ପୃଷ୍ଠା ଘୁଞ୍ଚାଇବା ପାଇଁ ଅନୁରୋଧ ସମ୍ପାଦନା

ଶିଣ୍ଟୋଶାଳଜିଞ୍ଜା – ଏ ପ୍ରସଙ୍ଗ ଆଉ ଏହି ଭଳି ଅନେକ ଜାପାନୀ ସଂସ୍କୃତି ସମ୍ବନ୍ଧିତ ପ୍ରସଙ୍ଗର ଜାପାନୀ ନାମ ଓଡ଼ିଆରେ ସିଧା ଲେଖିହେବ । ତା' ବଦଳରେ ଅନୂଦିତ ଇଂରାଜୀ ନାମ "Shinto shrine"କୁ ପୁଣି "ଓଡ଼ିଆରେ "ଶିଣ୍ଟୋ ଶାଳ" ଲେଖିବାର କୌଣସି ଆବଶ୍ୟକତା ନାହିଁ । ଉଭୟ ଓଡ଼ିଆ ଓ ଜାପାନୀ ଏସୀୟ ଭାଷା ଓ ଐତିହାସିକ ଭାବେ ସମ୍ବନ୍ଧିତ । ତେଣୁ ନାମଗୁଡ଼ିକ ସଳଖେ ଦିଆନିଆ ନ କରି ଇଂରାଜୀ ଅନୁବାଦରୁ ଆଉଥରେ ଓଡ଼ିଆ ଅନୁବାଦ କରିବା ଦ୍ୱାରା ମୌଳିକତା ନଷ୍ଟ ହେବା ସହ ନୂଆ ଅବୋଧ୍ୟ ଶବ୍ଦ ତିଆରି ହେଉଛି । ପୁଣି ଓଡ଼ିଆରେ "ଶାଳ" ବ୍ୟାପକ ଅର୍ଥରେ ବ୍ୟବହାର ହେଉଥିଲେ ହେଁ ଆଧୁନିକ ବ୍ୟବହାରରେ କୁମ୍ଭାରଶାଳ, କମାରଶାଳ, ହାଣ୍ଡିଶାଳ ଭଳି ସଂକୋଚନ ହୋଇଛି । ଶାଳ ଯେ ପୂଜାପଦ୍ଧତି ପାଇଁ ବ୍ୟବହାର ହେଉଥିବା ବେଦି ତାହା ସାଧାରଣ ପାଠକ "ଶିଣ୍ଟୋଶାଳ" ଭଳି ଶବ୍ଦରୁ ବୁଝିପାରିବ ନାହିଁ । ବିକଳ୍ପ ଭାବେ ସମସ୍ତ ଜାପାନୀ ନାମ ଓଡ଼ିଆ ଲିପିରେ ଲେଖିବା ବରଂ ସୁବିଧାଜନକ ହେବ । ଏ ପ୍ରସଙ୍ଗ ଓ ବାକି ପ୍ରସଙ୍ଗ ମୁଖ୍ୟ ଭାବେ ସମ୍ପାଦନା କରିଥିବା @Anos Vordigoad: ବିଶେଷ କରି ଧ୍ୟାନଦେବେ । ଦୟାକରି ବିଭିନ୍ନ ସ୍ଥାନରେ ନ କରି ଏ ଆଲୋଚନା ତଳେ ହିଁ ଏ ପ୍ରସଙ୍ଗ ସମ୍ବନ୍ଧିତ ଆଲୋଚନା କରିବେ ସୁଭ (ଆଳାପ) ୧୩:୩୫, ୮ ନଭେମ୍ବର ୨୦୨୦ (IST)Reply

ଆପଣଙ୍କ କଥା ମୁଁ ବୁଝି ପାରିଲି । ମୋର ଉଦ୍ଦେଶ୍ଯ ଏହି ଥିଲା ଯେ Shinto shrineର ଅନୁବାଦ ପାଇଁ ମୁଁ ମନ୍ଦିର କଥା ଭାବୁଥିଲି କିନ୍ତୁ ଏହା ଭଲ ଶୁଭାଗଲା ନାହିଁ, ମୋତେ । ଆମ ଗାଁ ଝୁମ୍ପୁରାରେ ଆମର ଏକ କୋଠିଶାଳ ବା କୁଠିଶାଳ ଅଛି ଯେଉଁଠାରେ ପାରମ୍ପରିକ ପୂଜାର୍ଚ୍ଚନା ଚାଲିଛି । ଜାପାନୀ ଜିଞ୍ଜା ଓ ଗ୍ରାମୀଣ ଓଡ଼ିଆ ଶାଳ ମଧ୍ଯରେ ଥିବା ସମାନତା ଦୃଷ୍ଟିରୁ ଏକଥା ମୋ ମନକୁ ପାଇଲା । ଯଦି ସମସ୍ତଙ୍କ ମତ ଏହାର ନାମ ପରିବର୍ତ୍ତନ କରିବାପାଇଁ ଅଛି ମୋର କିଛି ଆପତ୍ତି ନାହିଁ, ଖାଲି ଉପକ୍ରମ ବାକ୍ଯରେ ଅତିରିକ୍ତ ନାମ ଭାବେ ଶିଣ୍ଟୋଶାଳକୁ ଛାଡି ଦିଆଯାଉ ମୋର ସେତିକି ଅନୁରୋଧ । ଧନ୍ଯବାଦ --Anos Vordigoad (ମୋ ଆଲୋଚନା) ୧୫:୩୯, ୮ ନଭେମ୍ବର ୨୦୨୦ (IST)Reply
@Anos Vordigoad: ନାମକରଣକୁ ନେଇ କୌଣସି ବିଧିବଦ୍ଧ ନିୟମ ନାହିଁ । ତେବେ ଉଇକିପିଡ଼ିଆ ଭିତରେ ନୂଆ ଶବ୍ଦ ତିଆରି ଅପେକ୍ଷା ବହୁପ୍ରଚଳିତ ଶବ୍ଦକୁ ସବୁବେଳେ ଅଗ୍ରାଧିକାର ଦିଆଯାଏ । "Shinto shrine" କେବଳ ଇଂରାଜୀଭାଷୀ ଦେଶରେ ପ୍ରଚଳିତ ଏକ ନାମ । ଅପରପକ୍ଷେ "ଜିଞ୍ଜା" ଶବ୍ଦ ବହୁକାଳରେ ଜାପାନରେ ପ୍ରଚଳିତ ଭଳି ବୋଧହୁଏ । ଓଡ଼ିଆ ଶବ୍ଦ "ଜଗନ୍ନାଥ" ଇଂରାଜୀରେ "juggernaut" ହେବା ପରି ଅବସ୍ଥା ଇଏ । ମୋର ପ୍ରଶ୍ନ ସରଳ । "ଜିଞ୍ଜା" ଭଳି ନାମଟିଏ ଆଉ ଏକ ସମାଜରେ ପ୍ରଚଳିତ ଥିବା ବେଳେ ଅପ୍ରାକୃତିକ ଭାବେ ତିଆରି ଇଂରାଜୀ ନାମକୁ ଅନୁବାଦ କରିବାର ଆବଶ୍ୟକତା କେଉଁଠି? ପୁଣି "ଶିଣ୍ଟୋଶାଳ" ଭଳି ନୂଆ ନାମ ଦେବାର ଆବଶ୍ୟକତା କେଉଁଠି? ଆଉ "ଜିଞ୍ଜା" ବୋଲି ଲେଖିବାରେ ଅସୁବିଧା କେଉଁଠି? ଦୟାକରି ଏ ପ୍ରଶ୍ନ ଆଧାରରେ ନିଜ ମତ ଦେବେ । ଆଉ ଆଗରୁ ଯଦି କେଉଁଠି "ଶିଣ୍ଟୋଶାଳ"ର ପ୍ରଚଳନ ରହିଛି ତାହା ଜଣାଇବେ । ଯଦି ନାହିଁ ତାହେଲେ "ଜିଞ୍ଜା" ନାମକୁ ଅଗ୍ରାଧିକାର ଦିଆଯିବ ।--ସୁଭ (ଆଳାପ) ୧୮:୫୭, ୮ ନଭେମ୍ବର ୨୦୨୦ (IST)Reply
Return to "ଜିଞ୍ଜା" page.