓ ଦୀର୍ଘ କାଳୀନ ଯେପରିକି ଇନସୁଲିନ ଗ୍ଲାର୍ଜିନ, ଏହି ତିନି ପ୍ରକାର ଔଷଧ ମିଳେ ।[୫]

ସନ ୧୯୨୨ରେ କାନାଡ଼ାରେ (Canada) ପ୍ରଥମେ ଚାର୍ଲସ୍ ବେଷ୍ଟ (Charles Best) ଓ ଫ୍ରେଡେରିକ୍ ବାଣ୍ଟିଙ୍ଗ (Frederick Banting) ଇନସୁଲିନ‌କୁ ଔଷଧ ଭାବରେ ବ୍ୟବ‌ହାର କରିଥିଲେ ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ୧୦୦୦ ଇଣ୍ଟରନ୍ୟାସନାଲ ୟୁନିଟ ନିୟମିତ ଇନସୁଲିନର ହୋଲସେଲ ମୂଲ୍ୟ ୨.୩୯ରୁ ୧୦.୬୧ ଓ ଏନପିଏଚ ଇନସୁଲିନର ମୂଲ୍ୟ ୨.୨୩ରୁ ୧୦.୩୫ ଆମେରିକୀୟ ଡଲାର । [୮][୯] ସଂଯୁକ୍ତ ରାଷ୍ଟ୍ରରେ ୧୦୦୦ ୟନିଟ ନିୟମିତ ବା ଏନପିଏଚ ଇନସୁଲିନର ମୂଲ୍ୟ ୭.୪୮ ଓ ଗ୍ଲାର୍ଜିନ ଇନସୁଲିନର ମୂଲ୍ୟ ୩୦.୬୮ ପାଉଣ୍ଡ । [୫]

ଆଧାର ସମ୍ପାଦନା

  1. Harding MM, Hodgkin DC, Kennedy AF, O'Conor A, Weitzmann PD (March 1966). "The crystal structure of insulin. II. An investigation of rhombohedral zinc insulin crystals and a report of other crystalline forms". Journal of Molecular Biology. 16 (1): 212–26. doi:10.1016/S0022-2836(66)80274-7. PMID 5917731.
  2. Abel JJ (February 1926). "Crystalline Insulin". Proceedings of the National Academy of Sciences of the United States of America. 12 (2): 132–6. doi:10.1073/pnas.12.2.132. PMC 1084434. PMID 16587069.
  3. ୩.୦ ୩.୧ ୩.୨ American Society of Health-System Pharmacists. "Insulin Human". www.drugs.com. Retrieved 1 January 2017.
  4. Mahoney, BA; Smith, WA; Lo, DS; Tsoi, K; Tonelli, M; Clase, CM (18 April 2005). "Emergency interventions for hyperkalaemia". The Cochrane database of systematic reviews (2): CD003235. doi:10.1002/14651858.CD003235.pub2. PMID 15846652.
  5. ୫.୦ ୫.୧ British national formulary : BNF 69 (69 ed.). British Medical Association. 2015. pp. 464–472. ISBN 9780857111562.
  6. Fleishman, Joel L.; Kohler, J. Scott; Schindler, Steven (2009). Casebook for The Foundation a Great American Secret. New York: PublicAffairs. p. 22. ISBN 978-0-7867-3425-2. {{cite book}}: Unknown parameter |name-list-format= ignored (|name-list-style= suggested) (help)
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Insulin, Neutral Soluble". International Drug Price Indicator Guide. Archived from the original on 26 January 2020. Retrieved 8 December 2016.
  9. "Insulin, isophane". International Drug Price Indicator Guide. Archived from the original on 24 March 2020. Retrieved 8 December 2016.