ଜନ୍ମଗତ ହୃତ୍‌ପିଣ୍ଡ ତୃଟି

ଜନ୍ମଗତ ହୃତ୍‌ପିଣ୍ଡ ତୃଟି (ସିଏଚଡି) ଜନ୍ମଗତ ହୃତ୍‌ପିଣ୍ଡ ବା ଜନ୍ମଗତ ହୃତ୍‌ପିଣ୍ଡ ରୋଗ ହୃତ୍‌ପିଣ୍ଡ ସଂରଚନା ସମସ୍ୟା ଯାହା ଜନ୍ମରୁ ଥାଏ । [୨] ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଲକ୍ଷଣ ନିର୍ଭର କରେ । [୩] ଲକ୍ଷଣହୀନରୁ ଜୀବନ ସଂଶୟକାରୀ ଲକ୍ଷଣ ଦେଖାଯାଇପାରେ । [୨] ଏହି ରୋଗ ଥିଲେ ଦୃତ ଶ୍ୱାସକ୍ରିୟା, ନୀଳଚର୍ମ, ସ୍ୱଳ୍ପ ଓଜନ ବୃଦ୍ଧି ଓ ଥକ୍କାଣ ଲକ୍ଷଣ ଦେଖାଯାଏ । [୪] ଏହି ରୋଗରେ ଛାତି ଯନ୍ତ୍ରଣା ହୁଏ ନାହିଁ । [୪] ଅନ୍ୟ କୌଣସି ରୋଗ ନ ଥାଇ ମଧ୍ୟ ଏହି ତୃଟି ଥାଇପାରେ । [୩] ଏହାର ଜଟିଳତା ମଧ୍ୟରେ ହୃଦ୍‌ପାତ ମୂଖ୍ୟ । [୪]

ଜନ୍ମଗତ ହୃତ୍‌ପିଣ୍ଡ ତୃଟି
ହୃତପିଣ୍ଡର ସାଧାରଣ ଗଠନ (ବାମ), ତୁଳନାତ୍ମକ ଭାବରେ ଦୁଇଟି ସ୍ଥାନରେ ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ(ଡାହାଣ) ଦେଖାଯାଉଛି ଯାହା ସର୍ବାଧିକ ଦେଖାଯାଏ । [୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦Q20.-Q26.
ଆଇସିଡ଼ି-୯-ସିଏମ୍745-747
ରୋଗ ଡାଟାବେସ17017
ମେଡ଼ିସିନ-ପ୍ଲସ001114
MeSHD006330

ଜନ୍ମଗତ ହୃତ୍‌ପିଣ୍ଡ ତୃଟିର କାରଣ ଅଜ୍ଞାତ । [୫] କେତେକ ରୋଗର କାରଣ  :- ଗର୍ଭାବସ୍ଥାରେ ସଂକ୍ରମଣ ଯଥା ରୁବେଲା, କେତେକ ଔଷଧ ଯେପରିକି ଆଲକୋହୋଲ ବା ଟୋବାକୋ, ପିତାମାତା ପରଷ୍ପରର ସମ୍ପର୍କୀୟ ହୋଇଥିଲେ, ପୋଷକ ତ‌ତ୍ତ୍ୱର ଅଭାବ ବା ମୋଟାପା[୩][୬] ପିତାମାତାଙ୍କ ମଧ୍ୟରୁ ଜଣକର ହୃତ୍‌ପିଣ୍ଡ ତୃଟି ଥିଲେ ରୋଗ ସଙ୍କଟ ରହେ । [୭] ହୃତ୍‌ପିଣ୍ଡ ତୃଟି ସ‌ହିତ କେତେକ ଜେନେଟିକ ରୋଗ ଯେପରିକି ଡାଉନ ସିଣ୍ଡ୍ରୋମ, ଟର୍ନର ସିଣ୍ଡ୍ରୋମ ମାର୍ଫାନ ସିଣ୍ଡ୍ରୋମ ଇତ୍ୟାଦି ଜଡ଼ିତ ଥାଆନ୍ତି । [୩] ଶିଶୁର ନୀଳ ରଙ୍ଗରେ ପରବର୍ତ୍ତିତ ହେବାର କ୍ଷମତା ଅନୁସାରେ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଦୁଇ ଭାଗରେ ବିଭକ୍ତ କରାଯାଏ: ସ୍ୟାନୋଟିକ ହୃତ୍‌ପିଣ୍ଡ ତୃଟିନନ୍ ସ୍ୟାନୋଟିକ ହୃତ୍‌ପିଣ୍ଡ ତୃଟି[୩] ହୃତ୍‌ପିଣ୍ଡ ଅଭ୍ୟନ୍ତରସ୍ଥ କାନ୍ଥ, ଭଲଭ୍ ବା ହୃତ୍‌ପିଣ୍ଡକୁ ବା ହୃତ୍‌ପିଣ୍ଡରୁ ଯାଉଥିବା ବଡ଼ ରକ୍ତନଳୀରେ ତୃଟି ଥାଇପାରେ । [୨]

କେତେକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ପ୍ରତିରୋଧ କରାଯାଇପାରେ ଯେପରିକି ରୁବେଲା ଟିକାକରଣଦ୍ୱାରା, ଲୁଣରେ ଆୟୋଡିନ ମିଶେଇ ଓ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶ୍ରତ କରି । [୩] କେତେକ ତୃଟିର ଚିକିତ୍ସା ଆବଶ୍ୟକ ହୁଏନାହିଁ । [୨] ଅନ୍ୟ କେତେକ ତୃଟି କାଥେଟର ପ୍ରକ୍ରିୟା ବା ହୃତ୍‌ପିଣ୍ଡ ଅପରେଶନ କରି ଚିକିତ୍ସା କରାଯାଏ । [୮] ବେଳେବେଳେ ଏକାଧିକ ଅପରେଶନ ଆବଶ୍ୟକ ହୁଏ । [୮] ବେଳେବେଳେ ହୃତ୍‌ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ । [୮] ସମୁଚିତ ଚିକିତ୍ସା କଲେ ଜଟିଳ ସମସ୍ୟା ଥାଇ ମଧ୍ୟ ଫଳାଫଳ ଉତ୍ତମ ହୁଏ । [୨]

ଜନ୍ମଗତ ତୃଟି ସମୂହ ମଧରେ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ସବୁଠାରୁ ସାଧାରଣ । [୯][୩] ସାରା ପୃଥିବୀରେ ସନ ୨୦୧୩ରେ ୩୪.୩ ନିୟୁତ ଜନ୍ମଗତ ହୃତ୍‌ପିଣ୍ଡ ତୃଟି ରୋଗୀ ଥିଲେ । [୯] ରୋଗ ନିର୍ଣ୍ଣୟ ପଦ୍ଧତି ଅନୁସାରେ ପ୍ରତି ଏକ ହଜାରରେ ୪ରୁ ୭୫ ଏହି ତୃଟି ଦେଖାଯାଏ । [୩][୭] ଏକ ହଜାରରେ ୬ରୁ ୯ ରୋଗୀ ମଧ୍ୟମରୁ ଗମ୍ଭୀର ସମସ୍ୟା ସୃଷ୍ଟି କରନ୍ତି । [୭] ଜନ୍ମ ତୃଟି ସମ୍ପର୍କୀୟ ମୃତ୍ୟ ସଂଖାରେ ସର୍ବାଧିକ ଜନ୍ମଗତ ହୃତ୍‌ପିଣ୍ଡ ତୃଟି କାରଣ ଯୋଗୁ ହୁଏ । [୩] ସନ ୧୯୯୦ରେ ଏହି ରୋଗ ଯୋଗୁ ୩୬୬,000 ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା କମିଯାଇ ୩୨୩,000 ମୃତ୍ୟୁ ହୋଇଥିଲା । [୧୦]

ଆଧାର ସମ୍ପାଦନା

  1. Hoffman JI, Kaplan S (June 2002). "The incidence of congenital heart disease". J. Am. Coll. Cardiol. 39 (12): 1890–900. doi:10.1016/S0735-1097(02)01886-7. PMID 12084585.
  2. ୨.୦ ୨.୧ ୨.୨ ୨.୩ ୨.୪ "What Are Congenital Heart Defects?". National Heart, Lung, and Blood Institute. July 1, 2011. Retrieved 10 August 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Shanthi Mendis; Pekka Puska; Bo Norrving; World Health Organization (2011). Global Atlas on Cardiovascular Disease Prevention and Control (PDF). World Health Organization in collaboration with the World Heart Federation and the World Stroke Organization. pp. 3, 60. ISBN 978-92-4-156437-3.
  4. ୪.୦ ୪.୧ ୪.୨ "What Are the Signs and Symptoms of Congenital Heart Defects?". National Heart, Lung, and Blood Institute. July 1, 2011. Retrieved 10 August 2015.
  5. "What Causes Congenital Heart Defects?". National,Heart, Lung, and Blood Institute. July 1, 2011. Retrieved 10 August 2015.
  6. Dean, SV; Lassi, ZS; Imam, AM; Bhutta, ZA (26 September 2014). "Preconception care: nutritional risks and interventions". Reproductive health. 11 Suppl 3: S3. PMID 25415364.
  7. ୭.୦ ୭.୧ ୭.୨ Milunsky, Aubrey (2011). "1". Genetic Disorders and the Fetus: Diagnosis, Prevention and Treatment. John Wiley & Sons. ISBN 9781444358216.
  8. ୮.୦ ୮.୧ ୮.୨ "How Are Congenital Heart Defects Treated?". National Heart, Lung, and Blood Institute. July 1, 2011. Retrieved 10 August 2015.
  9. ୯.୦ ୯.୧ Global Burden of Disease Study 2013, Collaborators (7 June 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990–2013: a systematic analysis for the Global Burden of Disease Study 2013". Lancet (London, England). doi:10.1016/S0140-6736(15)60692-4. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  10. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)