ଆଲୋଚନା:ମେଦ ବହୁଳତା

ପ୍ରିୟ ସୁଭାସିସ ବାବୁ, ସ୍ଥୌଲ୍ୟତା ଶୀର୍ଷକ ଯଦି ଠିକ ଅଛି, ତାହା ହେଲେ ତାକୁ ନ ଘୁଞ୍ଚେଇ ଅନ୍ୟ ଶୀର୍ଷକ 'ମେଦ ବହୁଳତା'କୁ ଲେଉଟାଣି କଲେ ଆହୁରି ଭଲ ହେବ । ପାଠକ ଏହା ଫଳରେ ଦୁଇଟି ଯାକ ଶବ୍ଦ ଖୋଜିଲେ ପାଇପାରିବ ।--Subas Chandra Rout (ମୋ ଆଲୋଚନା) ୦୫:୦୮, ୨୪ ଜୁନ ୨୦୧୪ (UTC)
ପ୍ରିୟ ସୁଭାସିସ ବାବୁ, ଆଉ ଗୋଟିଏ କଥା, ମେଦ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଚର୍ବି ଓ ମଜ୍ଜା ଶବ୍ଦ ଅଛି । ସ୍ଥୌଲ୍ୟତାର ଅର୍ଥ ଯାହାକୁ ହିନ୍ଦିରେ ମୋଟାପା କହନ୍ତି । ମେଦ ବହୁଳତା ଅର୍ଥ ଚର୍ବି ବୃଦ୍ଧି । ଏଠାରେ ଉଲ୍ଲେଖନୀୟ ଯେ ମୋଟାପା କେବଳ ଚର୍ବି ବୃଦ୍ଧି ଯୋଗୁ ହୁଏ ନାହିଁ । ଅନେକ ରୋଗରେ ମଧ୍ୟ ରୋଗୀ ମୋଟା ହୁଅନ୍ତି । ଆପଣଙ୍କୁ ଅନୁରୋଧ ଏହି ଟେକନିକାଲ ବିଷୟକୁ ମୋ ନିମନ୍ତେ ଛାଡ଼ି ଦିଅନ୍ତୁ ବା ସମ୍ପାଦନା କରିବା ପୂର୍ବରୁ ଅନ୍ୟ ସ୍ଥାନରେ ମୋ ସହ ଆଲୋଚନା କରନ୍ତୁ । ମୁଁ ଆପଣଙ୍କ ଟେକନିକାଲ ବିଷୟରେ ଲେଖିଲେ ଭୂଲ ହେବନି କି ? --Subas Chandra Rout (ମୋ ଆଲୋଚନା) ୦୬:୨୪, ୨୪ ଜୁନ ୨୦୧୪ (UTC)

ସୁବାସ ସାର, ଆପଣଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ନିଜେ "ସ୍ଥୌଲ୍ୟତା" ଖୋଜିଲେ ପାଇପାରିବେ । ପୃଷ୍ଠାଟିଏ ଘୁଞ୍ଚାଇଲେ ଆପେ ଆପେ ଲେଉଟାଣି ତିଆରି ହୋଇଯାଏ - ତାକୁ ଆଉ ତିଆରି କରିବା ଦରକାର ନାହିଁ । ଦ୍ୱିତୀୟ ବିଷୟ ହେଲା ଉଇକିପିଡ଼ିଆର ନିୟମ ଅନୁସାରେ ସମସ୍ତେ ସବୁ ପୃଷ୍ଠାର ସମ୍ପାଦନା କରିପାରିବେ । ଆଉ ଏକ ଟେକନିକାଲ ବିଷୟ ଯେ କେବଳ ଜଣେ ବିଶେଷଜ୍ଞ ଲେଖିବ ତାହା ନୁହେଁ । ମୁଁ ଲେଖିଥିବା ବା ଆଉ କେହି ବି ଲେଖିଥିବା ବିଷୟ ଆଉ ଜଣେ ଉଇକିଆଳି ସମ୍ପାଦନା କରିପାରିବେ । ଯଦି ଏକାଧିକ ଉଇକିଆଳି ପ୍ରସଙ୍ଗମାନ ସମ୍ପାଦନା ନ କରୁଛନ୍ତି ତେବେ ସାମୁହିକ ଲିଖନ କିପରି ହେବ? :) ତେବେ ଯଦି ଜଣେ ଲେଖାରେ କିଛି ଭୁଲ ଭଟକା ଯୋଡ଼େ ତା'କୁ ପଛକୁ ଫେରାଯାଇପାରିବ (ଯେମିତି ମୋ ଲେଖାରେ ଥିବା ମାନସିକ କସରତ ଅଂଶଟି ଭୁଲ ଥିବାରୁ ଆପଣ ବାହାର କରିଦେଲେ) । ତେବେ "Obesity"ର ଓଡ଼ିଆ "ମେଦ ବହୁଳତା" ଭାବେ ଅଭିଧାନ, ପାଠ୍ୟପୁସ୍ତକ, ଖବରକାଗଜ ଓ ୱେବସାଇଟରେ ମଧ୍ୟ ଉଲ୍ଲେଖ ରହିଛି । ତେଣୁ ଅଧିକ ବ୍ୟବହୃତ ଶବ୍ଦକୁ ହିଁ ଗ୍ରହଣ କରାଯିବା ଉଚିତ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୨୬, ୨୪ ଜୁନ ୨୦୧୪ (UTC)
Return to "ମେଦ ବହୁଳତା" page.