କ୍ଲାରିଥ୍ରୋମାଇସିନ
କ୍ଲାରିଥ୍ରୋମାଇସିନ, ବିକ୍ରୟ ନାମ ବାଇଆକ୍ସିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବିଭିନ୍ନ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ନିମୋନିଆ, ଚର୍ମ ସଂକ୍ରମଣ, ଏଚ ପାଇଲୋରି ସଂକ୍ରମଣ ଓ ଲାଇମ ଇତ୍ୟାଦି ରୋଗରେ ଏହା ଦିଆଯାଏ । ବଟିକା ବା ତରଳ ପଦାର୍ଥ ଆକାରରେ ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Biaxin |
AHFS/Drugs.com | monograph |
MedlinePlus | a692005 |
Pregnancy category | |
Routes of administration | by mouth, intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 50% |
Protein binding | low binding |
Metabolism | hepatic |
Elimination half-life | 3–4 h |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.119.644 |
Chemical and physical data | |
Formula | C38H69NO13 |
Molar mass | 747.953 g/mol |
3D model (JSmol) | |
| |
| |
(what is this?) (verify) |
ଅଇ, ବାନ୍ତି, ମୁଣ୍ଡବଥା ଓ ତରଳ ଝାଡ଼ା ଇତ୍ୟାଦି ଏହି ଔଷଧର ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ । ସାଙ୍ଘାତିକ ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଯକୃତ ସମସ୍ୟା ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଗ୍ରହଣ କଲେ କ୍ଷତି ହୋଇପାରେ । ଏହା ମାକ୍ରୋଲାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ବନ୍ଦ କରି ଜୀବାଣୁ ବୃଦ୍ଧି ବନ୍ଦ କରେ । [୧]
କ୍ଲାରିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧]ଏହାର ପ୍ରତି ଡୋଜ ପିଛା ହୋଲସେଲ ମୂଲ୍ୟ ୦.୧୩ରୁ ୦.୭୯ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମଧ୍ୟମ ଧରଣର ଦାମିକା, ଚିକିତ୍ସା ନିମନ୍ତେ ଗୋଟିଏ କୋର୍ସ ନିମନ୍ତେ ୫୦ରୁ ୧୦୦ ଡଲାର ଦେବାକୁ ପଡ଼େ । [୫]ଏହା ଏରିଥ୍ରୋମାଇସିନରୁ ପ୍ରସ୍ତୁତ କରାଯାଏ ଓ ଏହାର ରାସାୟନିକ ନାମ ୬-୦-ମିଥାଇଲଏରିଥ୍ରୋମାଇସିନ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Clarithromycin". The American Society of Health-System Pharmacists. Retrieved September 4, 2015.
- ↑ Greenwood, David (2008). Antimicrobial drugs : chronicle of a twentieth century medical triumph (1 ed.). Oxford: Oxford University Press. p. 239. ISBN 9780199534845.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Clarithromycin". International Drug Price Indicator Guide. Retrieved 7 September 2015.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 92. ISBN 9781284057560.
- ↑ Kirst, Herbert A. (2012). Macrolide Antibiotics (2 ed.). Basel: Birkhäuser Basel. p. 53. ISBN 9783034881050.