ମସ୍ତିଷ୍କ ଅର୍ବୁଦ
ମସ୍ତିଷ୍କ ଅର୍ବୁଦ (ଇଂରାଜୀରେ Brain tumour) ବା ଖପୁରୀ ମଧ୍ୟସ୍ଥ ଅର୍ବୁଦ ସୃଷ୍ଟି ହୁଏ ଯେତେବେଳେ ମସ୍ତିଷ୍କରେ ଅସାଧାରଣ ଜୀବକୋଷ ବୃଦ୍ଧି ହୋଇଚାଲେ ।[୧] ଦୁଇ ପ୍ରକାର ମୂଖ୍ୟ ଅର୍ବୁଦ ଦେଖାଯାଏ; ମୃଦୁ(benign) ଓ ଦୃତବୃଦ୍ଧି(malignant) ଅର୍ବୁଦ ।[୧] ଦୃତବୃଦ୍ଧି ଅର୍ବୁଦମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଏ; ପ୍ରାଥମିକ ଅର୍ବୁଦ, ଯାହା ମସ୍ତିଷ୍କରେ ସୃଷ୍ଟି ହୁଏ ଓ ମସ୍ତିଷ୍କ ମେଟାସ୍ଟାସିସ, ଯାହା ଅନ୍ୟ କୌଣସି ସ୍ଥାନରେ ସୃଷ୍ଟି ହୋଇ ମସ୍ତିଷ୍କକୁ ଆସିଥାଏ । [୨] ଏଠାରେ କେବଳ ମସ୍ତିଷ୍କରୁ ସୃଷ୍ଟ ଅର୍ବୁଦ ବିଷୟରେ ଆଲୋଚନା କରାଯିବ । ସମସ୍ତ ପ୍ରକାର ଅର୍ବୁଦ ଲକ୍ଷଣ ଦେଖାନ୍ତି, ମସ୍ତିଷ୍କ ଅଂଶ ଭେଦରେ ଅଲଗା ହୁଏ । [୧] ମୁଣ୍ଡବଥା, ବାତ ମାରିବା, ଦୃଷ୍ଟିଦୋଷ, ବାନ୍ତି ଓ ମାନସିକ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ ।[୨] ମୁଣ୍ଡବଥା ସକାଳେ ଉତ୍କଟ ହୁଏ ଓ ବାନ୍ତି ହେବାପରେ ଛାଡ଼ିଯାଏ । [୧] ଚାଲିବାରେ, କହିବାରେ ଓ ସ୍ପର୍ଶ କରିବାରେ ଅସୁବିଧା ହୁଏ ।[୨][୩] ରୋଗ ଆଗେଇଲେ ଚେତନଶୂନ୍ୟତା ହୁଏ । [୩]
ମସ୍ତିଷ୍କ ଅର୍ବୁଦ | |
---|---|
ବିଭାଗ | oncology[*], neurosurgery[*], neurology[*] |
ଆଇସିଡ଼ି-୯-ସିଏମ୍ | 191, 225.0 |
ମେଡ଼ିସିନ-ପ୍ଲସ | 007222 000768 |
ଇ-ମେଡ଼ିସିନ | emerg/334 |
MeSH | D001932 |
ଅଧିକାଂଶ କ୍ଷେତ୍ରରେ କାରଣ ଅଜଣା ।[୧] କେତେକ ସଙ୍କଟାବସ୍ଥା ଯେପରିକି ଅନେକ ଜେନେଟିକ ସିଣ୍ଡ୍ରୋମ, ନିଉରୋଫାଇବ୍ରୋମାଟୋସିସ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ଭିନାଇଲ କ୍ଲୋରାଇଡ, ଏପସ୍ଟେନ ବାର ଭୁତାଣୁ ଓ ଆୟୋନିଜିଙ୍ଗ ରାଡିଏସନ ।[୧][୨][୩] ମୋବାଇଲ ଫୋନର କିଛି ସମ୍ପର୍କ ଥିବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ।[୩] ବୟଃପ୍ରାପ୍ତଙ୍କର ପ୍ରାଥମିକ ଅର୍ବୁଦମାନଙ୍କର ନାମ: ମେନିଞ୍ଜିଓମା, ଆସ୍ଟ୍ରୋସାଇଟୋମା ଯେପରିକି ଗ୍ଲାୟୋବ୍ଲାସ୍ଟୋମା ।[୨] ପିଲାମାନଙ୍କର ମେଡୁଲୋବ୍ଳାସ୍ଟୋମା ଅର୍ବୁଦ ଅତି ସାଧାରଣ । [୩] ଡାକ୍ତରୀ ପରୀକ୍ଷା, କମ୍ପ୍ୟୁଟେଡ ଟୋମୋଗ୍ରାଫିକିମ୍ବା ମାଗ୍ନେଟିକ ରେଜୋନାନ୍ସ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧] ବାୟୋପ୍ସିଦ୍ୱାରା ରୋଗ ନିଶ୍ଚିତ କରାଯାଏ । [୨] ବାୟୋପ୍ସିଦ୍ୱାରା ଅର୍ବୁଦର ଭୟାବହତା ଜଣାପଡ଼ିସାରିବା ପରେ ଗ୍ରେଡିଙ୍ଗ କରାଯାଏ ।[୨]
ଅପରେଶନ, ରାଡିଏସନ ଥେରାପି ଓ କେମୋଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ବାତ ବା ପେଶୀପ୍ରକମ୍ପନ ହେଲେ ଆଣ୍ଟିକନ୍ଭଲ୍ସାଣ୍ଟ ଦିଆଯାଏ ।[୨] ଅର୍ବୁଦ ଚତୁର୍ଦିଗରୁ ଫୁଲା କମେଇବା ପାଇଁ ଡେକ୍ସାମେଥାଜୋନ ଓ ଫୁରୋସେମାଇଡ ଦିଆଯାଏ । [୨] କେତେକ ଅର୍ବୁଦ ଏତେ ଧୀରେ ବଢ଼ନ୍ତି ଯେ ତାଙ୍କ ଉପରେ କେବଳ ନଜର ରଖିବା ଯଥେଷ୍ଟ ହୁଏ ।[୨] ରୋଗୀର ଇମ୍ମ୍ୟୁନ ସିସ୍ଟମ ବ୍ୟବହାର କରି ଚିକିତ୍ସା କରିବା ନିମନ୍ତେ ଚେଷ୍ଟା ଚାଲିଛି ।[୧] ରୋଗ ନିର୍ଣ୍ଣୟ କରିବା ସମୟରେ ରୋଗ କେତେ ଦୂର ଆଗେଇଛି ଓ କି ପ୍ରକାର ଅର୍ବୁଦ, ତାହା ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[୩] ମେନିଞ୍ଜିଓମା ଫଳାଫଳ ଭଲ କିନ୍ତୁ ଗ୍ଲାୟୋବ୍ଲାସ୍ଟୋମାର ଖରାପ ।[୩] ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ୩୩ % ।[୪] ପ୍ରାଥମିକ ଅର୍ବୁଦ ଅପେକ୍ଷା ମେଟାସ୍ଟାଟିକ ମସ୍ତିଷ୍କ ଅର୍ବୁଦ ଅଧିକ ଦେଖାଯାଏ,[୧] ଯାହାର ଅଧା ଫୁସଫୁସ କର୍କଟରୁ ଆସିଥାଏ । [୧] ପୃଥିବୀରେ ପ୍ରାୟ ବାର୍ଷିକ ୨୫୦,୦୦୦ ପ୍ରାଥମିକ ମସ୍ତିଷ୍କ ଅର୍ବୁଦ ଯାହା ସମୁଦାୟ କର୍କଟ ସଂଖ୍ୟାର ୨ %ରୁ କମ । [୩] ୧୫ ବର୍ଷରୁ କମ ପିଲାଙ୍କର କ୍ଷେତ୍ରରେ ଆକ୍ୟୁଟ ଲୋମ୍ଫୋବ୍ଲାସ୍ଟିକ ଲିଉକେମିଆ ପରେ ଏହା ଦ୍ୱିତୀୟ କର୍କଟ ସ୍ଥାନ ଅଧିକାର କରେ । [୫] ଅଷ୍ଟ୍ରେଲିଆରେ ଏହି କର୍କଟ ନିମନ୍ତେ ହାରାହାରି ଆର୍ଥିକ ଖର୍ଚ୍ଚ ୧.୯ ମିଲିଅନ ଡଲାର ।[୬]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "General Information About Adult Brain Tumors". NCI. 2014-04-14. Retrieved 8 June 2014.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Adult Brain Tumors Treatment". NCI. 2014-02-28. Retrieved 8 June 2014.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ World Cancer Report 2014. World Health Organization. 2014. pp. Chapter 5.16. ISBN 9283204298.
- ↑ "SEER Stat Fact Sheets: Brain and Other Nervous System Cance". NCI. Retrieved 18 June 2014.
- ↑ World Cancer Report 2014. World Health Organization. 2014. pp. Chapter 1.3. ISBN 9283204298.
- ↑ "Brain Tumour Facts 2011" (PDF). Brain Tumour Alliance Australia. Archived from the original on 25 January 2014. Retrieved 9 June 2014.
{{cite web}}
: CS1 maint: bot: original URL status unknown (link)