ଆଜନ୍ମ ଜର୍ମାନ ମିଳିମିଳା ସିଣ୍ଡ୍ରୋମ
ଆଜନ୍ମ ଜର୍ମାନ ମିଳିମିଳା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Congenital rubella syndrome/ CRS ) ହୁଏ ଯେତେବେଳେ ଗର୍ଭାବସ୍ଥାରେ ରୁବେଲା ବା ଜର୍ମାନ ମିଳିମିଳା ହେଲେ ଶିଶୁର ଜନ୍ମ ଦୋଷ ସୃଷ୍ଟି ହୁଏ ।[୧] ଏହି ରୋଗର ଲକ୍ଷଣ ମଧ୍ୟରେ ଶ୍ରବଣହାନୀ ଓ ଜନ୍ମଗତ ହୃତ୍ପିଣ୍ଡ ତୃଟି ଏବଂ ଚକ୍ଷୁ ସମସ୍ୟା ଯେପରିକି ମୋତିଆବିନ୍ଦୁ ଏବଂ ଗ୍ଲୁକୋମା ହୋଇପାରେ ।[୧] ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପ୍ଲୀହା ବୃଦ୍ଧି, ଛୋଟ ମୁଣ୍ଡ ଏବଂ ବିକାଶ ବିଳମ୍ବ ହୋଇପାରେ ।[୧] ଅଳ୍ପ କେତେକଙ୍କର ଏକ ପ୍ରକାର ରାସ ବା ଦାଗ ଦେଖାଯାଏ ।[୭] ଜଟିଳତା ମଧ୍ୟରେ ସ୍ୱତଃ ଗର୍ଭପାତ, ମୃତ ପ୍ରସବ, ଅଟିଜିମ୍ ଏବଂ ଏନସେଫାଲୋପାଥି ହୋଇପାରେ ।[୧] [୨] [୫]
Congenital rubella syndrome | |
---|---|
Congenital rubella infection (CRI) | |
ବିଭାଗ | Pediatrics |
ଲକ୍ଷଣ | Hearing, heart, and eye problems[୧] |
ଅବଧି | Life-long[୨] |
କାରଣ | Rubella infection in early pregnancy[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Supported by blood, urine, or nose swab testing[୪][୨] |
ସଠିକ ରୋଗ ନିର୍ଣ୍ଣୟ | Congenital CMV infection, congenital syphilis, congenital varicella[୫] |
ପ୍ରତିକାର | Rubella vaccination[୪] |
ଚିକିତ୍ସା | Supportive care[୨] |
ପୁନଃପୌନିକ | 100,000/yr[୬] |
ଗର୍ଭଧାରଣର ୧୨ ସପ୍ତାହ ଗର୍ଭଧାରଣ ପୂର୍ବରୁ ଯଦି ମା’ର ସଂକ୍ରମଣ ହୁଏ ତେବେ ବିପଦ ସବୁଠାରୁ ଅଧିକ ହୁଏ ।[୧] [୩] ଯଦି ୧୮ ସପ୍ତାହ ପରେ ସଂକ୍ରମଣ ହୁଏ, ସାଧାରଣତଃ କୌଣସି ସମସ୍ୟା ହୁଏ ନାହିଁ ।[୧] ସଂକ୍ରମିତ ଅର୍ଦ୍ଧେକ ଗର୍ଭବତୀ ମହିଳାମାନଙ୍କ କୌଣସି ଲକ୍ଷଣ ନ ଥାଏ, ଯଦିଓ ତଥାପି ସଂକ୍ରାମକ ଥାଆନ୍ତି ।[୮] ଏହି ରୋଗରେ ରକ୍ତ, ପରିସ୍ରା କିମ୍ବା ନାକ ସ୍ୱାବ ପରୀକ୍ଷା କରାଯାଇପାରେ ।[୨] [୪]
ଜନସଂଖ୍ୟାରେ ପ୍ରତିଷେଧ ପାଇଁ ରୁବେଲା ଟୀକାକରଣ କରାଯାଏ ।[୪] ଗର୍ଭବତୀ ମହିଳାମାନେ ଇମ୍ମ୍ୟୁନ ବା ରୋଗ ପ୍ରତିରୋଧକ ବୋଲି ଯାଞ୍ଚ କରିବାକୁ ପରୀକ୍ଷା କରାଯାଇପାରେ ।[୨] ଯେଉଁମାନେ ଗର୍ଭଧାରଣ ସମୟରେ ସଂକ୍ରମିତ ହୁଅନ୍ତି ସେମାନଙ୍କୁ ଗର୍ଭପାତର ବିକଳ୍ପ ଦିଆଯାଇପାରେ ।[୨] ସଂକ୍ରମିତ ଗର୍ଭବତୀ ମାତାଙ୍କୁ ରୁବେଲା ବିରୁଦ୍ଧରେ ପ୍ରତିରକ୍ଷା ଗ୍ଲୋବୁଲିନ୍ (ଆଇଜି) ଦେବା ପାଇଁ ପ୍ରମାଣ ସମର୍ଥନ କରେ ।[୨] ପିଲାମାନଙ୍କର ସହାୟକ ଯତ୍ନ ଆବଶ୍ୟକ ହୋଇଥାଏ ।[୨] ମାସକୁ ଥରେ ଭାବରେ ଦୁଇଟି ନକାରାତ୍ମକ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ଭାଇରାଲ୍ ଶେଡିଙ୍ଗ ପାଇଁ ପରୀକ୍ଷା କରାଯିବା ଉଚିତ, କାରଣ ଏହା ଏକ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରେ | [୪]
ଜନ୍ମଗତ ରୁବେଲା ସିଣ୍ଡ୍ରୋମ ବର୍ଷକୁ ପ୍ରାୟ ୧୦୦,୦୦୦ ଶିଶୁଙ୍କୁ ପ୍ରଭାବିତ କରିଥାଏ ।[୬] ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଏହା ଅଧିକ ଦେଖାଯାଏ ଏବଂ ଆମେରିକାରେ ଏହା ଅତ୍ୟନ୍ତ ବିରଳ ।[୪] [୯] ଯୁକ୍ତରାଷ୍ଟ୍ରରେ ୨୦୦୫ ମସିହାରୁ ହାରାହାରି ବର୍ଷକୁ ଗୋଟିଏ ମାମଲା ହେବା ଦେଖାଯାଇଛି ।[୩] ଏହି ରୋଗ ବିରୁଦ୍ଧରେ ଟୀକା ବାହାରିବା ପୂର୍ବରୁ ୦.୪% ଶିଶୁ ପ୍ରଭାବିତ ହେଉଥିଲେ ।[୯] ଏହାକୁ ପ୍ରଥମେ ୧୯୪୧ ମସିହାରେ ଅଷ୍ଟ୍ରେଲୀୟ ନରମାନ ମ୍ୟାକଲିଷ୍ଟର ଗ୍ରେଗ ବର୍ଣ୍ଣନା କରିଥିଲେ ।[୮] ୧୯୬୨-୧୯୬୫ ରୁବେଲା ମହାମାରୀ ପରେ ଏହାର ଟିକା ପ୍ରସ୍ତୁତ କରାଯାଇଥିଲା ।[୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Congenital Infectious Syndromes: Congenital Rubella Syndrome". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 April 2021. Archived from the original on 10 June 2023. Retrieved 7 September 2023.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Shukla, Samarth; Maraqa, Nizar F. (2023). "Congenital Rubella". StatPearls. StatPearls Publishing. Archived from the original on 25 February 2023. Retrieved 7 September 2023.
- ↑ ୩.୦ ୩.୧ ୩.୨ "Congenital Rubella Syndrome - Vaccine Preventable Diseases Surveillance Manual | CDC". www.cdc.gov (in ଆମେରିକୀୟ ଇଂରାଜୀ). CDC. 22 August 2023. Archived from the original on 8 July 2023. Retrieved 7 September 2023.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Atkinson, William (2011). Epidemiology and Prevention of Vaccine-Preventable Diseases (12th ed.). Public Health Foundation. pp. 301–323. ISBN 9780983263135. Archived from the original on 1 May 2017. Retrieved 30 March 2015.
- ↑ ୫.୦ ୫.୧ Orphanet. "Orphanet: Congenital rubella syndrome". www.orpha.net (in ଇଂରାଜୀ). Archived from the original on 20 January 2021. Retrieved 7 September 2023.
- ↑ ୬.୦ ୬.୧ "Rubella Information For Healthcare Professionals | CDC". www.cdc.gov (in ଆମେରିକୀୟ ଇଂରାଜୀ). 12 April 2023. Archived from the original on 4 July 2023. Retrieved 7 September 2023.
- ↑ Rochester, Caitlin K.; Adams, Daniel J. (2022). "12. Rubella". In Jong, Elaine C.; Stevens, Dennis L. (eds.). Netter's Infectious Diseases (in ଇଂରାଜୀ) (2nd ed.). Philadelphia: Elsevier. p. 53. ISBN 978-0-323-71159-3. Archived from the original on 2023-09-10. Retrieved 2023-09-07.
- ↑ ୮.୦ ୮.୧ Vesikari, Timo; Usonis, Vytautas (2021). "9. Measles-Mumps-Rubella vaccine". In Vesikari, Timo; Damme, Pierre Van (eds.). Pediatric Vaccines and Vaccinations: A European Textbook (in ଇଂରାଜୀ) (Second ed.). Switzerland: Springer. pp. 82–83. ISBN 978-3-030-77172-0. Archived from the original on 2023-10-05. Retrieved 2023-09-20.
- ↑ ୯.୦ ୯.୧ "Rubella". www.who.int (in ଇଂରାଜୀ). Archived from the original on 24 March 2022. Retrieved 7 September 2023.
- ↑ Howson, Christopher P.; Howe, Cynthia J.; Fineberg, Harvey V. (1991). "2. Histories of Pertussis and Rubella Vaccines". Adverse Effects of Pertussis and Rubella Vaccines: A Report of the Committee to Review the Adverse Consequences of Pertussis and Rubella Vaccines (in ଇଂରାଜୀ). National Academies Press (US). pp. 9–31. Archived from the original on 5 June 2022. Retrieved 24 September 2023.