ଅରୁଣ କୁମାର ସାହୁ

ଓଡ଼ିଆ ରାଜନୀତିଜ୍ଞ

ଅରୁଣ କୁମାର ସାହୁ (ଜନ୍ମ: ୬ ଜୁନ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅରୁଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅରୁଣ କୁମାର ସାହୁ
ବିଧାୟକ: ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ଏବେଯାଏଁ
ପୂର୍ବ ଅଧିକାରୀମନ୍ଦାକିନୀ ବେହେରା
ନିର୍ବାଚନ ମଣ୍ଡଳୀନୟାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-06-06) ୬ ଜୁନ ୧୯୬୭ (ବୟସ ୫୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୌଭାଗ୍ୟ ମଞ୍ଜରୀ ସାମନ୍ତରାୟ
ବାପା/ବୋଉଦଣ୍ଡଧର ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ

ଅରୁଣ କୁମାର ସାହୁ ୧୯୬୭ ମସିହାର ଜୁନ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଣ୍ଡଧର ସାହୁ ଏବଂ ପତ୍ନୀଙ୍କ ନାମ ସୌଭାଗ୍ୟ ମଞ୍ଜରୀ ସାମନ୍ତରାୟ ।[୧] ଅରୁଣ ପି.ଏଚ୍.ଡି. କରିବା ସହିତ ଓକିଲାତି ପଢ଼ିଛନ୍ତି ।[୧]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ଅରୁଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କାର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ନୟାଗଡ଼ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ନୟାଗଡ଼ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ନୟାଗଡ଼ ବିଜୁ ଜନତା ଦଳ
୨୦୧୯ -- ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ନୟାଗଡ଼ ବିଜୁ ଜନତା ଦଳ

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "Shri Arun Kumar Sahoo". odishaassembly.nic.in. Odisha Assembly. Retrieved 4 May 2020.