ଅରଖ (Crown flower) କାଲୋଟ୍ରପିସ (Calotropis) ପରିବାର ଅନ୍ତର୍ଗତ ଏକ ସପୁଷ୍ପକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ମୁଖ୍ୟତଃ କାମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନସ, ଥାଇଲାଣ୍ଡ, ଶ୍ରୀଲଙ୍କା, ଭାରତ and ଚୀନ ଦେଶରେ ଦେଖାଯାଏ।

ଅରଖ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Apocynaceae
ଉପକୁଳ: Asclepiadoideae
ପ୍ରଜାତି: Calotropis
ଜାତି: C. gigantea
ବାଇନୋମିଆଲ ନାମ
Calotropis gigantea

ସଂକ୍ଷିପ୍ତ ପରିଚୟ

ସମ୍ପାଦନା

ଏହି ଗୁଳ୍ମଟି ୪ ମିଟର ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ଫୁଲ ଗୁଡ଼ିକ ଅଠାଯୁକ୍ତ ପେନ୍ଥାପେନ୍ଥା ହୋଇଥାଏ। ଫୁଲର ରଙ୍ଗ ଧଳା ଅଥବା ନାରଙ୍ଗୀମିଶା ଧଳା ହୋଇଥାଏ । ପ୍ରତିଟି ଫୁଲର ପାଞ୍ଚଟି ପାଖୁଡ଼ାଥାଏ ଓ ପ୍ରତି ପାଖୁଡ଼ାରେ ଥିବା ଗୋଟିଏ ଲେଖାଏଁ ମୁକୁଟ ମଝି ଆଡ଼କୁ ରହିଥାଏ । ଏହାର ପତ୍ର ଅଣ୍ଡା ଆକାରର, ରଙ୍କ ହାଲ୍କା ସବୁଜ, ଅଠାଳିଆ ଓ କ୍ଷୀରଯୁକ୍ତ । ଏହି ଗଛର ଫୁଲ ଅନେକ ଦିନଯାଏ ମଉଳେ ନାହିଁ । ଏହାର ଫୁଲ ଟିଆ ରଙ୍ଗର ଓ ଦେଖିବାକୁ ମଧ୍ୟ ଟିଆ ପରି । ଏଥିରେ କପାତୁଳା ପରି ତୁଳା ରହିଥାଏ ଓ ତୁଳାର ଗୁଚ୍ଛ ଅଗରେ ମଞ୍ଜିଟିଏ ରହିଥାଏ । ଫଳ ପାଚି ଫାଟିଗଲେ ଏହି ତୁଳା ଉଡ଼ିଥାଏ ଓ ମଞ୍ଜି ଚାରିଆଡ଼େ ଉଡ଼ିଯାଇଥାଏ । ଭାରତରେ ଏହା ଦେବପୂଜାରେ ଲାଗିଥାଏ ଓ ପ୍ରାୟତଃ ଶିବମନ୍ଦିର ହତାରେ ଦେଖିବାକୁ ମିଳିଥାଏ। କାମ୍ବୋଡ଼ିଆରେ ଶବ ଶୋଭାଯାତ୍ରାରେ ଏହି ଫୁଲର ବ୍ୟବହାର କରାଯାଏ ।

ଏହାର କ୍ଷୀର ବିଷାକ୍ତ ଓ ଚକ୍ଷୁପାଇଁ ଅତ୍ୟନ୍ତ କ୍ଷତି କାରକ, ସେଥିପାଇଁ ଏହାର ପ୍ରୟୋଗ ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ ।

  1. କେତେକ ଚର୍ମ ରୋଗରେ ଏହାର କ୍ଷୀରର ପ୍ରୟୋଗ କରାଯାଏ ।
  2. ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର କ୍ଷୀର କାମରେ ଆସିଥାଏ ।[]
  3. ଏହାର ତୁଳାରେ ତକିଆ କରି ଶୋଇଲେ ଥଣ୍ଡା ସର୍ଦି ଦୂର ହୋଇଥାଏ ।

ଅନ୍ୟାନ୍ୟ

ସମ୍ପାଦନା
  1. ଥାଇଲାଣ୍ଡରେ ଏହାର ଫୁଲକୁ ବିଭିନ୍ନ ପ୍ରକାର ସାଜ ସଜ୍ଜାରେ ବ୍ୟବହାର କରାଯାଏ ।
  2. ହାୱାଇ ଦ୍ୱୀପରେ ଏହାକୁ ରାଜକୀୟ ସନ୍ତକ ବୋଲି ମାନିଥାନ୍ତି ।
  3. ଏହି ଫୁଲ ଶିବଙ୍କର ଅତି ପ୍ରିୟ। ତେଣୁ ଏହା ମହାଦେବଙ୍କୁ ଅର୍ପଣ କରାଯାଏ ।
  4. ଓଡ଼ିଶାରେ ପଣା ସଂକ୍ରାନ୍ତି ପୂର୍ବରୁ ଘଟ ପାଟୁଆମାନେ ଗ୍ରାମଦେବତୀଙ୍କୁ ଅରଖ ଫୁଲରେ ସଜାଇ ଘରକୁ ଘର ବୁଲିଥାନ୍ତି।

ଶାସ୍ତ୍ରରେ ବର୍ଣ୍ଣନ

ସମ୍ପାଦନା

ବ୍ୟାସଦେବକୃତ ମହାଭାରତର ଆଦି ପର୍ବ ଅନ୍ତର୍ଗତ ପୌଷ୍ୟ ଅଧ୍ୟାୟରେ ଅୟୋଦ ଧୌମ୍ୟ ଋଷିଙ୍କର ଶିଷ୍ୟ ଉପମନ୍ୟୁ ଅର୍କ ନାମକ ଏହି ଗୁଳ୍ମର ପତ୍ର ଭକ୍ଷଣ କରି ଅନ୍ଧ ହୋଇଯାଇଥିବାର ବର୍ଣ୍ଣନା ରହିଛି ।

ଆହୁରି ଦେଖନ୍ତୁ

ସମ୍ପାଦନା
  1. ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା - ଶ୍ରୀ ଲକ୍ଷ୍ମଣ ମିଶ୍ର

ଅଲଗା ସ୍ରୋତ

ସମ୍ପାଦନା