ତାମିଲନାଡୁର ଆନ୍ନାମଲାଇ ପର୍ବତର ପାଦଦେଶରେ ଅବସ୍ଥିତ ଆନ୍ନାମଲାୟାର ମନ୍ଦିରରେ ପୂଜା ପାଉଛନ୍ତି ଶିବ ଅରୁଣାଚଳଶ୍ୱର ରୂପରେ । ପ୍ରାୟ ୨୫ ଏକର ପରିମିତ ଜମିରେ ଅବସ୍ଥିତ ଏହି ମନ୍ଦିର ଚାରିପଟେ ରହିଛି ଚାରିଟି ପ୍ରବେଶ ଦ୍ୱାର ବା ଗୋପୁରମ । ୨୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ଅନ୍ୟ ଏକ ଆକର୍ଷଣ ହଜାରେ ସ୍ତମ୍ଭ ବିଶିଷ୍ଟ ହଲ । ରକ୍ତ ବର୍ଣ୍ଣର ପର୍ବତ ଆନ୍ନାମଲାଇ ଶିବଲିଙ୍ଗ ପରିଦେଖାଯାଉଥିବାରୁ ଏହାକୁ ମଧ୍ୟ ପବିତ୍ର ବୋଲି ବିବେଚନା କରାଯାଏ । [୧]

ଆନ୍ନାମଲାୟାର ମନ୍ଦିର
Set of temple towers with urban centre and hill range in the background
View of the Annamalaiyar temple towers from the Annamalai hills
ଆନ୍ନାମଲାୟାର ମନ୍ଦିର is located in Tamil Nadu
ଆନ୍ନାମଲାୟାର ମନ୍ଦିର
ଆନ୍ନାମଲାୟାର ମନ୍ଦିର
Location within Tamil Nadu
ନାମ
ମୂଳ ନାମArulmigu Annamalaiyar Thirukoil
ସଂସ୍କୃତଅରୁଣାଚଳେଶ୍ୱର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି12°13′53.76″N 79°4′1.92″E / 12.2316000°N 79.0672000°E / 12.2316000; 79.0672000Coordinates: 12°13′53.76″N 79°4′1.92″E / 12.2316000°N 79.0672000°E / 12.2316000; 79.0672000
ଦେଶଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାତିରୁଭନ୍ନାମଲାଇ ଜିଲ୍ଲା
ସ୍ଥାନତିରୁଭନ୍ନାମଲାଇ
ପରମ୍ପରା
ମୁଖ୍ୟ ଆରାଧ୍ୟଆନ୍ନାମଲାୟାର (ଶିବ)
ସହଚରୀUnnamulai Amman (Apitakuchambaal – Parvati)
ମନ୍ଦିର ପୁଷ୍କରଣୀଅଗ୍ନୀ ତିର୍ଥମ୍
ମୁଖ୍ୟ ପର୍ବପର୍ବାଣୀKarthigai Deepam
ତିଆରି ଶୈଳୀଦ୍ରାବିଡୀୟ

ପୌରାଣିକସମ୍ପାଦନ କରନ୍ତୁ

ହିନ୍ଦୁ ପୁରାଣ ଅନୁଯାୟୀ : ଭଗବାନ ଶିବଙ୍କ ଆବାସ କୈଳାସ ପର୍ବତରେ ଦିନେ ପୁଷ୍ପ ଉଦ୍ୟାନରେ କୌତୁକବଶତଃ ମା' ପାର୍ବତୀ ଶିବଙ୍କ ଆଖିକୁ ତାଙ୍କ ହାତରେ ବୁଜିଧରିଥିଲେ । ଈଶ୍ୱରଙ୍କ ପ୍ରମୋଦ ସମୟରେ ଅଳ୍ପକ୍ଷଣ ପାଇଁ ପୃଥିବୀର ସମସ୍ତ ଆଲୋକ ସେଠାରେ କେନ୍ଦ୍ରୀଭୂତ ହୋଇଯାଇଥିଲା । ଏହାର ପରିଣାମରେ ସମଗ୍ର ପୃଥିବୀ ବର୍ଷ ବର୍ଷ ଧରି ଅନ୍ଧକାରାଚ୍ଛନ୍ନ ହୋଇଗଲା । ପୁଣି ଆଲୋକ ଫେରି ପାଇବା ଆଶାରେ ଶିବଭକ୍ତଙ୍କ ପ୍ରାର୍ଥନା କ୍ରମେ ମା' ପାର୍ବତୀ ଶିବଭକ୍ତଙ୍କ ସହ ମିଶି ତପସ୍ୟା କଲେ । ଶିବ ସନ୍ତୁଷ୍ଟ ହୋଇ ଆନ୍ନାମଲାଇ ପର୍ବତ ଶିଖରରେ ଏକ ଆଲୋକ ସ୍ତମ୍ଭ ରୂପରେ ଆବିର୍ଭୂତ ହେଲେ । ପୃଥିବୀ ଆଲୋକିତ ହେଲା । ତାପରେ ସେଠାରେ ସେ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା ପାଇଲେ ।[୧][୨]

ମନ୍ଦିରସମ୍ପାଦନ କରନ୍ତୁ

ପୂଜା ପଦ୍ଧତିସମ୍ପାଦନ କରନ୍ତୁ

ପର୍ବପର୍ବାଣୀସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ