ଆଣ୍ଟି-ଥାଇମୋସାଇଟ୍ ଗ୍ଲୋବୁଲିନ

ଏହା ଅଙ୍ଗ ପ୍ରତିରୋପଣ ପରେ ତୀବ୍ର ପ୍ରତ୍ୟାଖ୍ୟାନକୁ ରୋକିବା ଏବଂ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ଆଣ୍ଟି-ଥାଇମୋସାଇଟ୍ ଗ୍ଲୋବୁଲିନ ( ଏଟିଜି ), ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ଆଟଗମ୍ ଏବଂ ଥିମୋଗ୍ଲୋବୁଲିନ୍, ହେଉଛି ଅଙ୍ଗ ପ୍ରତିରୋପଣ ପରେ ତୀବ୍ର ପ୍ରତ୍ୟାଖ୍ୟାନକୁ ରୋକିବା ଏବଂ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] [୨] ଅନ୍ୟାନ୍ୟ ବ୍ୟବହାରରେ ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆପ୍ଲାଷ୍ଟିକ୍ ରକ୍ତହୀନତା ହୋଇପାରେ । [୧] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]

ଆଣ୍ଟି-ଥାଇମୋସାଇଟ୍ ଗ୍ଲୋବୁଲିନ
Clinical data
Trade namesAtgam, Thymoglobulin
AHFS/Drugs.comHorse: monograph
Rabbit: monograph
Routes of
administration
Intravenous
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସ୍ୱଳ୍ପ ଶ୍ୱେତରକ୍ତ କଣିକା, କମ୍ ପ୍ଲାଲେଟ୍, ମୁଣ୍ଡବିନ୍ଧା, ବାନ୍ତି, ସେରମ୍ ଅସୁସ୍ଥତା ଏବଂ ରାସ ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ। [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଘୋଡା କିମ୍ବା ଠେକୁଆରୁ ଉତ୍ପନ୍ନ ଏହି ପଲିକ୍ଲୋନାଲ ଆଣ୍ଟିବଡି ଔଷଧ ଥାଇମୋସାଇଟ ବିରୁଦ୍ଧରେ କାମ କରେ । [୧] [୨] ସେମାନେଟି କୋଷଗୁଡ଼ିକର କାର୍ଯ୍ୟକଳାପକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । [୧] [୨]

୧୯୮୧ରେ ଘୋଡା ସଂସ୍କରଣ ପାଇଁ ଏବଂ ୧୯୯୮ରେ ଠେକୁଆ ସଂସ୍କରଣ ପାଇଁ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଣ୍ଟି-ଥାଇମୋସାଇଟ୍ ଗ୍ଲୋବୁଲିନ୍ ଅନୁମୋଦିତ ହୋଇଥିଲା । [୩] [୪] ଯୁକ୍ତରାଜ୍ୟରେ ଠେକୁଆ ସଂସ୍କରଣର ୨୫ ମିଗ୍ରା ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୧୬୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୦୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Antithymocyte Globulin (Rabbit) Monograph for Professionals". Drugs.com (in ଇଂରାଜୀ). Archived from the original on 13 August 2020. Retrieved 14 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Antithymocyte Globulin (Equine) Monograph for Professionals". Drugs.com (in ଇଂରାଜୀ). Archived from the original on 20 August 2016. Retrieved 14 January 2022.
  3. "DailyMed - ATGAM- equine thymocyte immune globulin injection, solution". dailymed.nlm.nih.gov. Archived from the original on 27 March 2021. Retrieved 14 January 2022.
  4. "DailyMed - THYMOGLOBULIN (anti-thymocyte globulin- rabbit injection, powder, lyophilized, for solution". dailymed.nlm.nih.gov. Archived from the original on 20 March 2021. Retrieved 14 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 882. ISBN 978-0857114105.
  6. James, A; Mannon, RB (1 June 2015). "The Cost of Transplant Immunosuppressant Therapy: Is This Sustainable?". Current transplantation reports. 2 (2): 113–121. doi:10.1007/s40472-015-0052-y. PMID 26236578.