ଆଟାକ୍ସିଆ

ଆଟାକ୍ସିଆ ହେଉଛି ଏକ ସ୍ନାୟୁରୋଗ ଚିହ୍ନ ଯେଉଁଥିରେ ମାଂସପେଶି ଚଳପ୍ରଚଳରେ ସମନ୍ୱୟର ଅଭାବ ଦେଖାଯାଏ ।

 

Ataxia
A form of ataxia commonly occurs in Parkinson's disease
ବିଭାଗNeurology
ଲକ୍ଷଣTrouble walking, trouble talking, abnormal eye movements[୧]
କାରଣAlcohol, brain tumors, stroke, multiple sclerosis, hypothyroidism, head injury, certain medications, certain genetic conditions[୧]
ଚିକିତ୍ସାDepends on the underlying cause[୧]

ଆଟାକ୍ସିଆ ହେଉଛି ଏକ ସ୍ନାୟୁରୋଗ ଚିହ୍ନ ଯେଉଁଥିରେ ମାଂସପେଶି ଚଳପ୍ରଚଳରେ ସମନ୍ୱୟର ଅଭାବ ଦେଖାଯାଏ । [୧] ଏହା ଫଳରେ ଚାଲିବାରେ ଅସୁବିଧା, କଥାବାର୍ତ୍ତା କରିବାରେ ଅସୁବିଧା ଓ ଅସ୍ୱାଭାବିକ ଚକ୍ଷୁ ଚଳନ ଦେଖାଯାଏ | [୧] ଏହି ରୋଗ ଜଟିଳ ହେଲେ ଅଣନିଶ୍ୱାସ, ଚାପ ଘାଆ ବା ଅବସାଦ ଦେଖାଯାଇପାରେ | [୧]

ଏହା ମଦ୍ୟପାନ, ମସ୍ତିଷ୍କ ଅର୍ବୁଦ, ଷ୍ଟ୍ରୋକ୍, ଏକାଧିକ ସ୍କ୍ଲେରୋସିସ୍, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା ହାଇପୋଥାଇରଏଡିଜ୍ମ , ମୁଣ୍ଡ ଆଘାତ, କିଛି ଔଷଧ ଏବଂ କେତେକ ଜେନେଟିକ୍ ଅବସ୍ଥା ହେତୁ ଏହା ହୋଇପାରେ | [୧] ଜେନେଟିକ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ ଫ୍ରେଡରିକ ଆଟାକ୍ସିଆ ଏବଂ ଉଇଲସନ ରୋଗ ଉଲ୍ଲେଖନୀୟ ।[୧] ଗତିବିଧି ସମନ୍ୱିତ କରୁଥବା ସ୍ନାୟୁ ମଣ୍ଡଳୀର ସମସ୍ୟା ଯୋଗୁ ଏହି ରୋଗ ଉପୁଜେ | [୧] ଏହାର ତିନି ଉପବିଭାଗ ଅଛି, ଯଥା: - ସେରେବେଲାର, ସେନ୍‌ସରି ଓ ଭେଷ୍ଟିବୁଲାର | [୧]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ଉତ୍ତରାଧିକାରୀ ସୂତ୍ରରେ ଆସିଥିବା ରୋଗ ଆରୋଗ୍ୟ ହୁଏ ନାହିଁ । [୧] ଏହି ଅବସ୍ଥାର ପରିଚାଳନା ପାଇଁ ଚାଲିବା ଉପକରଣ ଏବଂ ଫିଜିଓଥେରାପି ଆବଶ୍ୟକ ହୁଏ । [୧] ୧00,000 ପିଲାଙ୍କ ମଧ୍ୟରୁ ଆଟାକ୍ସିଆ ପ୍ରାୟ ୨୬ ଜଣକୁ ପ୍ରଭାବିତ କରିଥାଏ | [୧] ଏହି ଶବ୍ଦଟି ଗ୍ରୀକ ଭାଷାରୁ ଆସିଛି α- [ଏକ ନକାରାତ୍ମକ ଉପସର୍ଗ] + -τάξις [କ୍ରମ] = "କ୍ରମର ଅଭାବ" | [୨]

ଆଧର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Hafiz, S; De Jesus, O (January 2020). "Ataxia". PMID 32965955. {{cite journal}}: Cite journal requires |journal= (help)
  2. Caplan, Louis R.; Gijn, Jan van (2012). Stroke Syndromes, 3ed (in ଇଂରାଜୀ). Cambridge University Press. p. 21. ISBN 978-1-139-53663-9.