ଆମ୍ବିଳ

ଭାରତର ରନ୍ଧା ଖାଦ୍ୟ

ଆମ୍ବିଳ (ଶାକରଲେଥା ନାମରେ ମଧ୍ୟ ଜଣାଶୁଣା) ଏକ ବା ଏକାଧିକ ପରିବା ରାନ୍ଧି ତିଆରି ହୋଇଥିବା ଏକ ଓଡ଼ିଆ ଖାଦ୍ୟ । ଏହାର ସ୍ୱାଦ ସାଧାରଣତଃ ଖଟା-ମିଠା ହୋଇଥାଏ । ପୁରୀର ବିଭିନ୍ନ ଜଣାଶୁଣା ଖାଦ୍ୟ ଭିତରୁ ଆମ୍ବିଳ ଅନ୍ୟତମ ଓ ଏହା ଦ୍ୱିପହର ବା ରାତି ଭୋଜନର ଏକ ଅଂଶ ।[୧] ଆମ୍ବିଳ ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ା ଭିତରୁ ଏକ ଓ ଶାକର ନାମରେ ଜଣା ଏବଂ ପଶ୍ଚିମ ଓଡ଼ିଶାରେ ଲେଥା ନାମରେ ଜଣା । ନୂଆଖାଇ ସମୟରେ ପଶ୍ଚିମ ଓଡ଼ିଶାରେ ରନ୍ଧାଯାଉଥିବା ବିଭିନ୍ନ ମୁଖ୍ୟ ବ୍ୟଞ୍ଜନ ଭିତରୁ ଆମ୍ବିଳ ଏକ । ମୂଳା, ବାଇଗଣ, କଦଳୀ ଭଳି ଋତୁକାଳୀନ ପନିପରିବାକୁ ଦହିରେ ଫୁଟାଇ ଏକ ପ୍ରକାର ଆମ୍ବିଳ କରାଯାଏ । ଆଉ ଏକ ପ୍ରକାର ଆମ୍ବିଳ ଛତୁକୁ ଲୁଣ, ହଳଦୀ ଗୁଣ୍ଡ ଏବଂ ଏକ ଚିମୁଟା ହେଙ୍ଗୁ ପକାଇ କରାଯାଇଥାଏ । ପରିବା ଫୁଟିବା ପରେ ପରଷିବା ଆଗରୁ ଆମ୍ବିଳରେ ପଞ୍ଚୁଫୁଟଣ, ତେଜ ପତ୍ର ଓ ଶୁଖିଲା ଲାଲ ଲଙ୍କା ଛୁଙ୍କ ଦିଆଯାଇଥାଏ । ପରିବା ମଧ୍ୟରେ ମଧ୍ୟ ସ୍ଥାନ ଓ ପର୍ବପର୍ବାଣି ବିଶେଷରେ ଭିନ୍ନ ଭିନ୍ନ ପରିବା ବ୍ୟବହାର ହୁଏ । ପଶ୍ଚିମ ଓଡ଼ିଶାରେ ଖଟା କରିବା ପାଇଁ ହେଣ୍ଡୁଆ ବ୍ୟବହାର ବିଧି ରହିଛି । କେତେକ ସ୍ଥାନରେ ଆମ୍ବିଳରେ ଭେଣ୍ଡି ଓ ସଜନା ଛୁଇଁର ବ୍ୟବହାର ମଧ୍ୟ ହୋଇଥାଏ ।[୨]

ଆମ୍ବିଳ
ଆମ୍ବିଳ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ/ଥଣ୍ଡା
ବଲାଙ୍ଗୀର ଜିଲ୍ଲାର ରନ୍ଧାଶୈଳୀରେ ପ୍ରସ୍ତୁତ ଲେଥା

ବ୍ୟୁତ୍ପତ୍ତି ସମ୍ପାଦନା

ଉଭୟ ପାଳିଓଡ଼ିଆ ଭାଷାରେ "ଆମ୍ବିଳା" ଶବ୍ଦର ଅର୍ଥ ଖଟା[୩] ଓ ସେହି ଶବ୍ଦରୁ ସମ୍ଭବତଃ ଆମ୍ବିଳ ନାମର ସୃଷ୍ଟି ।

ପ୍ରକାରଭେଦ ସମ୍ପାଦନା

ପଶ୍ଚିମ ଓଡ଼ିଶା ସମ୍ପାଦନା

ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବେ ଲେଥା ପ୍ରସ୍ତୁତ କରାଯାଇଥାଏ । ନୂଆଖାଇ ସମୟରେ ବିଭିନ୍ନ ପ୍ରକାରର ଆମ୍ବିଳ ରାନ୍ଧିବା ବିଧି ରହିଛି । ମୂଳା, ବାଇଗଣ, କଦଳୀ ଭଳି ଋତୁକାଳୀନ ପନିପରିବାକୁ ଦହିରେ ଫୁଟାଇ ସାଧାରଣତଃ ଆମ୍ବିଳ ତିଆରି କରାଯାଏ । ଛତୁକୁ ଲୁଣ, ହଳଦୀ ଗୁଣ୍ଡ ଏବଂ ଏକ ଚିମୁଟା ହେଙ୍ଗୁ ସହିତ ମିଶାଇ ମଧ୍ୟ ଆମ୍ବିଳ ତିଆରି କରାଯାଏ । ପରିବାକୁ ଫୁଟାଇ ସାଧାରଣତଃ ଆମ୍ବିଳ ତିଆରି କରାଗଲା ପରେ ପଞ୍ଚୁଫୁଟଣ ଓ ତେଜ ପତ୍ର ଓ ଶୁଖିଲା ଲାଲ ଲଙ୍କା ଛୁଙ୍କ ଦିଆଯାଇଥାଏ । ପଶ୍ଚିମ ଓଡ଼ିଶାରେ ସ୍ୱାଦ ପାଇଁ ପରିବା ଫୁଟାଇବା ବେଳେ ହେଣ୍ଡୁଆ ମଧ୍ୟ ପକାଯାଇଥାଏ । କେତେକ ସ୍ଥାନରେ ଭେଣ୍ଡି ଓ ସଜନା ଛୁଇଁର ବ୍ୟବହାର ମଧ୍ୟ ହୋଇଥାଏ । ଗାଁରେ ମୁଖ୍ୟତଃ ମାଟି ପାତ୍ରରେ ରନ୍ଧାଯା ଉଥିବାରୁ ଏଥିରୁ ମାଟିର ସ୍ୱାଦ ମଧ୍ୟ ରହିଥାଏ ।[୨]

କୋରାପୁଟ ସମ୍ପାଦନା

କୋରାପୁଟ ଜିଲ୍ଲାରେ ଆମ୍ବିଳ ପ୍ରସ୍ତୁତି ପାଇଁ କଞ୍ଚା କଦଳୀ, ମୂଳା, ଫୁଲକୋବି, ଇଞ୍ଚଡ଼, ସଜନା ଛୁଇଁ ଆଦି ପନିପରିବା ଓ କେତେକାଂଶରେ ଖଡ଼ା, ବାହ୍ମୁଣିଅ ପୁରପୁରିଆ, କୋବି ଶାଗ ମଧ୍ୟ ପଡ଼ିଥାଏ । ଏଥି ସହିତ ଚାଉଳ ଚୁନା, ତେନ୍ତୁଳି ଓ ଡାଲି ମଧ୍ୟ ପଡ଼ିଥାଏ । ତାହା ଛଡ଼ା ଅଦା, ରସୁଣ, କଞ୍ଚା ଓ ଶୁଖିଲା ଲଙ୍କା ଆଦି ଛୁଙ୍କ ଦିଆଯାଇଥାଏ ।[୪]

ଆଧାର ସମ୍ପାଦନା

  1. Sadual, S. kumar. "Measuring Transition of Food Culture at The Tourist Destination: Puri-A Case Study". MANAGEMENT CONVERGENCE: 81.
  2. ୨.୦ ୨.୧ Satpathy, A., others (2022). "Religious Ethnic Festivals: The Case of Nuakhai Festival". Tobacco Regulatory Science (TRS): 149–158.
  3. Hoenigswald, Henry M. (1967). "A Comparative Dictionary of the Indo-Aryan Languages. By R. L. Turner. London: Oxford University Press, 1966. xx, 841 pp. Corrigenda. $48.00". The Journal of Asian Studies. 26 (4): 747–748. doi:10.2307/2051298. ISSN 0021-9118.
  4. Narayanan, R., Nithya, D., Panda, A. K., Wagh, R. D. (2018). "Community Hunger Fighters: An Adult Nutrition Literacy Programme". {{cite journal}}: Cite journal requires |journal= (help)