ମହିମାନନ୍ଦ ମିଶ୍ର

ଉଦ୍ୟୋଗପତି

ମହିମାନନ୍ଦ ମିଶ୍ର, ଓଡ଼ିଶାର ଜଣେ ଉଦ୍ୟୋଗପତି । ସେ ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ ପ୍ରତିଷ୍ଠା କରିଛନ୍ତି ଓ ନିଜେ ସେଠାରେ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ ପାରାଦ୍ୱୀପ, ଗୋପାଳପୁର ଓ ହଳଦିଆ ଆଦି ବନ୍ଦରରେ ଜାହାଜରୁ ଜିନିଷ ଚଢା ଓହ୍ଲା ଆଦି କାର୍ଯ୍ୟ କରିଥାଏ । [୧] ୧୯୭୮ ମସିହାରେ ମାତ୍ର ୧୫ଜଣ ସାଥୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଓଡ଼ିଶା ଷ୍ଟିଭେଡ଼ର୍ସ ଲିମିଟେଡ଼, ବର୍ତ୍ତମାନ ୩୦୦୦ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିପାରିଛି ।[୨] ସେ ଗୋପାଳପୁର ବନ୍ଦରର ପରିଚାଳନା ନିର୍ଦ୍ଦେଶକ[୩] ଭାବରେ ମଧ୍ୟ କାର୍ଯ୍ୟରତ ।[୪] ଗୋପାଳପୁର ବନ୍ଦରର ନିର୍ମାଣରେ ମହିମାନନ୍ଦ ମିଶ୍ରଙ୍କ ଅବଦାନକୁ[୫] ସ୍ୱୀକୃତି ଜଣାଇ, ତାଙ୍କୁ ୨୦୧୧ ମସିହାର ବିଜିନେସ ଲିଡ଼ରସିପ ସମ୍ମାନ ପ୍ରଦାନ କରାଯାଇଛି ।[୬]

ମହିମାନନ୍ଦ ମିଶ୍ର
Born(1953-05-07)୭ ମଇ ୧୯୫୩
Nationality ଭାରତୀୟ
Educationସ୍ନାତକୋତ୍ତର, ଆଇନ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Known forଶିଳ୍ପପତି
Spouseମିନତି ମିଶ୍ର
Childrenଚନ୍ଦନ ମିଶ୍ର, ଚର୍ଚ୍ଚିତ ମିଶ୍ର
Parent(s)ରବିନ୍ଦ୍ର ନାଥ ମିଶ୍ର, ଉର୍ମିଳା ମିଶ୍ର

ଛାତ୍ରଜୀବନରୁ ମହିମାନନ୍ଦ ରାଜନୀତି ସହିତ ଜଡ଼ିତ । ୧୯୯୨ର ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ, ଟକ ସହରରେ ଦଙ୍ଗା ରୋକିବାରେ ତାଙ୍କର ଭୂମିକା ରହିଥିଲା ।[୭] ମହେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତିଙ୍କ ହତ୍ୟା ମାମଲାରେ, ମହିମାଙ୍କୁ ୨୦୧୬ ମସିହା ଡିସେମ୍ବର ୨୪ ତାରିଖରେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍ଗକକରୁ ଗିରଫ କରାଯାଇଥିଲା ।[୮]


ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-11-01. Retrieved 2014-05-02. {{cite web}}: Cite has empty unknown parameter: |1= (help)
  2. http://investing.businessweek.com/research/stocks/private/person.asp?personId=224215657&privcapId=51472983
  3. http://odishan.com/5374
  4. "ଆର୍କାଇଭ୍ କପି". Archived from the original on 2014-01-29. Retrieved 2014-05-02. {{cite web}}: Cite has empty unknown parameter: |1= (help)
  5. http://orissamatters.com/tag/mahimananda-mishra/
  6. "ଆର୍କାଇଭ୍ କପି". Archived from the original on 2013-04-05. Retrieved 2014-05-02. {{cite web}}: Cite has empty unknown parameter: |1= (help)
  7. Christophe Jaffrelot / Laurent Gayer (28 February 2013). MUSLIMS IN INDIAN CITIES. HarperCollins Publishers India. pp. 164–. ISBN 978-93-5029-555-7.
  8. ଧରିତ୍ରୀ ୨୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ http://www.dharitri.com/Bhubaneswar/291216/p3.htm. Retrieved 29 December 2016. {{cite news}}: Missing or empty |title= (help)