ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ

ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ବା ନିଳ‌ୟଜ ହୃତ୍‌କ୍ଷିପ୍ରତା (ଇଂରାଜୀ ଭାଷାରେ Ventricular tachycardia ବା ଭି-ଟାକ/V-tach ବା ଭିଟ/VT) ଏକ ରୋଗ ଯେଉଁଥିରେ ହୃତ୍‌ପିଣ୍ଡରେ ଥିବା ନିଳୟର (ventricles) ତୃଟିପୁର୍ଣ୍ଣ ବୈଦୁତିକ କ୍ରିୟା (electrical activity) ଯୋଗୁ ନିୟମିତ ଦୃତ ହୃଦ୍‌ଗତି ହୋଇଥାଏ ।[୧] ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ସମସ୍ୟା ହୁଏନି, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ ବିପଦଜନ‌କ ହୁଏ ।[୧] ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ଲକ୍ଷଣ ଦେଖା ଯାଏନି ବା ମୁଣ୍ଡ ହାଲୁକା ଲାଗେ, ଖର ସ୍ପନ୍ଦନ (palpitations) ହୁଏ ବା ଛାତି ଯନ୍ତ୍ରଣା (chest pain) ହୁଏ ।[୨] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଫଳରେ ହୃଦ୍‌ରୋଧ ବା ଭେଣ୍ଟ୍ରିକୁଲାର ଫିବ୍ରିଲେସନ ହୋଇପାରେ ।[୧][୨] ହୃଦ୍‌ରୋଧ ହୋଇଥିବା ଲୋକଙ୍କ ମଧ୍ୟରୁ ୭% ଲୋକଙ୍କର ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଥାଏ ।[୨]

ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ
A run of ventricular tachycardia as seen on a rhythm strip
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିcardiology[*]
ଆଇସିଡ଼ି-୧୦I47.2
ଆଇସିଡ଼ି-୯-ସିଏମ୍427.1
ରୋଗ ଡାଟାବେସ13819
ମେଡ଼ିସିନ-ପ୍ଲସ000187
ଇ-ମେଡ଼ିସିନemerg/634 med/2367 ped/2546
MeSHD017180

କରୋନାରୀ ଧମନୀ ରୋଗ, ଆଓର୍ଟିକ ସ୍ଟେନୋସିସ, କାର୍ଡ଼ିଓମାୟୋପାଥି, ବିଦ୍ୟୁତ୍ ବିଶ୍ଳେଷ୍ୟ ସମସ୍ୟା (electrolyte problems), ବା ହୃଦ୍‌ଘାତ ଯୋଗୁ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ହୋଇପାରେ ।[୧][୨] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) (electrocardiogram) ଚିତ୍ରରେ ହୃଦ୍‌ଗତି ହାର ୧୨୦ ବିପିଏମ ଓ ଗୋଟିଏ ଧାଡ଼ିରେ ଅତି କମରେ ୩ତି ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ୩୦ ସେକଣ୍ଡରୁ କମ ରହିଲେ ନନସସ୍ଟେଣ୍ଡ ଓ ୩୦ ସେକଣ୍ଡରୁ ଅଧିକ ରହିଲେ ସସ୍ଟେଣ୍ଡ; ଏହି ଦୁଇ ପ୍ରକାର ଶ୍ରେଣୀ ବିଭାଗ କରାଯାଏ । ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat) ହେଉଥିବା ତିନୋଟି ରୋଗ ଯଥା ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଭେଣ୍ଟ୍ରିକୁଲାର ଫିବ୍ରିଲେସନଟୋର୍ସାଡେସ ଡି ପଏଣ୍ଟସ (torsades de pointes) ଇତ୍ୟାଦିକୁ ସାମୁହିକ ଭାବରେ ଇଂରାଜୀରେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆସ କୁହାଯାଏ ।[୨]

ସାଧାରଣ ରକ୍ତଚାପ (blood pressure) ଓ ଜୋର ନାଡ଼ି (pulse) ଥିବା ରୋଗୀକୁ ପ୍ରୋକେନାମାଇଡ (procainamide) ଭଳି ଆଣ୍ଟିଆରିଦମିକ ଔଷଧ ଦିଆଯାଏ ।[୨] ଅନ୍ୟଥା ତୁରନ୍ତ କାର୍ଡ଼ିଓଭର୍ସନ (cardioversion) ସୁପାରିସ କରାଯାଏ ।[୨] ହୃଦ୍‌ରୋଧ ହୋଇଗଲେ କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR)) ଓ ଡିଫିବ୍ରିଲେସନ (defibrillator) କରିବାକୁ ସୁପାରିସ କରାଯାଏ । ମୋନୋଫେଜିକ ଅପେକ୍ଷା ବାଇଫେଜିକ ଡିଫିବ୍ରିଲେସନ ଭଲ କାମ କରେ । ହୃତ୍‌ପିଣ୍ଡ ମନିଟରରେ (heart monitor) ଥିଲାବେଳେ ରୋଗ ଅନସ୍ଟେବଲ ହୋଇଗଲେ ଡିଫିବ୍ରିଲେଟର (defibrillator) ଆସିବା ପୂର୍ବରୁ ପ୍ରିକର୍ଡ଼ିଆଲ ଥମ୍ପ (precordial thump) ଚେଷ୍ଟା କରାଯାଇପାରେ ।[୩] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆରେ ହୃଦ୍‌ରୋଧ ହୋଇଗଲେ ବଞ୍ଚିବା ହାର ୪୫% ଥାଏ । ପ୍ରତ୍ୟାବର୍ତ୍ତନ ପ୍ରତିରୋଧ ନିମନ୍ତେ ଇମ୍ପ୍ଲାଣ୍ଟେବ୍ଲେ କାର୍ଡ଼ିଆକ ଡିଫିବ୍ରିଲାଟର (implantable cardiac defibrillator) ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଔଷଧ (calcium channel blockers) ବା ଏମିଓଡାରୋନ ଦିଆଯାଇପାରେ ।[୨]

Video explanation

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Types of Arrhythmia". NHLBI. July 1, 2011. Retrieved 7 September 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Baldzizhar, A; Manuylova, E; Marchenko, R; Kryvalap, Y; Carey, MG (September 2016). "Ventricular Tachycardias: Characteristics and Management". Critical care nursing clinics of North America. 28 (3): 317–29. PMID 27484660.
  3. Neumar, RW; Shuster, M; Callaway, CW; Gent, LM; Atkins, DL; Bhanji, F; Brooks, SC; de Caen, AR; Donnino, MW; Ferrer, JM; Kleinman, ME; Kronick, SL; Lavonas, EJ; Link, MS; Mancini, ME; Morrison, LJ; O'Connor, RE; Samson, RA; Schexnayder, SM; Singletary, EM; Sinz, EH; Travers, AH; Wyckoff, MH; Hazinski, MF (3 November 2015). "Part 1: Executive Summary: 2015 American Heart Association Guidelines Update for Cardiopulmonary Resuscitation and Emergency Cardiovascular Care". Circulation. 132 (18 Suppl 2): S315-67. PMID 26472989. In the appendix