ଅଣ୍ଡା ରୋଲ
ପରଷା | Nonveg Snack |
---|---|
ମୂଳ ସ୍ଥାନ | ଭାରତ |
ମୁଖ୍ୟ ଉପାଦାନ | ଅଣ୍ଡା |
|
ସାମଗ୍ରୀ
ସମ୍ପାଦନାପ୍ରଣାଳୀ
ସମ୍ପାଦନା- ପ୍ରଥମେ ଅଟାକୁ ଭଲ ଭାବରେ ଚକଟି ୧୫ ମିନିଟ ପର୍ଯନ୍ତ ଢାଙ୍କି କରି ରଖି ଦିଅନ୍ତୁ।
- ୧୫ ମିନିଟ ପରେ ଅଟାରୁ ୪ଟି ଗୁଳା ବନାନ୍ତୁ।
- ଏବେ ସେହି ଗୁଳାରୁ ମଧ୍ୟମ ଆକାରର ରୁଟି ପ୍ରସ୍ତୁତ କରନ୍ତୁ ।
- ଏବେ ଏହାକୁ ଗରମ ତାୱାରେ ହାଲୁକା ସେକନ୍ତୁ ଏବଂ ପାତ୍ରରେ ରଖି ଦିଅନ୍ତୁ।
- ଏହାପରେ ଏକ ପାତ୍ରରେ ଅଣ୍ଡା ଏବଂ ଲୁଣ ନେଇ ଫେଣ୍ଟନ୍ତୁ।
- ତାୱାରେ ତେଲ ଗରମ କରି ଫେଣ୍ଟା ହୋଇଥିବା ଅଣ୍ଡାକୁ ପକାଇ ଖେଳାଇ ଦିଅନ୍ତୁ।
- ୩୦ ସେକେଣ୍ଡ ପରେ ତାୱାରେ ଥିବା ଅଣ୍ଡା ଉପରେ ପୂର୍ବରୁ ସେକା ହୋଇଥିବା ରୁଟି ପକାଇ ଦବାନ୍ତୁ ଯେପରିକି ଅଣ୍ଡା ସହିତ ରୁଟି ଭଲରେ ଲାଗିଯିବ।
- ଏହାପରେ ଓଲଟା କରି ପୁଣି ସେକନ୍ତୁ।
- ଅଣ୍ଡା ଭଲ ଭାବରେ ସେକି ହୋଇଗଲା ପରେ ପ୍ଲେଟରେ କାଢିଆଣନ୍ତୁ ।
- ଫ୍ରାଅ ହୋଇଥିବା ପରଟା ଉପରେ ଲେମ୍ବୁ ରସ ଛିଞ୍ଚନ୍ତୁ,ପରେ କଟା କାକଡି,ପିଆଜ,ଲଙ୍କା,ଟମାଟୋ ସସ୍ ଏବଂ ଚିଲି ସସ୍ ପକାନ୍ତୁ।
- ପରଟାକୁ ରୋଲ୍ କରି ତା ଉପରେ କାଗଜ ଗୁଡାଇ ଅଣ୍ଡାରୋଲ[୧] ପରସନ୍ତୁ।