କାକରା ପିଠା
କାକରା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ ।
ଆରମ୍ଭ | |
---|---|
ଅଲଗା ନାଆଁ | କାକରା |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ମଇଦା, ଗୁଡ଼, ନଡ଼ିଆ |
୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ନେଇଥିଲେ । ଜଗନ୍ନାଥ ସଂସ୍କୃତି ଜନାଦୃତ କରିବା ଉଦ୍ଦେଶରେ ରାଜାମାନେ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜା ପର୍ବାଣିସବୁ ଯୋଡ଼ିଥିଲେ । ସେ ଦଧିବାମନ ଓ ଜଗନ୍ନାଥ ମନ୍ଦିରମାନଙ୍କରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ । ଖଣ୍ଡପଡ଼ାରେ ଏହି ଭୋଗ ଅଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି । [୧]
ଉପାଦାନ
ସମ୍ପାଦନାତିଆରି ପ୍ରଣାଳୀ
ସମ୍ପାଦନାପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ମଇଦାକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।
ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ସେଥିରେ ଭଜା ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ା ହୋଇଥାଏ ତାପରେ ତାକୁ ଗରମ ତେଲରେ ଛଣା ଯାଏ ।[୨]
ବିଭିନ୍ନ ପ୍ରକାର କାକରା ପିଠା କରାଯାଏ । ସେଗୁଡ଼ିକ ହେଲା; ସୂଜି କାକରା, ଚାଉଳ ଚୂନା କାକରା, ମଉଦା କାକରା, ଅଟା କାକରା, ପୁର କାକରା ଇତ୍ୟାଦି । ଏସବୁର ପ୍ରସ୍ତୁତି ପ୍ରଣାଳୀ ପ୍ରାୟ ସମାନ ।
ଖଣ୍ଡପଡ଼ା ପୁର କାକରା
ସମ୍ପାଦନାଏଇ ପୁର କାକରା ତିଆରି ପାଇଁ ଅଟାର କାକରା କରାଯାଇ ସେଥିରେ ନଡ଼ିଆ ପୁର ଦିଆଯାଏ । ନଡ଼ିଆ ପୁରକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଚିନି ଓ ଘିଅ ମିଶାଯାଇ ଭଜାଯାଇଥାଏ । ଅଧିକ ସ୍ୱାଦିଷ୍ଟ କରିବା ପାଇଁ ପରେ ସେଥିରେ ଗୋଲ ମରିଚ ଓ କର୍ପୂର ମଧ୍ୟ ପକାଯାଇଥାଏ ।
ଆଧାର
ସମ୍ପାଦନା- ↑ "ଗଡ଼ଜାତରେ ଜଗନ୍ନାଥ - ଖଣ୍ଡପଡ଼ାର ଦଧିବାମନ". Odishatime.com. Retrieved 8 January 2017.
- ↑ "My Receipe - Suji Kakara". nuaodisha.com. 2012. Retrieved 13 June 2012.
Heat oil in a frying pan and deep fry the above flatten balls in a lower flame till it turns golden brown from each side