ଉଇଲସନ ରୋଗ (ଇଂରାଜୀ ଭାଷାରେ Wilson's disease) ଏକ ଜେନେଟିକ ବେମାରୀ (genetic disorder) ଯେଉଁଥିରେ ଦେହରେ ତମ୍ବା ବା କପର (copper) ଜମା ହୋଇଯାଏ । ଏହି ରୋଗରେ ସ୍ୱାଭାବିକ ଭାବରେ ମସ୍ତିଷ୍କ (brain) ଓ ଯକୃତ (liver) ସମ୍ପର୍କୀୟ ଲକ୍ଷଣମାନ ପ୍ରକାଶ ପାଏ । ଯକୃତ ସମ୍ବନ୍ଧୀୟ ଲକ୍ଷଣ ସମୂହ: ବାନ୍ତି (vomiting), ଦୁର୍ବଳତା, ଜଳଉଦରୀ (fluid build up in the abdomen), ଗୋଡ଼ ଫୁଲା (swelling of the legs), କାମଳ ଓ ଗଲୁ (itchiness) ଇତ୍ୟାଦି । ମସ୍ତିଷ୍କ ସମ୍ପର୍କୀୟ ଲକ୍ଷଣ ସମୂହ: କମ୍ପନ (tremors), ଶକ୍ତ ମାଂସପେଶୀ, କ‌ହିବା ସମସ୍ୟା, ବ୍ୟକ୍ତିତ୍ୱ ପରିବର୍ତ୍ତନ, ଉଦବେଗ ଓ ସାଇକୋସିସ (seeing or hearing things that others do not) । [୧]

ଉଇଲସନ ରୋଗ
ଇଂରାଜୀ ପ୍ରତିଶବ୍ଦ - Wilson disease, hepatolenticular degeneration
ଉଇଲସନ ରୋଗରେ ଆଖି କର୍ନିଆ ଧାରରେ ଗୋଟିଏ ମାଟିଆ ରଙ୍ଗ ବିଶେଷ ମୁଦି ଆକାରର ଚିହ୍ନ ଦେଖାଯାଉଛି ଯାହାକୁ କେସର-ଫ୍ଲିସର ରିଙ୍ଗ (Kayser–Fleischer ring) କୁହାଯାଏ, ଏହା ବିଶେଷତଃ ସ୍ନାୟୁ ଲକ୍ଷଣ ଥିଲେ ଦେଖାଯାଏ ।
ଲକ୍ଷଣଗୋଡ଼ ଫୁଲା (swelling of the legs), ଜଣ୍ଡିସ୍ ବ୍ୟକ୍ତିତ୍ୱ ପରିବର୍ତ୍ତନ ।[୧]
ଆକ୍ରାନ୍ତ ସମୟରୋଗ ଆରମ୍ଭ ବୟସ - ୫ରୁ ୩୫ ବର୍ଷ ।[୧]
କାରଣଜେନେଟିକ ।[୧]
ସଠିକ ରୋଗ ନିର୍ଣ୍ଣୟକ୍ରନିକ ଯକୃତ ରୋଗ (chronic liver disease), ପାର୍କିନ୍‌ସନ୍ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସ ଓ ଅନ୍ୟାନ୍ୟ ।[୨][୩]
ଚିକିତ୍ସାଖାଦ୍ୟ ପରିବର୍ତ୍ତନ, ଚିଲେଟିଙ୍ଗ ଏଜେଣ୍ଟ (chelating agents), ଜିଙ୍କ ପରିପୂରକ (zinc supplements), ଯକୃତ ପ୍ରତିରୋପଣ (liver transplant)[୧]
ପୁନଃପୌନିକପ୍ରାୟ ପ୍ରତି ୩୦,୦୦୦ ଲୋକରେ ଜଣେ । [୧]

ଉଇଲସନ ରୋଗ ଏକ ଅଟୋସୋମାଲ ରିସିସିଭ (autosomal recessive ) ବେମାରୀ ଯାହା ଉଇଲସନ ଡିଜିନ ପ୍ରୋଟିନ (Wilson disease protein) (ATP7B) ଜିନର ମ୍ୟୁଟେସନ (mutation) ଯୋଗୁ ହୁଏ । ଉଭୟ ପିତାମାତାଙ୍କଠାରୁ ରୋଗା ଜିନର କପି ଉତ୍ତରେଧିକାର ସୂତ୍ରରେ ମିଳିଲେ ଏହି ରୋଗ ହୁଏ । ରୋଗ ନିର୍ଣ୍ଣୟ କଷ୍ଟକର ହୋଇପାରେ, ରକ୍ତ ପରୀକ୍ଷା, ପରିସ୍ରା ପରୀକ୍ଷା ଓ ଯକୃତ ବାୟୋପ୍ସି (liver biopsy) ଆବଶ୍ୟକ ହୁଏ । ପରିବାରର ସଦସ୍ୟମାନଙ୍କର ଜେନେଟିକ ପରୀକ୍ଷା Genetic testing କରି ରୋଗର ମୂଳ ଚିହ୍ନଟ କରାଯାଏ । [୧]

ଖାଦ୍ୟ ପରିବର୍ତ୍ତନ ଓ ଔଷଧ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ । ନିମ୍ନ ପରିମାଣର ତମ୍ବା ବା କପର ଥିବା ଖାଦ୍ୟ ଖାଇବାକୁ ଓ ତମ୍ବା ପାତ୍ରରେ ନ ରାନ୍ଧିବାକୁ ଉପଦେଶ ଦିଆଯାଏ । ଔଷଧ ମଧ୍ୟରେ ଚିଲେଟିଙ୍ଗ ଏଜେଣ୍ଟ (chelating agents) ଯେପରିକି ଟ୍ରାଇଏଣ୍ଟିନ (trientine) ଓ ଡି-ପେନିସିଲାମିନ (d-penicillamine) ସ‌ହ ଜିଙ୍କ ପରିପୂରକ (zinc supplements) ଦିଆଯାଏ । ରୋଗ ଜଟିଳ ହେଲେ ଯକୃତ ଫେଲ (liver failure) ହୁଏ, ଯକୃତ କର୍କଟ (liver cancer) ରୋଗ ହୁଏ ଓ ବୃକ୍‌କ ସମସ୍ୟା (kidney problems) ଉତ୍ପନ୍ନ ହୁଏ । ଏହି ଚିକିତ୍ସା ଫଳପ୍ରଦ ନ ହେଲେ ବା ଯକୃତ ଫେଲ ହେଲେ ଯକୃତ ପ୍ରତିରୋପଣ (liver transplant) କରାଯାଇପାରେ । [୧]

ପ୍ରତି ୩୦,୦୦୦ ଲୋକରେ ଉଇଲସନ ରୋଗ ଜଣକୁ ହୁଏ । ଏହାର ଲକ୍ଷଣ ୫ରୁ ୩୫ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । ପୁରୁଷ ଓ ମହିଳା ଉଭୟ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ସନ ୧୮୫୪ରେ ପ୍ରଥମେ ଫ୍ରିଡ୍ରକ ଥିଓଡୋର ଭନ ଫ୍ରେରିକ (Friedrich Theodor von Frerichs) ଏହି ରୋଗର ବର୍ଣ୍ଣନା କରିଥିଲେ ମଧ୍ୟ ସାମୁଏଲ ଉଇଲସନ (Samuel Wilson) ନାମାନୁସାରେ ଏହାର ନାମକରଣ ହୋଇଛି । [୪]

Video explanation

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Wilson Disease". NIDDK. July 2014. Archived from the original on 2016-10-04. Retrieved 2016-11-06.
  2. Lynn, D. Joanne; Newton, Herbert B.; Rae-Grant, Alexander (2004). The 5-minute Neurology Consult (in ଇଂରାଜୀ). Lippincott Williams & Wilkins. p. 442. ISBN 9780683307238.
  3. Sahani, Dushyant V.; Samir, Anthony E. (2016). Abdominal Imaging: Expert Radiology Series (in ଇଂରାଜୀ) (2 ed.). Elsevier Health Sciences. p. 400. ISBN 9780323431613.
  4. "Whonamedit - dictionary of medical eponyms". www.whonamedit.com. Retrieved 2016-11-06.