ଆଣ୍ଟିବଡି
ଆଣ୍ଟିବଡି ବା ପ୍ରତିଦ୍ରବ୍ୟ ବା ପ୍ରତିପିଣ୍ଡ ବା ଏବି (ଇଂରାଜୀ ଭାଷାରେ An antibody (Ab)), ଆଉ ମଧ୍ୟ ଇମ୍ମୁନୋଗ୍ଲୋବ୍ୟୁଲିନ ବା ଆଇଜି (ଇଂରାଜୀ ଭାଷାରେ immunoglobulin (Ig)),[୧] ଏକ ବଡ଼ 'Y' ଆକାରର ପୁଷ୍ଟିସାର ବା ପ୍ରୋଟିନ ଯାହା ମୂଖ୍ୟତଃ ପ୍ଲାଜମା ଜୀବକୋଷଦ୍ୱାରା (plasma cell) ପ୍ରସ୍ତୁତ ହୁଏ ଓ ଇମ୍ମ୍ୟୁନ ସିସ୍ଟମଦ୍ୱାରା (immune system) ରୋଗସୃଷ୍ଟିକାରୀ ଜୀବାଣୁ ବା ଭୂତାଣୁମାନଙ୍କୁ (viruses) ନିଷ୍ଟ୍ରଭ କରିଦିଏ ।

ପାଥୋଜେନର ଏକ ଅତୁଳନୀୟ ମଲିକ୍ୟୁଲକୁ ଆଣ୍ଟିବଡି ଚିହ୍ନଟ କରିପାରେ ଯାହାକୁ ଆଣ୍ଟିଜେନ କୁହାଯାଏ ଓ ଏହା ଫ୍ରାଗମେଣ୍ଟ ଆଣ୍ଟିଜେନ-ବାଇଣ୍ଡିଙ୍ଗ (fragment antigen-binding (Fab)) ଭାରିଏବଲ ସ୍ଥାନରେ ସାଧିତ ହୁଏ । [୨][୩] ଆଣ୍ଟିବଡିର ଅଗ୍ରଭାଗରେ ଏକ ପାରାଟୋପ ଥାଏ ଯାହା ତାଲା ଭଳି କେ ନିର୍ଦ୍ଦିଷ୍ଟ ଏପିଟୋପ ପାଇଁ ଥାଏ ଯାହା ଚାବି ଭଳି କାମକରେ; ଫଳରେ ଉଭୟ ଅନୁବନ୍ଧିତ ହୋଇଯାଆନ୍ତି । ଏହି ବନ୍ଧନ ପ୍ରଣାଳୀ ବ୍ୟବହାର କରି ଆଣ୍ଟିବଡ ଏକ ଅଣୁଜୀବ ବା ସଂକ୍ରମିତ ଜୀବକୋଷକୁ ଟ୍ୟାଗ କରିଦେବା ଫଳରେ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ଆକ୍ରମଣ କରନ୍ତି ଓ ବଞ୍ଚିରହିବାକୁ ଆବଶ୍ୟକ ଏହି ଟାରଗେଟକୁ ନିଉଟ୍ରାଲାଇଜ କରିଦିଅନ୍ତି । ଆଣ୍ଟିଜେନ ଅନୁସାରେ ଏହି ବନ୍ଧନ ଯୋଗୁ ଜୈବିକ କ୍ରିୟା ବାଧାପ୍ରାପ୍ତ ହୁଏ ବା ବାହ୍ୟ ପଦାର୍ଥ ନଷ୍ଟ ହୋଇଯାଏ । "Y"ର ବେସରେ ଥିବା ଫ୍ରାଗମେଣ୍ଟ କ୍ରିସ୍ଟାଲାଇଜେବ୍ଲ ସ୍ଥାନ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ ସ୍ଥାପନ କରିପାରେ ଓ ଏହି ସ୍ଥାନରେ ଗୋଟେ ସଂରକ୍ଷିତ ଗ୍ଲାଇକୋସିଲାସନ ସ୍ଥାନରେ ପ୍ରତିକ୍ରିୟା ହୁଏ । [୪] ହ୍ୟୁମୋରାଲ ଇମ୍ମ୍ୟୁନ ସିସ୍ଟମର (humoral immune system) ମୁଖ୍ୟ କାମ ହେଉଛି ଆଣ୍ଟିବଡି ପ୍ରସ୍ତୁତ କରିବା ।[୫]
ପ୍ଲାଜ୍ମା ଜୀବକୋଷ (plasma cells) ଭିନ୍ନତା ପ୍ରାପ୍ତ ହୋଇ ବି ଜୀବକୋଷରେ (B cells) ପରିଣତ ହୋଇ ଆଣ୍ଟିବଡି କ୍ଷରଣ କରେ । ଆଣ୍ଟିବଡି ଦୁଇ ଭୌତିକ ଆକାରରେ ମିଳେ, ପ୍ରଥମଟି ଦ୍ରବୀଭୂତ ଆକାରରେ ପ୍ଲାଜ୍ମାରେ ଥାଏ ଓ ଦ୍ୱିତୀୟଟି ବି ଜୀବକୋଷ ଆସ୍ତରଣରେ ସଂଯୁକ୍ତ ହୋଇଥାଏ ଯାହାକୁ ବି ଜୀବକୋଷ ରିସେପ୍ଟର ବା ବିସିଆର (en:B-cell receptor (BCR)) କୁହାଯାଏ । ବିସିଆର କେବଳ ବି ଜୀବକୋଷ ପୃଷ୍ଠରେ ଥାଏ ଯାହା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ହୋଇ ପ୍ଲାଜ୍ମ ଜୀବକୋଷ କାରଖାନାରେ ପରିଣତ ହୁଏ ବା ମେମୋରି ବି ଜୀବକୋଷ ହୋଇ ଆଣ୍ଟିଜେନକୁ ସ୍ମରଣ ରଖେ ଓ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ପ୍ରତିକ୍ରିୟା ସୃଷ୍ଟି କରେ । [୬] ଅଧିକାଂଶ କ୍ଷେତ୍ରରେ ବି ଓଟି ଜୀବକୋଷର (T helper cell) ପ୍ରତିକ୍ରିୟା ହେବାପରେ ବି ଜୀବକୋଷ ସମ୍ପର୍ଣ୍ଣ ଭାବରେ ସକ୍ରିୟ ହୁଏ । [୭] ଦ୍ରବୀଭୂତ ଆଣ୍ଟିବଡି, ତନ୍ତୁ ତରଳ ପଦାର୍ଥ, ରକ୍ତ ଓ ଅନେକ ରକମରେ କ୍ଷରଣରେ (secretions) ସଞ୍ଚାଳିତ ହୁଏ ।
ଆଣ୍ଟିବାୟୋଟିକ, ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସୁପରପରିବାରରେ ଥିବା ଏକ ଗ୍ଲାଇକୋପ୍ରୋଟିନ (immunoglobulin superfamily) ।[୪] ରକ୍ତ ପୁଷ୍ଟିସାରରେ ଥିବା ଗାମାଗ୍ଲୋବ୍ୟୁଲିନର (gamma globulin) ଅଧିକାଂଶ ଭାଗରେ ଏହି ଗ୍ଲାଇକୋପ୍ରୋଟିନ ଥାଏ । ଏଥିରେ ମୌଳିକ ଭାବରେ ଗଠିତ ଦୁଇଟି ହେଭି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ବା ଓଜନିଆ ଚେନ (heavy chains) ଓ ଦୁଇଟି ହାଲୁକା ଚେନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (light chains) ଥାଏ ।
ଆଧାରସମ୍ପାଦନ କରନ୍ତୁ
- ↑ Rhoades RA, Pflanzer RG (2002). Human Physiology (5th ed.). Thomson Learning. p. 584. ISBN 978-0-534-42174-8.
- ↑ Janeway, Charles (2001). Immunobiology (5th ed.). Garland Publishing. ISBN 978-0-8153-3642-6.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୪.୦ ୪.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Pier GB, Lyczak JB, Wetzler LM (2004). Immunology, Infection, and Immunity. ASM Press. ISBN 978-1-55581-246-1.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.