ଅନ୍ନଦା ପ୍ରସାଦ ରାୟ

ଓଡ଼ିଆ ସାହିତ୍ୟିକ

ଅନ୍ନଦା ପ୍ରସାଦ ରାୟ (୧୪ ଜାନୁଆରୀ ୧୯୩୭[୧] - ୧୪ ଜୁନ ୨୦୧୬)ଏକାଧାରରେ ଜଣେ ସାହିତ୍ୟିକ, ସାମ୍ବାଦିକ, ରାଜନେତା ଏବଂ ସମାଜସେବୀ ଥିଲେ । ସେ ତରୁଣ ତୁର୍କୀ ଭାବେ ପରିଚିତ ଥିଲେ ।[୨]

ଅନ୍ନଦା ପ୍ରସାଦ ରାୟ
ଜନ୍ମ(1937-01-14)୧୪ ଜାନୁଆରୀ ୧୯୩୭
ମଙ୍ଗଳପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୧୪ ଜୁନ ୨୦୧୬(2016-06-14) (ବୟସ ୭୯)
ମୃତ୍ୟର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ସନ୍ତାନଲଗ୍ନଜିତ ରାୟ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

୧୯୩୭ ମସିହା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଜନ୍ମ ହୋଇଥିଲେ । ସେ ୧୩ ବର୍ଷ ବୟସରେ ସ୍କୁଲରେ ପାଠ ପଢୁଥିବା ସମୟରେ ଛାତ୍ର ସଂଗଠନ ଗଠନ କରି ରାଜନୀତିରେ ପାଦ ଥାପି ଥିଲେ । ପରେ ସେ କଟକରେ ରହି ନିଜର ପ୍ରତିଭାର ପରିପୃଷ୍ଟ କରିପାରିଥିଲେ ।[୩]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ଜଣେ ରାଜନେତା ଭାବେ ଅନ୍ନଦା ପ୍ରସାଦ, ଅବିଭକ୍ତ କଟକ ଜିଲ୍ଲାର କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦରେ ରହିଥିଲେ ।[୪]

ସାମ୍ବାଦିକତା ଜୀବନ ସମ୍ପାଦନ କରନ୍ତୁ

ଜଣେ ସାମ୍ବାଦିକର ଦାୟିତ୍ୱ ତୁଲାଇବା ସହ ଅଗ୍ନିବୀଣା, ଦୈନିକ ମାତୃଭାଷା/ ମାତୃଭୂମି, ଦୈନିକ ପୃଷ୍ଠଭୂମି, ଅଗ୍ନିବର୍ଷୀ ଆଦି ଗଣମାଧ୍ୟମରେ ସମ୍ପାଦକ ରହି ସମାଜରେ ଅନେକ ପରିବର୍ତ୍ତନ କଥା ନିଜ ପୃଷ୍ଠାରେ ସ୍ଥାନ ଦେଉଥିଲେ ।

ସାହିତ୍ୟ ସର୍ଜନା ସମ୍ପାଦନ କରନ୍ତୁ

ସେ ବହୁ ପୁସ୍ତକ ରଚନା କରିଥିଲେ

ଗଳ୍ପ ସଂକଳନ ସମ୍ପାଦନ କରନ୍ତୁ

ଏ ଐ ଐରାବତ, ରୁଦ୍ର ସମୁଦ୍ର, ଉପନ୍ୟାନ ବିନ୍ଦୁ, ଧାମ, ମାଟିର ଲୁହ, ପଥାନ୍ତର, ବଳୟ, ଆତ୍ମଜୀବନୀ ମୁଠାଏ ଜୀବନ ଆଞ୍ଜୁଳାଏ ସ୍ମୃତି, ଅଜଣା ଗଛର ମାୟା, ପୌଷର ପ୍ରାର୍ଥନା, ରାଏର ଚିଠି, ସୁନୟନା

ପ୍ରବନ୍ଧ ସଂକଳନ ସମ୍ପାଦନ କରନ୍ତୁ

କଣ୍ଟା ଓ ଫୁଲର ସହର କଟକ, ଗଦ୍ୟପ୍ରସ୍ଥ, ପ୍ରବନ୍ଧାୟନ, ସ୍ମୃତିରେ ସ୍ମୃତିରେ ଚର୍ଚ୍ଚା, ପୁନଶ୍ଚ ଚର୍ଚ୍ଚା, ପୂଣ୍ୟଶ୍ଲୋକ, ଶିରିଡ଼ି ସାଇବାବା, ଯା’ ଦେବୀ, ଶିରିଡ଼ି ସାଇ ସତଚରିତ, ଇଂଗ୍ରାଜୀ ଭାଷାରେ ଏ ହ୍ୟାଣ୍ଡ ଫୁଲ ଅଫ ଲାଇଫ, ହିନ୍ଦୀ ଭାଷାରେ ମିଟିକେ ଆଂଶୁ, କଂଗ୍ରେସ ଇତିହାସ, ସାଇସ୍ମୃତି ମଞ୍ଜରୀ, ମୋ’ଜୀବନରେ ସାଇ, ଶ୍ରୀଗୁରୁ ଭାଗବତ, ଶ୍ରଦ୍ଧା, ସହିଷ୍ଣୁତା ଓ ସେବା, ଅମୃତ ହସ୍ତା

କବିତା ସଙ୍କଳନ ସମ୍ପାଦନ କରନ୍ତୁ

ପାଫୁର ସ୍ୱାକ୍ଷର

ଆତ୍ମଜୀବନୀ ସମ୍ପାଦନ କରନ୍ତୁ

ମୁଠାଏ ସପନ ଆଞ୍ଜୁଳେ ସ୍ମୃତି

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ।

  • ବ୍ୟାସକବି ଫକୀର ମୋହନ ପୁରସ୍କାର, ୧୯୯୯
  • ସାହିତ୍ୟ ରତ୍ନ ସମ୍ମାନ, ୧୯୮୦
  • ବୈଷ୍ଣବ ପାଣି ସମ୍ମାନ
  • ଗଳ୍ପ ଗୌରବ ସମ୍ମାନ
  • ଇଣ୍ଡୋ ସୋଭିଏତ ସମ୍ମାନ
  • ଭୁବନେଶ୍ୱର ସାହିତ୍ୟ ସଂସଦ ସମ୍ମାନ
  • ବିନାୟକ ଆଚାର୍ଯ୍ୟ ସମ୍ମାନ
  • ଉତ୍କଳ ସାହିତ୍ୟ କଳା ପରିଷଦ ସମ୍ମାନ
  • ପ୍ରତିଭା ପୂଜା ସମ୍ମାନ
  • ମାୟାଧର ମାନସିଂହ ସମ୍ମାନ
  • ସାରଳା ସମ୍ମାନ
  • ତେଳିତୋଳ ସମ୍ମାନ
  • ବୀରରାଣୀ ଶୁକଦେଈ ସମ୍ମାନ
  • ଶତକ୍ରୁତ ସମ୍ମାନ
  • ଉଦୟଭାନ ଜ୍ୟୋତି ସମ୍ମାନ
  • କାନ୍ତି ଓ କ୍ରାନ୍ତି ସମ୍ମାନ
  • ଚିର ସନ୍ଧାନ ସମ୍ମାନ
  • କଟକ ମହୋତ୍ସବ ସମ୍ମାନ
  • ଆଦି କବି ସମ୍ମାନ
  • ଭୁବନେଶ୍ୱର ସାହିତ୍ୟ ସମାଜ ସମ୍ମାନ
  • ରାଜୀବ ଗାନ୍ଧି ସମ୍ମାନ
  • ଉତ୍କଳ ସାହିତ୍ୟ ସମ୍ମାନ

ପଦ ପଦବୀ ସମ୍ପାଦନ କରନ୍ତୁ

ଉତ୍କଳ ମାଧ୍ୟମିକ ଛାତ୍ର ସଂଘ ସଭାପତି, ଯାଜପୁର ନରସିଂହ ଚୌଧୁରୀ କଲେଜ ଛାତ୍ର ସଂସଦ ସଭାପତି ଥିଲେ । ପୁରୀ ଜିଲ୍ଲାର ଏସସିଏସ କଲେଜ ସାଧାରଣ ସମ୍ପାଦକ, ଅର୍ଥନୀତି ଓ ପ୍ଲାନିଂ ଫୋରମ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସମ୍ପାଦକ ଥିଲେ । ସେହିପରି ପଶ୍ଚିମବଙ୍ଗ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସାଧାରଣ ସମ୍ପାଦକ, ଓଡ଼ିଆ ସାହିତ୍ୟ ପରିଷଦ ସମ୍ପାଦକ, ରାବିବାସରୀୟ ସାହିତ୍ୟ ସଂସଦଉତ୍କଳ ଯୁବ ଲେଖକ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ । ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଭାପତି, ଓଡ଼ିଶା ଅର୍ଥ କମିଶନ ପ୍ରଥମ ସଦସ୍ୟ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଭାବେ ରହିଥିଲେ । କେବଳ କଟକ କି ଓଡ଼ିଶାରେ ନୁହେଁ ଜାତୀୟ ଆନ୍ତର୍ଜାତୀୟସ୍ତର ବିଭିନ୍ନ ସଂଗଠନରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଭାରତ ସେବକ ସମାଜ ସଭାପତି ସହ ଭାରତ-କୋରିଆ ମୈତ୍ରୀ ସଂଘ, ଭାରତ ଚୀନ ମୈତ୍ରୀ ସଂଘ, ସଭାପତି ଇସ୍କଫ, ରାଜ୍ୟ ପରିଷଦ ସଦସ୍ୟ ତଥା ଉତ୍କଳ ସମ୍ମିଳନୀ ଶତବାର୍ଷିକ କମିଟି ସଭାପତି, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ପ୍ରତିଭା ପୂଜା ସଂସଦଜାଡ଼ି ମଙ୍ଗଳା ସାହିତ୍ୟ ସଂସଦର ସଭାପତି, ରାଜ୍ୟ ଇଂରାଜୀ ଲେଖକ ସମ୍ମିଳନୀ ସଭାପତି ଭାବେ ଦାୟିତ୍ୱ ବହନ କରିଥିଲେ ।

୨୦୧୬ ମସିହା ଜୁନ ୧୪ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିଲା ।[୫] ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. "ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟଙ୍କ ପରଲୋକ". ଧରିତ୍ରୀ. Retrieved 15 June 2016.
  2. http://odishareporter.in/arnada-prasad-nka-paraloka/
  3. http://sarbasadharana.com/?p=22360
  4. http://www.newindianexpress.com/states/odisha/Annada-Prasad-Ray-passes-away-at-79/2016/06/15/article3483228.ece
  5. "Noted litterateur Annada Prasad Ray passes away". OdishaSunTimes.com. 14 June 2016. Retrieved 15 June 2016.