ଜିଞ୍ଜା ବା ଶିଣ୍ଟୋଶାଳ (神社 - ଜିଞ୍ଜା - ଈଶ୍ବରଙ୍କ ଗୃହ)[୧] ଶିଣ୍ଟୋବାଦର କାମିମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ । ଏହାର ପ୍ରମୁଖ ସ୍ଥଳଟି ପବିତ୍ର ବସ୍ତୁ ରଖିବା ପାଇଁ ବ୍ଯବହୃତ ହୁଏ ।[୨] ଜାପାନୀ ଭାଷାରେ ଶିଣ୍ଟୋଶାଳର ଅନେକ ନାମ - ଗୋଙ୍ଗେନ, ଜିଞ୍ଜା, ଜିଙ୍ଗୁ, ମୋରୀ, ମ୍ଯୋଯୀନ, ତାଇଶା, ଉବୁସୁନା, ୟାଶୀରୋ ତଥା ପରପ୍ରତ୍ଯୟ - -ଗୁ, -ଶା, ଆଦି ବ୍ଯବହାର ହୁଏ । ସାଧାରଣତଃ ଏକ ଶାଳରେ ହୋଦେନ ଥାଏ ଯେଉଁଥିରେ କାମିଙ୍କୁ (କାମିଙ୍କର ପ୍ରତିମା କିମ୍ବା ଏକ ଦର୍ପଣ) ପ୍ରତିଷ୍ଠା କରାଯାଇଥାଏ ।[୩] ଯଦି ଶାଳଟି ଏକ ପର୍ବତ ଉପରେ କରାଯାଇ ଯାହାକୁ ସମ୍ପୂର୍ଣ୍ଣ ଭାବରେ ଉକ୍ତ କାମିଙ୍କୁ ସମର୍ପିତ କରାଯାଇଥାଏ ତେବେ ହୋଦେନର ଉପସ୍ଥିତି ଆବଶ୍ୟକ ନଥାଏ ।[୪]

ଏକ ଶାଳ ଆଗରେ ଦୁଇଜଣ ସ୍ତ୍ରୀଲୋକ ପ୍ରାର୍ଥନା କରୁଛନ୍ତି

ଆଧାର ସମ୍ପାଦନା

  1. Stuart D. B. Picken, 1994. p. xxiii
  2. Bernhard Scheid. "Religiöse Bauwerke in Japan" (in German). University of Vienna. Retrieved 27 June 2010.{{cite web}}: CS1 maint: unrecognized language (link)
  3. Iwanami Kōjien (広辞苑) Japanese dictionary
  4. "Called to Serve", Called to Holiness, Catholic University of America Press, pp. 59–63, ISBN 978-0-8132-2925-6, retrieved 2020-10-23