ଆଲୋଚନା:ମହିମାନନ୍ଦ ମିଶ୍ର

ପ୍ରସଙ୍ଗର ନାମଟି ମହିମା ମିଶ୍ର ହେବା ଉଚିତ । ଉଇକିପିଡ଼ିଆର ନୀୟମ ଅନୁସାରେ ଯେଉଁ ନାମରେ ଜଣେ ଜଣାଶୁଣା ପ୍ରକୃତ/ପିତୃଦତ୍ତ ନାମ ବଦଳରେ ସେ ନାମ ବ୍ୟବହାର ହେବା ଉଚିତ । ଯେମିତି ସଚ୍ଚିନ ରମେଶ ତେନ୍ଦୁଲକର ବଦଳରେ ସଚ୍ଚିନ ତେନ୍ଦୁଲକର ହେଉଛି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୨୦:୩୪, ୪ ମଇ ୨୦୧୪ (UTC)

  • ବଙ୍ଗାଳୀମାନେ କୁହନ୍ତି, ଓଡିଆମାନେ ନାଁ ଦେଇ ଜାଣନ୍ତି ; କିନ୍ତୁ ଡାକି ଜାଣନ୍ତି ନାହିଁ । ଯେପରି ପ୍ରକାଶକୁ ପଶେଇ, ଶୁକଦେବକୁ ଶୁକୁଟା, ବିଶ୍ଵନାଥକୁ ବିଶ କିମ୍ବା ବିଷ । ବିଭିନ୍ନ ବ୍ୟାନର ଓ ନାମଫଳକରେ ମହିମା ମିଶ୍ର ପରିବର୍ତ୍ତେ ମହିମାନନ୍ଦ ମିଶ୍ର ଲେଖାଥିବାର ନଜିର ରହିଛି ।--Dsasanka (ମୋ ଆଲୋଚନା) ୦୨:୧୫, ୫ ମଇ ୨୦୧୪ (UTC)
  • ସମସ୍ତଙ୍କର ଅବଗତି ପାଇଁ,ଏ ନିୟମଟି ଯେଉଁଠି ଲେଖାଯାଇଛି, ତାର ଲିଙ୍କ ଦେବାକୁ ଅନୁରୋଧ । ଜିତେନ୍ଦ୍ର ନାରାୟଣ ଦାଶ(https://or.wikipedia.org/s/hzp) ପ୍ରସଙ୍ଗଟି ପ୍ରଥମେ ଆମେ ଦାଶ ବେନହୁର ନାମରେ ଲେଖିଥିଲୁ ପରେ ବଦଳାଇ ଯାଇ ଜିତେନ୍ଦ୍ର ନାରାୟଣ ଦାଶ କରାଯାଇଥିଲା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୫୮, ୫ ମଇ ୨୦୧୪ (UTC)
  • ପ୍ରାୟ ସାଇଟ (ଆଧାର ଦିଆଯାଇଥିବା)ରେ "ମହିମାନନ୍ଦ ମିଶ୍ର" ଲେଖା ଅଛି, ତ "ମହିମା ମିଶ୍ର" ନାମରେ ଜଣାଶୁଣା ବୋଲି କେମିତି ଜାଣିବା? ଇଂରାଜୀ ଉଇକିରେ, en:Wikipedia:Article titles#Use_commonly_recognizable_names କିଛି ଉଦାହରଣ ଦେଖିପାରିବେ ।
  • ଗୁଗୁଲ ୱେବ (web) ସର୍ଚ ଅନୁସାରେ; https://www.google.co.in/search?q=Mahima+Mishra ଦଉଛି 'About 6,67,000 results' ଆଉ https://www.google.co.in/#q=Mahimananda+Mishra ଦଉଛି 'About 757 results' । ମହିମା ମିଶ୍ର ନାମରେ ଅଧିକ ରେଜଲ୍ଟସ କାରଣ ନାମଟି ଅତି ସାଧାରଣ (common) ନାମ, ମାତ୍ର ଅଳ୍ପ କିଛି ରେଜଲ୍ଟସ ଏହି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଉପରେ । ମୋ ମତରେ ମହିମାନନ୍ଦ ମିଶ୍ର ରଖିବା ଠିକ ହେବ ।
  • କିନ୍ତୁ News search ଅନୁସାରେ, https://www.google.co.in/search?q=Mahima+Mishra#q=Mahima%2BMishra&tbm=nws ଦଉଛି '4 results' ୪ଟି ଯାକ ଅସମ୍ବନ୍ଧିତ ଆଉ https://www.google.co.in/search?q=Mahimananda+Mishra#q=Mahimananda%2BMishra&tbm=nws ଦଉଛି '6 results' ୬ ଟା ସାରା ଅସମ୍ବନ୍ଧିତ ।
  • ଗୁଗୁଲ ସର୍ଚ ଅନୁସାରେ ବ୍ୟକ୍ତି ଜଣାଶୁଣା ନୁହନ୍ତି, en:WP:1E aka en:Wikipedia:Notability (people)#People notable for only one event ଅନୁସାରେ ମଧ୍ୟ ଜଣାଶୁଣା ନୁହନ୍ତି, ସେଥିରୁ ଗୋଟିଏ ବାକ୍ୟ; "Editors are advised to be cognizant of issues of weight and to avoid the creation of unnecessary pseudo-biographies, especially of living people.", ତ ମୋ ମତରେ ଏମିତି ପ୍ରସଙ୍ଗ ରଖିବା ଆବଶ୍ୟକ ନାହିଁ, ଅଧିକ ଆଲୋଚନା କରିପାରିବା ଯଦି ଭିନ୍ନମତ ଥାଏ ।
  • ପ୍ରସଙ୍ଗରେ primary sources କମ ବା ନରହି ଓ secondary sources ଅଧିକ ରହିଲେ ଭଲ । ବଡ ନାମି ଖବର କାଗଜରେ ବାହାରିଥିବା ଲିଙ୍କ ଦେଲେ ଭଲ, ଖାସ କରି ଜୀବନ୍ତ ବ୍ୟକ୍ତିଙ୍କ ଉପରେ ଥିବା ପ୍ରସଙ୍ଗଗୁଡିକରେ ।
  • ଆଉ ଏକ ଦୃଷ୍ଟିକୋଣରୁ ଆମେ ଦେଖି ନିଷ୍ପତ୍ତି ନେଇପାରିବା ଏମିତି ଲେଖା ଲେଖିବା/ରଖିବା ଆବଶ୍ୟକ କି ନୁହେଁ; ସେ ଯେଉଁ କାମ କରିଛନ୍ତି ତାହା ଆମେ ଅନ୍ୟ କୌଣସି ଉଇକିପିଡିଆ ପ୍ରସଙ୍ଗ, ଘଟଣା (event)ରେ ଉଲ୍ଲେଖ କରିପାରିବା କି? ଯଦି ହଁ ତାହେଲେ ଉଇକିପିଡିଆରେ ରଖିପାରିବା ବୋଲି ବିଚାରକୁ ନେଇପାରିବା, ଆଉ ସେ ଯେଉଁ ସମ୍ମାନ ପାଇଛନ୍ତି କାହାଦ୍ଵାରା ବା କାହାଠୁ ପାଇଛନ୍ତି, ବିଚାରକୁ ନେଲେ ଆମେ ଜାଣିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୭:୩୬, ୫ ମଇ ୨୦୧୪ (UTC)
ପୂର୍ବରୁ ଥରେ ଠିକ ଏହିପରି ସମସ୍ୟା ଆସିଥିଲା, ମୁଁ ଇଂରାଜୀ ଉଇକିପିଡ଼ିଆକୁ ମାନକ ହିସାବରେ ନେଇଥିଲି । ପ୍ରସଙ୍ଗ ନାମକରଣ ବେଳେ ଇଂରାଜୀ/ ହିନ୍ଦୀକୁ ମାନକ ଭାବେ ନେବା ବା ଓଡ଼ିଆ ଉଇକି ନିମନ୍ତେ ଅଲଗା ମାନକ ପ୍ରସ୍ତୁତ କରିବା ପ୍ରଥମେ ସ୍ଥିର କରାଯାଉ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୨, ୫ ମଇ ୨୦୧୪ (UTC)
  • ଗୁଗୁଲ ୱେବ ସର୍ଚକୁ ଅନୁସରଣ କଲେ, ଓଡ଼ିଶାର ବହୁ ଲୋକ ଅତି ସାଧାରଣ (common) ନାମରେ ଗଣାଯିବେ । କାରଣ, ଆମେମାନେ ଆମ ବିଶିଷ୍ଟ ଲୋକ ମାନଙ୍କ ବିଷୟରେ ଭଲ ୱେବ କଣ୍ଟେଣ୍ଟେ ତିଆରି କରିନାହେଁ । ବଡ ନାମି ଓଡ଼ିଆ ଖବର କାଗଜ ଗୁଡିକ ୱେବରେ ଖୋଜ ଯୋଗ୍ୟ(ସର୍ଚେବୁଲ୍) ବି ନୁହନ୍ତି । ଯେଉଁ ଇଂରାଜୀ ଖବର କାଗଜ ଗୁଡିକ ସର୍ଚେବୁଲ୍, ସେମାନେ ଓଡ଼ିଆ ଲୋକଙ୍କ କଥା କମ ହିଁ ଛାପନ୍ତି । ଆଉ ମୋ ମତରେ ଆମ ଓଡ଼ିଆ ଉଇକିପିଡିଆରେ ଓଡ଼ିଶା ଓ ଓଡ଼ିଆ ଲୋକଙ୍କ କଥା ବିଶେଷ ଭାବରେ ଲେଖାଯିବା ଉଚିତ । ଏଥି ପାଇଁ ଯଦି ଟିକେ ନିୟମ କୋହଳ କରିବା ଆବଶ୍ୟକ ହୁଏ, ନିଶ୍ଚିତ କରିବା ଉଚିତ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୪୩, ୫ ମଇ ୨୦୧୪ (UTC)
Return to "ମହିମାନନ୍ଦ ମିଶ୍ର" page.