ଏନପିଏଚ ଇନସୁଲିନ (ଇଂରାଜୀ ଭାଷାରେ NPH insulin, ବା ଆଇସୋଫେନ ଇନସୁଲିନ/ isophane insulin) ଏକ ମଧ୍ୟମ କାର୍ଯ୍ୟକାରୀ ଇନସୁଲିନ (intermediate–acting insulin) ଯାହା ମଧୁମେହ ରୋଗୀଙ୍କର ରକ୍ତ ଶର୍କରା (blood sugar level) ସ୍ତର ନିୟନ୍ତ୍ରଣ କରିବାକୁ ଦିଆଯାଏ ।[୩] ଦିନ‌କୁ ଥରେ ବା ଦୁଇ ଥର ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧] ଏହାର ପ୍ରଭାବ ୯୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ ।[୩] ଏହା ସ‌ହିତ ସ୍ୱଳ୍ପ କାଳୀନ ନିୟମିତ ଇନସୁଲିନ (regular insulin) ମିଶେଇ କେତେକ ସଂସ୍କରଣ ବିକ୍ରୟ ହେଉଛି । [୨]

ଏନପିଏଚ ଇନସୁଲିନ
ଏନପିଏଚ ଇନସୁଲିନ ଓ ଇନସୁଲିନ ସିରିଞ୍ଜ insulin syringe
Clinical data
Trade namesNovolin N, Humulin N, others
Synonymsneutral protamine Hagedorn insulin,[୧] protamine zinc insulin (slightly different),[୨] isophane insulin,[୨] compound insulin zinc suspension (slightly different),[୨] intermediate-acting insulin
AHFS/Drugs.commonograph
MedlinePlusa682611
Pregnancy
category
  • US: B (No risk in non-human studies)
Routes of
administration
subcutaneous
ATC code
Pharmacokinetic data
Onset of action90 minutes
Duration of action24 hours
Identifiers
CAS Number
ChemSpider
  • none

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା (low blood sugar) ଦେଖାଯାଏ । ଏହା ବ୍ୟତୀତ ଇଞ୍ଜେକସନ ଦେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଚର୍ମରେ ପରିବର୍ତ୍ତନ, ହାଇପୋକାଲେମିଆଆଲର୍ଜି ପ୍ରତିକ୍ରିୟା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ଅପେକ୍ଷାକୃତ ନିରାପଦ ।[୩] ଏଥିରେ ଏନପିଏଚ ସ‌ହିତ ନିୟମିତ ଇନସୁଲିନ, ଜିଙ୍କ ଓ ଫିନଲ ମିଶ୍ରିତ ହୋଇଥାଏ ତାହାର ନିଉଟ୍ରାଲ ପିଏଚ ରହେ ଓ କ୍ରିସ୍ଟାଲ ଆକାରରେ ରହେ । ଏହାର ମାନବ ଓ ଘୁଷୂରି ବେସ୍‌ରେ ଦୁଇ ପ୍ରକାର ସଂସ୍କରଣ ମିଳେ ।[୧]

ପ୍ରୋଟାମିନ ଇନସୁଲିନ ପ୍ରଥମେ ସନ ୧୯୩୬ରେ ପ୍ରସ୍ତୁତ ହୋଇଥିଲା ଓ ସନ ୧୯୪୬ରେ ଏନପିଏଚ ପ୍ରସ୍ତୁତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ହଜାର ୟୁନିଟର ହୋଲସେଲ କ୍ରୟ ମୂଲ୍ୟ ୨.୨୩ରୁ ୧୦.୩୫ ଆମେରିକୀୟ ଡଲାର ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୭.୪୮ ପାଉଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ପ୍ରାୟ ୧୩୪.୦୦ ଆମେରିକୀୟ ଡଲାର ।[୨][୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Owens, D. R. (2012). Human Insulin: Clinical Pharmacological Studies in Normal Man (in ଇଂରାଜୀ). Springer Science & Business Media. pp. 134–136. ISBN 9789400941618.
  2. ୨.୦ ୨.୧ ୨.୨ ୨.୩ ୨.୪ British national formulary : BNF 69 (69 ed.). British Medical Association. 2015. pp. 464–472. ISBN 9780857111562.
  3. ୩.୦ ୩.୧ ୩.୨ "Insulin Human". The American Society of Health-System Pharmacists. Retrieved 8 January 2017.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Insulin, Neutral Soluble". International Drug Price Indicator Guide. Archived from the original on 26 January 2020. Retrieved 8 December 2016.
  6. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 17 January 2017.