ଅରୁଣା ମହାନ୍ତି
ଅରୁଣା ମହାନ୍ତି (ଜନ୍ମ ୪ ଅପ୍ରେଲ ୧୯୬୦)[୧] ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ।
ଅରୁଣା ମହାନ୍ତି | |
---|---|
![]() ଅରୁଣା ମହାନ୍ତି ଟିଚ୍ ଏଡ୍ସ ପାଇଁ ରେକର୍ଡିଙ୍ଗ କରୁଥିବା ସମୟରେ
|
|
ଜନ୍ମ ଓ ଜନ୍ମସ୍ଥାନ | ୪ ଅପ୍ରେଲ ୧୯୬୦ ଭୁବନେଶ୍ଵର, ଓଡ଼ିଶା |
ଘର | ସୂର୍ଯ୍ୟ ନଗର, ଭୁବନେଶ୍ଵର |
ଜାତୀୟତା | ଭାରତୀୟ |
ଆଞ୍ଚଳିକତା | ଓଡ଼ିଆ, ହିନ୍ଦୁ |
ଜୀବିକା | ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଓଡ଼ିଶୀ ନୃତ୍ୟଗୁରୁ, ନୃତ୍ୟ ନିର୍ଦ୍ଦେଶକ |
ସଙ୍ଗଠନ | ଓଡ଼ିଶା ନୃତ୍ୟ ଏକାଡେମୀ, ଭୁବନେଶ୍ଵର |
ପ୍ରସିଦ୍ଧି | ଓଡ଼ିଶୀ ନୃତ୍ୟ |
ଶୈଳୀ | ଓଡ଼ିଶୀରେ ଅଭିନୟ ରୂପ ଏବଂ ଅନ୍ୟାନ୍ୟ |
ଜୀବନସାଥି | ଦେବାଶିଷ ପଟ୍ଟନାୟକ |
ସନ୍ତାନ | ସ୍ପନ୍ଦନା ପଟ୍ଟନାୟକ (ଝିଅ) |
ବାପା ମା | କମଳ ଲୋଚନ ମହାନ୍ତି, ପ୍ରତିମା ମହାନ୍ତି |
ପୁରସ୍କାର | ପଦ୍ମଶ୍ରୀ, ୨୦୧୭ ମାହାରି ସମ୍ମାନ ୧୯୯୭ |
ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ ମସିହାରୁ, ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଓ ସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ, ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି ।
ଦୂରଦର୍ଶନରେ ପ୍ରସାରିତ "ଯା ଦେବୀ ସର୍ବଃ ଭୂତେଷୁ" କାର୍ଯ୍ୟକ୍ରମର "ମା ଦୁର୍ଗା" ଚରିତ୍ର ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ତାଙ୍କର ଭୂମିକା ରହିଛି । ବର୍ତ୍ତମାନ ସେ ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମୁଖ୍ୟ ସମ୍ପାଦକ ତଥା ନୃତ୍ୟଗୁରୁ ଭାବରେ ସକ୍ରିୟ ଅଛନ୍ତି ।
ପୁରସ୍କାର ଏବଂ ସମ୍ମାନସମ୍ପାଦନ କରନ୍ତୁ
- ପଦ୍ମଶ୍ରୀ, ୨୦୧୭[୨]
- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୪
- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୦[୩]
- ସଂଯୁକ୍ତା ପାଣିଗ୍ରାହୀ ସ୍ମୃତି ସମ୍ମାନ, ୨୦୦୧
- ମାହାରୀ ସମ୍ମାନ, ୧୯୯୭
ଆଧାରସମ୍ପାଦନ କରନ୍ତୁ
- ↑ "ବ୍ୟାକରଣ ଭିତରେ ରହି ନୂଆ କରିବାକୁ ଚେଷ୍ଟା କରେ". ନିତିଦିନ. Retrieved 29 May 2016.
- ↑ "Padma Awards 2017 announced". PIB, Govt. of India, MHA. http://pib.nic.in/newsite/PrintRelease.aspx?relid=157675. Retrieved 25 January 2017.
- ↑ http://sangeetnatak.gov.in/SNA_Fellows&Awardees_2010/Shrimati-Aruna-Mohanty.htm
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Aruna Mohanty ବାବଦରେ ମାଧ୍ୟମ ରହିଛି । |
- ଅରୁଣା ମହାନ୍ତିଙ୍କଦ୍ଵାରା ପରିଚାଳିତ ଓଡ଼ିଶା ନୃତ୍ୟ ଏକାଡେମୀ
- ଅରୁଣା ମହାନ୍ତିଙ୍କ ସଂଯୋଜିତ କିଛି ନୃତ୍ୟ କାର୍ଯ୍ୟକ୍ରମ
- ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ଅରୁଣା ମହାନ୍ତିଙ୍କ ସହ କଥୋପକଥନ
- ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |