ଅଣ‌ଯଥେଷ୍ଟ ଫୁସଫୁସ ଭଲଭ

ଫୁସଫୁସ ଭଲଭ ଉପ‌ଯୁକ୍ତ ଭାବରେ କାମ କରେନାହିଁ ।

ଅଣ‌ଯଥେଷ୍ଟ ଫୁସଫୁସ ଭଲଭ, ଯାହାକୁ ଫୁସ ଫୁସ ପୁନଃପ୍ରବାହ ମଧ୍ୟ କୁହାଯାଏ, ଏକ ପ୍ରକାର ଭଲ୍‌ଭ ବିଶିଷ୍ଟ ହୃଦ୍‌ରୋଗ ଭାଲଭ୍ୟୁଲାର୍ ହୃଦ୍ ରୋଗ ଯେଉଁଥିରେ ହୃତ୍‌ପିଣ୍ଡର ଶିଥଳ ଅବସ୍ଥାରେ ଫୁସଫୁସ ଧମନୀରୁ ଫୁସଫୁସ ଭଲ୍‌ଭ ମାଧ୍ୟମରେ ଡାହାଣ ନିଳୟ ଭିତରକୁ ରକ୍ତ ପୁନଃ ପ୍ରବାହିତ ହୁଏ | [୩] ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ | [୧] ଯେତେବେଳେ ଲକ୍ଷଣ ଦେଖାଯାଏ, ବ୍ୟାୟାମ କଲାବେଳେ ଅଣନିଶ୍ୱାସ, ଗୋଡ ଫୁଲା ଏବଂ ଯକୃତ ବୃଦ୍ଧି ହୋଇପାରେ । [୧] ରୋଗ ଜଟିଳ ହେଲେ ହୃଦ୍‌ପାତ, ଭେଣ୍ଟ୍ରିକୁଲାର ଆରିଥମିଆ ଓ ଅଣ‌ଯଥେଷ୍ଟ ଟ୍ରାଇକସପିଡ ଭଲ୍‌ଭ ହୋଇପାରେ |[୧]

Pulmonary valve insufficiency
Pulmonary regurgitation, pulmonary incompetence
Diagram of the heart with a black arrow showing the location and direction of the abnormal blood flow
ବିଭାଗCardiology
ଲକ୍ଷଣFew symptoms initially, may develop shortness of breath with exercise[୧]
କାରଣPulmonary hypertension, surgical valvulotomy, balloon valvuloplasty, carcinoid syndrome, infective endocarditis, rheumatic heart disease, congenital valve disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a diastolic murmur, confirmed by echocardiogram[୧]
ସଠିକ ରୋଗ ନିର୍ଣ୍ଣୟAortic regurgitation, pulmonary emboli, constrictive pericarditis[୧]
ଚିକିତ୍ସାActive monitoring, pulmonary valve replacement[୧]
ପୁନଃପୌନିକSevere disease is rare[୨]

କାରଣଗୁଡ଼ିକ ମଧ୍ୟରେ ଫୁସଫୁସ ଉଚ୍ଚ ରକ୍ତଚାପ, ଭଲଭ୍ୟୁଟୋମି ଅପରେଶନ, ବେଲୁନ ଭଲ୍‌ଭ୍ୟୁଲୋପ୍ଲାଷ୍ଟି, କାର୍ସିନଏଡ ସିଣ୍ଡ୍ରୋମ, ସଂକ୍ରମଣକାରୀ ଏଣ୍ଡୋକାର୍ଡାଇଟିସ୍, ରିଉମାଟିକ ହୃଦ୍‌ରୋଗ କିମ୍ବା ଜନ୍ମଗତ ଭଲ୍‌ଭ ରୋଗ ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହା ସାଧାରଣତଃ ଟେଟ୍ରାଲୋଜି ଅଫ ଫ୍ୟାଲଟ ଥିବା ଲୋକଙ୍କଠାରେ ଦେଖାଯାଏ କାରଣ ଅସ୍ୱାଭାବିକତାକୁ ସଂଶୋଧନ କରିବା ପାଇଁ ଅସ୍ତ୍ରୋପଚାର କରିବାର ବର୍ଷ ବର୍ଷ ପରେ ଫୁସଫୁସ ଭଲ୍‌ଭ ସମସ୍ୟା ସୃଷ୍ଟି ହୋଇପାରେ | [୧] ଡାଏଷ୍ଟୋଲିକ ମରମର ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ | [୧]

ଏହି ରୋଗ ସଙ୍କଟ ଥିବା ଲୋକଙ୍କର ବାର୍ଷିକ ଅଲଟ୍ରାସାଉଣ୍ଡ କରିବାକୁ ସୁପାରିଶ କରାଯାଇପାରେ | [୩] ଯେଉଁମାନଙ୍କର ଫୁସଫୁସ ଉଚ୍ଚ ରକ୍ତଚାପ ଥାଏ, ସେମାନଙ୍କୁ ଚିକିତ୍ସା କରାଯିବା ଉଚିତ୍ | [୪] ଯେଉଁମାନଙ୍କର ଲକ୍ଷଣ ଥାଏ, ଫୁସଫୁସ ଭଲ୍‌ଭ ପୁନସ୍ଥାପନ ସୁପାରିଶ କରାଯାଇପାରେ | [୧] ଏକା ସମୟରେ ଟ୍ରାଇକସପିଡ ଭଲ୍‌ଭ ମରାମତିଦ୍ୱାରା ଉପକାର ହୋଇପାରେ | [୧] ଯେଉଁମାନେ ଅସ୍ତ୍ରୋପଚାର କରିବାରେ ଅସମର୍ଥ, ହୃଦଘାତର ଚିକିତ୍ସା ପାଇଁ ଡାଇୟୁରେଟିକ, ଏସିଇ ଇନହିବିଟର ଏବଂ ବିଟା ବ୍ଲକର ବ୍ୟବହାର କରାଯାଇପାରେ | [୧] ଅସ୍ତ୍ରୋପଚାର କଲେ ଫଳାଫଳ ଭଲ ହୋଇପାରେ | [୧]

ଗୁରୁତର ଅଣ‌ଯଥେଷ୍ଟ ଫୁସଫୁସ ଭଲ୍‌ଭ କ୍ୱଚିତ୍ ଦେଖାଯାଏ | [୪] ଅଳ୍ପରୁ ମଧ୍ୟମ ପରିମାଣର ପୃଷ୍ଠ ପ୍ରବାହ ସାଧାରଣତଃ ହୋଇପାରେ | [୩] [୫] ଫୁସଫୁସ ଭଲଭ ଅଭାବର ଅଭିଯୋଗ ପ୍ରଥମେ ୧୮୭୩ ମସିହାରେ ଜର୍ଜ ବାଲଫୋର ଏବଂ ପରେ ୧୮୮୮ ମସିହାରେ ଗ୍ରାହାମ ସ୍ଟିଲଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୬] [୭] ଏହାକୁ ୧୮୯୨ ମସିହାରେ ଉଇଲିଅମ ଓସଲର ଅଧିକ ବର୍ଣ୍ଣନା କରିଥିଲେ ଯେତେବେଳେ ଏହାକୁ ସାମାନ୍ୟ ମାତ୍ର ଗୁରୁତ୍ୱ ଦିଆଯାଉଥିଲା | [୮]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Saji, AM; Sharma, S (January 2020). "Pulmonary Regurgitation". PMID 32491496. {{cite journal}}: Cite journal requires |journal= (help)
  2. "Pulmonic Regurgitation - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 22 December 2020.
  3. ୩.୦ ୩.୧ ୩.୨ ୩.୩ Saji, AM; Sharma, S (January 2020). "Pulmonary Regurgitation". PMID 32491496. {{cite journal}}: Cite journal requires |journal= (help)
  4. ୪.୦ ୪.୧ "Pulmonic Regurgitation - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 22 December 2020.
  5. Gill, Edward A.; Sugeng, Lisa; Lang, Roberto (2012). Atlas of 3D Echocardiography E-Book: Expert Consult – Online (in ଇଂରାଜୀ). Elsevier Health Sciences. p. 176. ISBN 978-1-4557-4238-7.
  6. Elwood, Willis J.; Tuxford, Ann Félicité (1984). Some Manchester Doctors: A Biographical Collection to Mark the 150th Anniversary of the Manchester Medical Society (in ଇଂରାଜୀ). Manchester University Press. p. 210. ISBN 978-0-7190-1754-4.
  7. III, James A. Stockman (2012). Year Book of Pediatrics 2012 - E-Book (in ଇଂରାଜୀ). Elsevier Health Sciences. p. 231. ISBN 978-0-323-08974-6.
  8. MD, Joseph K. Perloff; Marelli, Ariane (2012). Perloff's Clinical Recognition of Congenital Heart Disease: Expert Consult - Online and Print (in ଇଂରାଜୀ). Elsevier Health Sciences. p. 169. ISBN 978-1-4377-1618-4.