ଆଳୟ ମହାନ୍ତି

ସାମ୍ବାଦିକ ଓ ଚଳଚ୍ଚିତ୍ର ପ୍ରଯୋଜକ

ଆଳୟ ମହାନ୍ତି ଜଣେ ସାମ୍ବାଦିକ ଓ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ ।

ଆଳୟ ମହାନ୍ତି
ଜନ୍ମ
ମୃତ୍ୟୁ୦୩ ଜାନୁଆରୀ ୨୦୨୩
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ସାମ୍ବାଦିକ ଓ ପ୍ରଯୋଜକ
ବୈବାହିକ-ସାଥୀଗୀତାଞ୍ଜଳି ମହାନ୍ତି
ସନ୍ତାନଦୀପ୍ତି, ତୃପ୍ତି, ଦୀପକ

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ଆଳୟ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାର ପଦନପୁରଠରେ ଜନ୍ମଗ୍ରହଣ କରିଥିଲେ । ସେ ଗୀତାଞ୍ଜଳି ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଝିଅ ଦୀପ୍ତି ମହାନ୍ତି ଓ ତୃପ୍ତି ମହାନ୍ତି । ତାଙ୍କର ଏକମାତ୍ର ପୁତ୍ରଙ୍କ ନାମ ଦୀପକ ମହାନ୍ତି ।

ବୃତ୍ତିଗତ ଜୀବନ ସମ୍ପାଦନା

ସେ ହୀରାଖଣ୍ଡ ସମ୍ବାଦପତ୍ରରୁ ନିଜର ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ । ସତ୍ୟଧାରା ନାମକ ଓଡ଼ିଆ ସାପ୍ତାହିକ ପତ୍ରିକାର ସେ ସମ୍ପାଦନା କରୁଥିଲେ । ଶେଷ ସମୟବେଳକୁ ସେ ହିନ୍ଦୀ ପତ୍ରିକା ଅମୃତ ସନ୍ଦେଶର ରାଜ୍ୟ ପ୍ରତିନିଧୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ମଧ୍ୟ ଜଡ଼ିତ ଥିଲେ । ଶୂନ୍ୟସ୍ୱରୂପ, ଆଶାଭୁଲ୍ ବୁଝିବନି ମତେ ଚଳଚ୍ଚିତ୍ର ସେ ପ୍ରଯୋଜନା କରିଥିଲେ । ବାଲିଘରମରୀଚିକା ଧାରାବାହିକର ମଧ୍ୟ ସେ ପ୍ରାଯୋଜକ ଥିଲେ ।[୧]

ମୃତ୍ୟୁ ସମ୍ପାଦନା

୨୦୨୩ ମସିହା ଜାନୁଆରୀ ୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୨]

ଆଧାର ସମ୍ପାଦନା

  1. "ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା". www.etvbharat.com. etv bharat. Archived from the original on 4 January 2023. Retrieved 4 January 2023.
  2. "ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 4 January 2023.

ବାହାର ଆଧାର ସମ୍ପାଦନା