ଗର୍ଭାବଧି ମଧୁମେହ
ଗର୍ଭାବଧି ମଧୁମେହ (ଇଂରାଜୀ ଭାଷାରେ gestational diabetes mellitus ବା GDM) ନିର୍ଣ୍ଣୟ କରାଯାଏ ଯେତେବେଳେ ପୂର୍ବରୁ ମଧୁମେହ ରୋଗ ନ ଥିବା ମହିଳାଙ୍କର ଗର୍ଭାବସ୍ଥା ସମୟରେ ରକ୍ତରେ ଉଚ୍ଚ ରକ୍ତଶର୍କରା (high blood sugar) ଦେଖାଯାଏ ।[୨] ଏହି ରୋଗରେ ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଏ । କିନ୍ତୁ ଏହି ଅବସ୍ଥା ଯୋଗୁ ପ୍ରିଏକ୍ଲାମ୍ପସିଆ ଓ ଅବସାଦ ସଙ୍କଟ ରହେ ଓ ସିଜରିଆନ ସେକସନ (Caesarean section) ଆବଶ୍ୟକ ହୋଇପାରେ । ଗର୍ଭାବଧି ମଧୁମେହ ଥିବା ମାତା ଉପଯୁକ୍ତ ଚିକିତ୍ସା ନ ପାଇଥିଲେ ତାଙ୍କର ଶିଶୁ ଜନ୍ମ ସମୟରେ ବଡ଼ ଆକାର ବିଶିଷ୍ଟ (too large|) ହୋଇପାରେ, କାମଳ ବା ନିମ୍ନ ରକ୍ତଶର୍କରା ରହିପାରେ । ମାତା ଚିକିତ୍ସିତ ନ ହେଲେ ମୃତ ଶିଶୁ (stillbirth) ହୋଇପାରେ । ଦୀର୍ଘ ସମୟ ପରେ ପିଲାର ଅତ୍ୟଧିକ ଓଜନ ଓ ମଧୁମେହ ଟାଇପ ୨ ରୋଗ ହେବା ସଙ୍କଟ ରହେ ।[୨]
ଗର୍ଭାବଧି ମଧୁମେହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Obstetrics and endocrinology |
ଆଇସିଡ଼ି-୧୦ | O24. |
ଆଇସିଡ଼ି-୯-ସିଏମ୍ | 648.8 |
ରୋଗ ଡାଟାବେସ | 5195 |
ମେଡ଼ିସିନ-ପ୍ଲସ | 000896 |
Patient UK | ଗର୍ଭାବଧି ମଧୁମେହ |
MeSH | D016640 |
ଇନସୁଲିନ ପ୍ରତିରୋଧ (insulin resistance) ପରିପ୍ରେକ୍ଷୀରେ ଯଥେଷ୍ଟ ଇନସୁଲିନ ନ ମିଳିବାରୁ ଗର୍ଭାବଧି ମଧୁମେହ ରୋଗ ହୁଏ । ଏହି ରୋଗର ସଙ୍କଟାବସ୍ଥା ନିମନ୍ତେ ଓଜନାଧିକ୍ୟ, ପୂର୍ବବର୍ତ୍ତୀ ଗର୍ଭାବଧି ମଧୁମେହ ରୋଗ ଇତିହାସ, ପାରିବାରିକ ଟାଇପ ୨ ମଧୁମେହ ଇତିହାସ ଓ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ଦାୟୀ । ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨] ସଙ୍କଟ ଦାୟକ ଅବସ୍ଥା ଥିଲେ ଗର୍ଭାଧାନର ୨୪ରୁ ୨୮ ସପ୍ତାହ ମଧ୍ୟରେ ସ୍କ୍ରୀନିଙ୍ଗ (screening) କରିବାକୁ ସୁପାରିସ କରାଯାଏ ।[୨][୩] ଉଚ୍ଚ ସଙ୍କଟାପନ୍ନ କେଶ୍ରେ ପ୍ରଥମ ପ୍ରିନାଟାଲ ଭିଜିଟରେ (prenatal visit) ଟେସ୍ଟ କରାଯାଇପାରେ । [୨]
ଗର୍ଭାବସ୍ଥା ପୂର୍ବରୁ ସଠିକ ଓଜନ ଓ ବ୍ୟାୟାମ କଲେ ଏହି ରୋଗ ପ୍ରତିରୋଧ କରିହୁଏ । ମଧୁମେହ ଖାଦ୍ୟ ବ୍ୟାୟାମ ଓ ସଂମ୍ଭାବ୍ୟ ଇନସୁଲିନ (insulin) ଇଞ୍ଜେକସନ ସାହାଯ୍ୟରେ ଗର୍ଭାବଧି ମଧୁମେହ ରୋଗର ଚିକିତ୍ସା କରାଯାଏ ।[୨] ଅଧିକାଂଶ ମହିଳା ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରି ରଖି ପାରନ୍ତି । ଏହି ଧରଣର ରୋଗୀଙ୍କର ଦୈନିକ ୪ଥର ରକ୍ତ ଶର୍କରା ମାପ କରାଯାଏ ।[୩] ଶିଶୁ ଜନ୍ମ ହେବା ମାତ୍ରେ ସ୍ତନ୍ୟପାନ (Breastfeeding) କରିବାକୁ ସୁପାରିସ କରାଯାଏ ।[୨]
ସ୍ଥାନ ଅନୁସାରେ ଗର୍ଭାବଧି ମଧୁମେହ ରୋଗ ୩-୯% ଗର୍ଭିଣୀ ମହିଳାଙ୍କୁ ହୁଏ ।[୩] ଏହା ସାଧାରଣତଃ ତୃତୀୟ ଟ୍ରାଇମେସ୍ଟରରେ (ତ୍ରିମାସିକ) (last third of pregnancy) ହୁଏ ।[୨] ୨୦ ବର୍ଷ ବୟସ ପୂର୍ବରୁ ୧% ଓ ୪୪ ବର୍ଷ ବୟସ ପରେ ୧୩% ମହିଳାଙ୍କୁ ଏ ରୋଗ ହୁଏ ।[୩] କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକ ଯେପରିକି ଏସିଆ ଲୋକ, ଆମେରିକାନ ଇଣ୍ଡିଆନ, ମୂଳ ଅଷ୍ଟ୍ରେଲିଆ ନିବାସୀ ଓ ପାସିଫିକ ଦ୍ୱୀପ ନିବାସୀ ମହିଳାଙ୍କର ଉଚ୍ଚ ଧରଣର ସଙ୍କଟ ଥାଏ ।[୩][୨] ଶିଶୁ ଜନ୍ମ ହେବା ପରେ ୯୦% କେଶ୍ରେ ଗର୍ଭାବଧି ମଧୁମେହ ରହେନାହିଁ ।[୨] କିନ୍ତୁ ଏହି ମହିଳାମାନଙ୍କର ମଧୁମେହ ଟାଇପ ୨ ହେବା ସଙ୍କଟ ରହେ ।[୩]
ଆଧାର
ସମ୍ପାଦନା- ↑ "Diabetes Blue Circle Symbol". International Diabetes Federation. 17 March 2006. Archived from the original on 5 August 2007. Retrieved 16 August 2016.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Gestational Diabetes". NIDDK. September 2014. Retrieved 31 July 2016.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Donovan, Peter J; McIntyre, H David (1 October 2010). "Drugs for gestational diabetes". Australian Prescriber. 33 (5): 141–144. doi:10.18773/austprescr.2010.066.