ବ୍ୟବହାରକାରୀଙ୍କ ଆଲୋଚନା:Anos Vordigoad
କେଉଁଠାକୁ ଲେଉଟାଣି:
ଏକାଧିକ ବ୍ୟବହାରକାରୀ ପୃଷ୍ଠା ତିଆରିସମ୍ପାଦନ କରନ୍ତୁ
ଆଜି ଆପଣ କରିଥିବା ଏକ ବ୍ୟବହାରକାରୀ ପୃଷ୍ଠାର ସମ୍ପାଦନା ଇତିହାସରୁ ଜାଣିଲି ଯେ:
- ଆପଣ ବୋଧେ ବ୍ୟବହାରକାରୀ:ମିହିର କୁମାର ପାତ୍ର ଓ ବ୍ୟବହାରକାରୀ:Anos Vordigoad ନାମରେ ଦୁଇଟି ଆକାଉଣ୍ଟ ତିଆରି କରିଛନ୍ତି ।
- ଉଭୟ ସାଧାରଣ ଭାବେ ତିଆରି କରାଯାଇଥିବା ବେଳେ ଆପଣ ବ୍ୟବହାରକାରୀ:ମିହିର ପାତ୍ର ନାମରେ ଆଉ କେବଳ ବ୍ୟବହାରକାରୀ ପୃଷ୍ଠା ତିଆରି କରିଛନ୍ତି ଯାହା ଅନୁମୋଦିତ ନୁହେଁ । କାରଣ ବ୍ୟବହାରକାରୀ
ଆକାଉଣ୍ଟ ତିଆରି ନ କରି ବ୍ୟବହାରକାରୀ:ମିହିର ପାତ୍ର ଭଳି ପୃଷ୍ଠା ତିଆରି କରାଯାଇପାରିବ ନାହିଁ । ଏ ପୃଷ୍ଠାଟିକୁ ଲିଭାଇବା ପାଇଁ {{tl:ଲିଭାନ୍ତୁ}} ଛାଞ୍ଚ ପକାଇ ଅନୁରୋଧ କରିପାରିବେ ।
- ସାଧାରଣ ଭାବେ ଆପଣ ଉଭୟ ବ୍ୟବହାରକାରୀ:ମିହିର କୁମାର ପାତ୍ର ଓ ବ୍ୟବହାରକାରୀ:Anos Vordigoad ଆକାଉଣ୍ଟ ଯଦି ଅଜାଣତରେ ତିଆରି କରିଥାନ୍ତି ତାହେଲେ ଦୁଇଟିରୁ ଗୋଟିଏ ରଖିବା ପାଇଁ ଅନୁରୋଧ ଏହି ପୃଷ୍ଠାରେ କିପରି ଏକାଧିକ ଆକାଉଣ୍ଟ ଥିଲେ ସ୍ପଷ୍ଟ ଭାବେ ଜଣାଇବେ ଆଉ ସାଧାରଣ ବ୍ୟବହାର ପାଇଁ ଗୋଟିଏ ବ୍ୟବହାର କରିବେ ତା ବାବଦରେ ସୂଚନା ରହିଛି । ଆଶା ଆଗକୁ ଆପଣ ବ୍ୟବହାରକାରୀ:ମିହିର ପାତ୍ର ଆକାଉଣ୍ଟଟି କୌଣସି କାମ ପାଇଁ ବ୍ୟବହାର କରିବେ ନାହିଁ ଓ ତାକୁ ଲିଭାଇବା ପାଇଁ ଅନୁରୋଧ କରିବେ ।
--ସୁଭ (ଆଳାପ) ୨୧:୧୨, ୨୫ ଅକ୍ଟୋବର ୨୦୨୦ (IST)
- ମାନନୀୟ, ମୋର ସବୁ ଦୋଷ କ୍ଷମା କରିବେ, ମୁଁ ବ୍ଯବହାରକାରୀ ପେଜ୍ ବିଷୟରେ ବିଶେଷ କିଛି ଜାଣି ନାହିଁ। ତେଣୁ ଭୁଲ ଗୁଡିକୁ ସୁଧାରି ଦିଅନ୍ତୁ। Anos Vordigoad (ମୋ ଆଲୋଚନା) ୧୦:୨୦, ୨୬ ଅକ୍ଟୋବର ୨୦୨୦ (IST)
- @Anos Vordigoad:
- ଦୟାକରି ମୋତେ କେବଳ ଶୁଭାଶିଷ ବା ଶୁଭ ବୋଲି ଡାକନ୍ତୁ । ମୁଁ ସାର, ମହୋଦୟ, ମାନନୀୟ ଆଦି ଓଜନିଆ ଉପାଧିକୁ ଭଲ ପାଏନି । ଅଧିକନ୍ତୁ ଉଇକିପିଡ଼ିଆ କମ୍ୟୁନିଟି ଭିତରେ ଉପାଧି ଯଥାସମ୍ଭବ କମାଇବା ପାଇଁ ସଦା ଚେଷ୍ଟା । ଏଠି କି ପରିଚାଳକ କି ନୂଆ ଉଇକିଆଳି ବୟସ-ବୃତ୍ତି-ଅଭିଜ୍ଞତା ଭିତ୍ତିରେ ସମସ୍ତେ ସମାନ ।
- ଯଦି ଗୋଟେ ଜାଗାରେ ଏକ ଆଲୋଚନା ଆରମ୍ଭ ହୋଇଛି ସେଇ ବିଭାଗଟିକୁ ସମ୍ପାଦନା କରି ତା' ତଳେ ନିଜ ପ୍ରଶ୍ନ/ମତ ଲେଖିଲେ ସୁବିଧା ହେବ । ଧରନ୍ତୁ ଏ ଆଲୋଚନାଟି ଆପଣଙ୍କ ଆଲୋଚନା ପୃଷ୍ଠାରେ ଆରମ୍ଭ ହୋଇଥିଲା । ତେଣୁ ଏ ଉପର ବର୍ଣ୍ଣିତ ସବୁ ବିଷୟ ତଳକୁ ତଳ ରହିପାରିବ ।
- ଉପରେ ମୁଁ ଲିଙ୍କ ସହ ଲେଖିଛି କେମିତି ବ୍ୟବହାରକାରୀ ପୃଷ୍ଠା ପରିଚାଳନା କରାଯାଏ । ଆପଣ କେବଳ ତାକୁ ଦେଖି ନିଜ ଆଡୁ ଯାହା କରିବା କଥା କରିଦେଲେ ଯେକୌଣସି ଜଣେ ପରିଚାଳକ ବ୍ୟବହାରକାରୀ:ମିହିର ପାତ୍ର ପୃଷ୍ଠାଟିକୁ ଲିଭାଇ ଦେବେ । କିନ୍ତୁ ସେଥିରେ ଆପଣଙ୍କୁ {{tl:ଲିଭାନ୍ତୁ}} ଛାଞ୍ଚ ପକାଇବାକୁ ପଡ଼ିବ । ଆଉ ଆପଣ ବାକି ଦୁଇଟି ବ୍ୟବହାରକାରୀ ପୃଷ୍ଠା ବ୍ୟବହାରକାରୀ:ମିହିର କୁମାର ପାତ୍ର ଓ ବ୍ୟବହାରକାରୀ:Anos Vordigoad ନିଜେ ପରିଚାଳନା କରୁଥିଲେ ଏହି ପୃଷ୍ଠାରେ ଥିବା ସୂଚନା ଅନୁସାରେ ବଦଳାଇବେ ଓ ଆଗକୁ କେବଳ ଗୋଟେ ଆକାଉଣ୍ଟରୁ ସମ୍ପାଦନା କରିବେ । ଆରଟି REDIRECT ହୋଇ ରହିବ । --ସୁଭ (ଆଳାପ) ୧୨:୧୭, ୨୬ ଅକ୍ଟୋବର ୨୦୨୦ (IST)
- @Anos Vordigoad:
ଇନଫୋବୋକ୍ସ ଓ ଅନ୍ୟାନ୍ୟ ଛାଞ୍ଚସମ୍ପାଦନ କରନ୍ତୁ
ଛାଞ୍ଚଗୁଡ଼ିକ ସିଧାସଳଖ କପି ନ କରି ସାଧାରଣତଃ ବିଶେଷ:import ବ୍ୟବହାର କରି ଇଂରାଜୀରୁ (କିମ୍ବା ଅନ୍ୟ ଉଇକିରୁ) ଅଣାଯାଏ । ତେଣୁ କୌଣସି ପରିଚାଳକଙ୍କୁ ଏଥି ପାଇଁ ଅନୁରୋଧ କରିପାରିବେ । ଦ୍ୱିତୀୟରେ ଛାଞ୍ଚର ମୂଳ ଉଦ୍ଦେଶ୍ୟ ହେଲା ଉଇକିଆଳିମାନଙ୍କୁ (ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ଆପଣ ଓ ମୋ ଭଳି ସ୍ୱେଚ୍ଛାସେବୀ ସମ୍ପାଦକ) ସାହାଯ୍ୟ କରିବା । "ଜ୍ଞାନସନ୍ଦୁକ" ଭଳି ଆଗରୁ ବ୍ୟବହାର ହୋଇନଥିବା ଶବ୍ଦ ନୂଆ କରି ଆରମ୍ଭ କରିବା ଆଗରୁ ଦୟାକରି ଉଇକିପିଡ଼ିଆ:ଆଲୋଚନା ସଭାରେ ଆଲୋଚନା କରିବା ପାଇଁ ଅନୁରୋଧ । ଅନ୍ୟଥା ଏହାର ଅର୍ଥ ବୁଝିବା ବାକିମାନଙ୍କ ପାଇଁ କାଠିକର ପାଠ । ପୁଣି ଆଗରୁ କେଇଶହ ଇନଫୋବକ୍ସ ଥିବ । ସେସବୁ ଇଂରାଜୀରେ ରହିଛି କେବଳ ଉଇକିଆଳିମାନଙ୍କ କାମ ସହଜ କରିବା ପାଇଁ । ପାଠକ ସେସବୁ ଦେଖିପାରନ୍ତି ନାହିଁ । ଅପ୍ରଚଳିତ ଓ ହିନ୍ଦୀରୁ ସିଧା ଉତରା ଏ ଭଳି ଶବ୍ଦ (ଓଡ଼ିଆ ସନ୍ଦୁକ ନୁହେଁ ସିନ୍ଧୁକ ଲେଖାଯାଏ ଆଉ ସେ ପୁଣି ଅତି ପୁରୁଣା କାଳିଆ ଯାହାକୁ ଏକ ଟେକନିକାଲ ଶବ୍ଦ ଭାବେ ବ୍ୟବହାର କରିବାର କୌଣସି ନଜିର ବା ଆବଶ୍ୟକତା ପଡ଼ିନାହିଁ) ଅନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇବ । ମୋର ନିହାତି ଅନୁରୋଧ ଆଗରୁ ସବୁକିଛି ଓଡ଼ିଆରେ ଅନୁବାଦ ନ କରି ବରଂ ଧୀରେ ଧୀରେ ଅନ୍ୟମାନଙ୍କ ସହ ଆଲୋଚନା କରି ଏଭଳି ବଡ଼ ସିଦ୍ଧାନ୍ତ ନେବା ପାଇଁ । ବଡ଼ ଓ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ପାଇଁ ସର୍ବଦା ଉଇକିପିଡ଼ିଆ:ଆଲୋଚନା ସଭା ରହିଛି । --ସୁଭ (ଆଳାପ) ୧୫:୫୨, ୨୯ ଅକ୍ଟୋବର ୨୦୨୦ (IST)
- ଶୁଭବାବୁ ମୁଁ ତ ଏପରି ଅନେକ ଛାଞ୍ଚ ତିଆରି କରିସାରିଲିଣି ଯାହାର ଶୀର୍ଷକ ଓଡ଼ିଆରେ ରହିଛି । ବିଶେଷ କରି ଟାକ୍ସୋନୋମିରେ । ଆଗକୁ ମୁଁ ଆଉ ସେପରି କରିବିନି । Anos Vordigoad (ମୋ ଆଲୋଚନା) ୧୧:୨୪, ୩୦ ଅକ୍ଟୋବର ୨୦୨୦ (IST)
- ଚଳିବ । ଆପଣ ଜାଣତରେ କରିନାହାନ୍ତି । କେହି ସବୁ ଜିନିଷ ଆରମ୍ଭ କଲାବେଳେ ଜାଣିନଥାଏ । ଧୀରେଧୀରେ ସମସ୍ତେ ଶିଖନ୍ତି । ମୋଟାମୋଟି ଭାବେ ଆଗକୁ ଖୁବ ବଡ଼ ବଦଳ କଲାବେଳେ ଉଇକିପିଡ଼ିଆ:ଆଲୋଚନା ସଭାରେ ଆଲୋଚନା କରିପାରିବେ । ସାଧାରଣ ଭାବେ ଉଇକିପିଡ଼ିଆରେ ନୂଆ ଶବ୍ଦାବଳୀ ସୃଷ୍ଟିକରାଯାଏ ନାହିଁ । ଆଉ ନିହାତି ଆବଶ୍ୟକ ନଥିଲେ ବୈଷୟିକ ଶବ୍ଦାବଳୀ ମୂଳ ଶବ୍ଦର ଭାଷା ଯାହା ହେଉନା କାହିଁକି ବହୁପ୍ରଚଳିତ ଶବ୍ଦ ବ୍ୟବହାର କରାଯାଏ । ତେଣୁ "ଶୂନଗାଡ଼ି" ବା "ଦ୍ୱିଚକ୍ରଯାନ" ବଦଳରେ ସାଇକେଲ ଓ ମୋଟରସାଇକେଲ, "ସଂଗଣକ ଯନ୍ତ୍ର" ବଦଳରେ "କମ୍ପ୍ୟୁଟର", "ଭ୍ରାମ୍ୟଭାଷ" ବଦଳରେ "ମୋବାଇଲ" ବ୍ୟବହାର ହୁଏ । ତେବେ ଟେମ୍ପଲେଟ ବଦଳରେ "ଛାଞ୍ଚ" ଆଉ "Village Pump"କୁ ଆଲୋଚନା ସଭା ("ଗ୍ରାମ ପମ୍ପ" ନୁହେଁ) ଭଳି ଭାବାନୁବାଦ ସକ୍ରିୟ ଉଇକିଆଳିଙ୍କ ମତକୁ ଆଧାର କରି କରାଯାଇଛି । --ସୁଭ (ଆଳାପ) ୧୫:୦୨, ୩୦ ଅକ୍ଟୋବର ୨୦୨୦ (IST)
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଏସିଆ ମାସ ଗଣସମ୍ପାଦନା, ୨୦୨୦ | |
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା । | |
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ । |