ଆରିସା ପିଠା
ଆରିସା ପିଠା ଏକ ଓଡ଼ିଆ ପିଠା ଯାହା ଚାଉଳ ଚୁନା ଓ ଗୁଡ଼/ଚିନିରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
ଆରମ୍ଭ | |
---|---|
ଅଲଗା ନାଆଁ | ଆରିସା |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ, ଥଣ୍ଡା |
ମୂଳ ଉପାଦାନ | ଚାଉଳ, ଗୁଡ଼, ଘିଅ |
ଉପାଦାନ
ସମ୍ପାଦନାତିଆରି ପ୍ରଣାଳୀ
ସମ୍ପାଦନାପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ ପିଠା ଆକାରର ଛୋଟ ଛୋଟ ଗୁଳା ତିଆରି କରାଯାଇ ଗରମ ଘିଅ ବା ତେଲରେ ବାଦାମୀ ରଙ୍ଗ ହେବାଯାଏଁ ଛଣା ଯାଇଥାଏ ।[୧] [୨][୩] [୪][୫] [୬]
ଇତିହାସ
ସମ୍ପାଦନାଆରିସା ପିଠା ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇସାରିଥିବା ବିଶ୍ୱାସ କରାଯାଏ । ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ, ସେତେବେଳେ ସେ କଳିଙ୍ଗରୁ ଆସିଥିବା ଦୁଇ ବଣିକ ତପସୁ ଓ ବହ୍ଲିକଙ୍କଠାରୁ ଏହି ଆରିସା ପିଠା ଖାଇ ସାଷ୍ଟାମ ହୋଇଥିବା ବୌଦ୍ଧ ଗ୍ରନ୍ଥ ମାନଙ୍କରେ ଲେଖାଯାଇଅଛି । ଆରିସା ଏକ ପାଳି ଶବ୍ଦ । ପାଳି ଭାସାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା । ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ । ତେବେ ଆଜି ମଧ୍ୟ ତାମିଳ ଭାଷାରେ ଆରିସା ଶବ୍ଦ (ଆରିସେ) ଚାଉଳ ଅର୍ଥରେ ବ୍ୟବହାର ହେଉଥିବାରୁ କେହି କେହି ଆରିସା ଶବ୍ଦକୁ ତାମିଳ ଶବ୍ଦ ବୋଲି ଯୁକ୍ତି କରନ୍ତି, ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Arisa Pitha". Archived from the original on 2012-03-19. Retrieved 2011-07-06.
- ↑ "Arisa Pitha". Archived from the original on 2011-10-04. Retrieved 2011-07-06.
- ↑ Arisa Pitha, eOdissa handisala
- ↑ "Arisa Pitha recipe". Archived from the original on 2012-03-23. Retrieved 2011-07-06.
- ↑ "Arisa Pitha". Archived from the original on 2011-09-27. Retrieved 2011-07-06.
- ↑ "Recipe of Arisa Pitha". Archived from the original on 2011-10-09. Retrieved 2011-07-06.