କାଲାଆଜାର
କାଲାଆଜାର ବା ଭିସେରାଲ ଲିସମାନିଆସିସ, ବା ଭିଏଲ (Visceral leishmaniasis/ VL),[୨] ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ ଯାହାର ଉପଯୁକ୍ତ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ନହେଲେ ଘାତକ ସାବ୍ୟସ୍ତ ହୁଏ ।[୩] ଏକ କୋଷୀ ପ୍ରୋଟୋଜୋଆ (protozoan) ଲିସମାନିଆ (Leishmania) ନାମକ ଏକ ପରଜୀବୀ (parasites) ଆକ୍ରମଣ ଯୋଗୁ ଏହି ରୋଗ (disease) ହୁଏ ।
Visceral leishmaniasis kālā āzār | |
---|---|
Black fever, and Dumdum fever[୧] | |
ଫାଇଲ:Amastigotes in a chorionic villus.jpg | |
ଉଚ୍ଚାରଣ |
|
ଏହି ପରଜୀବୀ ଶରୀର ଅଭ୍ୟନ୍ତରର ଅଙ୍ଗ ଯେପରିକି ଯକୃତ, ପ୍ଲୀହା ଓ ଅସ୍ଥିମଜ୍ଜାକୁ ସ୍ଥାନାନ୍ତର ହୋଇଯାଏ ଓ ଚିକିତ୍ସା ନ ପାଇଲେ ରୋଗୀର ନିଶ୍ଚୟ ମୃତ୍ୟୁ ହୁଏ । ଏହାର ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର, ଓଜନ ହ୍ରାସ, ଥକ୍କାଣ, ଆନିମିଆ ଓ ଯକୃତ ତଥା ପ୍ଲୀହା ଫୁଲିଯାଏ ଯାହାକୁ ଇଂରାଜୀରେ ହେପାଟୋସ୍ପ୍ଲେନୋମେଗାଲି (swelling of the liver and spleen) କୁହାଯାଏ । ଏହା ସହିତ ଏଚଆଇଭି/ଏଡସ (HIV/VL co-infection) ସଂକ୍ରମଣ ରହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରେ । [୪]
ପୃଥିବୀରେ ମ୍ୟାଲେରିଆ ପରେ ଏହି ରୋଗ ଦ୍ୱିତୀୟ ସର୍ବାଧିକ ଘାତକ ହୋଇଛି ଓ ପୃଥିବୀବାପୀ ୨୦,୦୦୦ରୁ ୩୦,୦୦୦ ମୃତ୍ୟୁ ଏହା ଯୋଗୁ ହେଉଛି । [୫][୬]
ରାଏ ବାହାଦୂର ସାର ଉପେନ୍ଦ୍ରନାଥ ବ୍ରହ୍ମଚାରୀ (ବଙ୍ଗଳା ଭାଷାରେ: উপেন্দ্রনাথ ব্রহ্মচারী) (୧୯ ଡିସେମ୍ବର ୧୮୭୩ – ୬ ଫେବ୍ରୁଆରୀ ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ତାଙ୍କ ସମୟର ଏକ ପ୍ରମୁଖ ଚିକିତ୍ସକ ଥିଲେ । ସେ ସନ ୧୯୨୨ରେ ୟୁରିଆ ସ୍ଟିବାମିନ ସଂଶ୍ଳେଷଣ କରି ଲିସମାନିଆ ଡୋନୋଭାନିଦ୍ୱାରା ହେଉଥିବା କାଲା ଅଜର ରୋଗ ଚିକିତ୍ସାରେ ଅନ୍ୟାନ୍ୟ ଆଣ୍ଟିମନି ଥିବା ଯୌଗିକ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ଥିବା ଉଲ୍ଲେଖ କରିଥିଲେ ।
ଚିହ୍ନ ଓ ଲକ୍ଷଣ
ସମ୍ପାଦନାଭିସେରାଲ ଲିସମାନିଆସିସ ରୋଗ ହେଲେ ସ୍ୱାଭାବିକ ଭାବରେ ଜ୍ୱର ଓ ପ୍ଲୀହା ବୃଦ୍ଧି ହୁଏ ଓ ବେଳେ ବେଳେ ଯକୃତ ବୃଦ୍ଧି ମଧ୍ୟ ହୁଏ । ଭାରତରେ ଏହି ରୋଗ ଯୋଗୁ ଚର୍ମ କଳା ଦେଖାଯିବା ଯୋଗୁ ଏହି କାଲାଅଜର ନାମ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ସ୍ଟ୍ରେନରେ ଏହି ରଙ୍ଗ ଦେଖାଯାଏ ନାହିଁ ଓ ଏହାର ଲକ୍ଷଣ ଯୋଗୁ ଭୂଲରେ ମ୍ୟାଲେରିଆ ରୋଗ ନିର୍ଣ୍ଣୟ ହୋଇଯାଏ । ରୋଗ ନିର୍ଣ୍ଣୟ ଭୂଲ ହେଲେ ମୃତ୍ୟୁ ହାର ୧୦୦% ହୋଇଯାଏ । ଏହି ପରଜୀବୀ ସିଧା ସଳଖ ମୃତ୍ୟୁର କାରଣ ହୁଏନି କିନ୍ତୁ ଇମ୍ମ୍ୟୁନିଟି କମ୍ ଥିବା ସ୍ଥାନରେ ସର୍ବଦା ନିମୋନିଆ, ଯକ୍ଷ୍ମା ଓ ଡିସେଣ୍ଟେରି ରହୁଥିବାରୁ ଓ ଏଚଆଇଭି/ଏଡସ ଭଳି ସୁବିଧାବାଦୀ ଡୋନୋଭାନି ସଂକ୍ରମଣ ଯୋଗୁ ରୋଗ ବଢ଼ିଯାଇ ମୃତ୍ୟୁ ହୁଏ । ରୋଗର ପ୍ରଗତି ପରିବର୍ତ୍ତନଶୀଳ, ଏକରୁ ୨୦ ସପ୍ତାହ ଲାଗେ ଓ ସୁଦାନିଜ ସ୍ଟ୍ରେନ ଯୋଗୁ ୧୨ରୁ ୧୬ ସପ୍ତାହ ମଧ୍ୟରେ ମୃତ୍ୟୁ ହୁଏ ।
କାଲା-ଆଜସର ଆରୋଗ୍ୟ ହେଲେ ମଧ୍ୟ ରୋଗୀ ଦେହରେ କିଛି ଦାଗ ଛାଡ଼ିଯାଏ । ଚିକିତ୍ସା ସଫଳ ହେଲେ ମଧ୍ୟ ଆଫ୍ରିକୀୟ କାଲା-ଅଜର ରୋଗ ଓ କିଛି ବର୍ଷ ପରେ ଭାରତୀୟ ସ୍ଟ୍ରେନର ଏକ ସେକେଣ୍ଡାରୀ ରୋଗ ବାହାରେ ଯାହାକୁ ପୋଷ୍ଟ କାଲା-ଆଜାର ଚର୍ମ ଲିସମାନିଆସିସ ବା ପିକେଡିଏଲ କୁହାଯାଏ । ଏହି ଦାଗଗୁଡ଼ିକ ମୁହଁରେ ମିଳିମିଳା ଭଳି ଦେଖାଯାଏ ଓ ଧୀରେ ଧୀରେ ସାରା ଦେହକୁ ବ୍ୟାପିଯାଏ । ଅବଶେଷରେ ଏହି ଦାଗ ସମସ୍ତ ମିଶିଯାଏ ଦେହକୁ ବିକୃତ କରିଦିଏ, ଅନେକ ସମୟରେ କୁଷ୍ଠ ରୋଗ ଭଳି ଦେଖାଯାଏ ଓ ରୋଗ ଆଖିକୁ ବାପିଲେ ଅନ୍ଧ ହୋଇଯାଏ । ଏହା ସହିତ ଚର୍ମ ଲିସମାନିଆସିସ (cutaneous leishmaniasis) ନାମ ଥିବା ଅନ୍ୟ ଏକ ରୋଗ ଦ୍ୱନ୍ଦ୍ୱ ସୃଷ୍ଟି କରେ ।[୭]
କାରଣ
ସମ୍ପାଦନାଦୁଇ ପ୍ରକାର ପ୍ରଜାତିର ଲିସମାନିଅ ଅଛନ୍ତି ଯିଏ ଭିସେରାଲ ଆକାରର ରୋ ସୃଷ୍ଟି କରନ୍ତି । ପୂର୍ବ ଆଫ୍ରିକା ଓ ଭାରତ ଉପମହାଦେଶରେ ଲିସମାନିଆ ଡୋନୋଭାନି (L. donovani) ପ୍ରଜାତି ଓ ୟୁରୋପ, ଉତ୍ତର ଆଫ୍ରିକା ଓ ଲାଟିନ ଆମେରିକାରେ ଲିସମାନିଆ ଇନଫାଣ୍ଟମ (L. infantum) ଦେଖାଯାଆନ୍ତି ଯାହାକୁ ଚାଗାସି ମଧ୍ୟ କୁହାଯାଏ ।[୮]
ରୋଗ ନିର୍ଣ୍ଣୟ
ସମ୍ପାଦନାକାଲାଆଜାର ଏଣ୍ଡେମିକ ଥିବା ସ୍ଥାନମାନଙ୍କରେ ସେରୋଲୋଜିକାଲ ପରୀକ୍ଷା (Serological କରାଯାଏ । ଆରକେ୩୯ ଟେଷ୍ଟ ସଠିକ ଫଳ ଦିଏ । ଲାଟେକ୍ସ ଆଗ୍ଲୁଟିନେସନ ଟେଷ୍ଟ (latex agglutination test) ମଧ୍ୟ ସଠିକ ଫଳ ଦିଏ । [୯]
କେ୩୯ ଟେଷ୍ଟ ସହଜରେ କରିହୁଏ ଓ ଗ୍ରାମୀଣ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏହା ବ୍ୟବହାର କରିପାରି । ଏହାର ସେରୋଲୋଜିକାଲ କିଟ ସାଧାରଣ ଉତ୍ତାପରେ ରଖିହୁଏ । ଅନ୍ୟ ଏକ ପରୀକ୍ଷା ଡାଇରେକ୍ଟ ଆଗ୍ଲୁଟିନେସନ ବା ଡାଟ (DAT) ଟେଷ୍ଟ କରିବା କଷ୍ଟକର ହୁଏ ଓ କେ୩୯ ଅପେକ୍ଷା ଏହା ଅଧିକ ସୁବିଧା ଜନକ ନୁହେଁ । [୧୦]
ପ୍ରତିଷେଧ
ସମ୍ପାଦନାସନ ୨୦୧୮ ସୁଦ୍ଧା ଏହି ରୋଗ ବିରୁଦ୍ଧରେ କୌଣସି ଟିକା ଉଦଭାବନ ହୋଇନାହିଁ, କିନ୍ତୁ ପ୍ରସ୍ତୁତି ଚାଲିଛି । [୧୧][୧୨] ଏଣୁ ସଂକ୍ରମଣ ପ୍ରତିଷେଧ ନିମନ୍ତେ ସ୍ୟାଣ୍ଡ ଫ୍ଲାଇ କାମୁଡ଼ାରୁ ରକ୍ଷା ପାଇବା ବନ୍ଦବୋସ୍ତ କରିବା ଉଚିତ । ଏହି କାମୁଡ଼ା ସଙ୍କଟରୁ ରକ୍ଷା ପାଇବା ପାଇଁ ନିମ୍ନ ଲିଖିତ ଉପାୟ ଅବଲମ୍ବନ କରାଯାଇପାରେ:
- ଘର ବାହାରେ:
୧. ସନ୍ଧ୍ୟା ପରେ ସକାଳ ପର୍ଯ୍ୟନ୍ତ ବାହାରକୁ ନ ଯିବାକୁ ଚେଷ୍ଟା କରନ୍ତୁ କାରଣ ଏହି ସମୟରେ ମଶା ବହୁତ ସକ୍ରିୟ ରହନ୍ତି ।
୨. ବାହାରକୁ ଗଲେ ଶରୀରକୁ ଭଲ ଭାବରେ ଘୋଡ଼େଇ ରଖନ୍ତୁ, ଲମ୍ବା ପୋଷାକ ମୋଜା ଇତ୍ୟାଦି ପିନ୍ଧନ୍ତୁ ଯେତେ ପାରନ୍ତି, ବାହ୍ୟ ଖୋଲା ଅଂଶ କମ୍ ରଖନ୍ତୁ ।
୩. ଦେହର ଖୋଲା ଅଂଶ, ପୋଷାକର ଖୋଲା ଅଂଶ ତଳେ ଥିବା ଦେହର ଅଂଶରେ କୀଟ ନିବାରକ ଔଷଧ ଲଗାନ୍ତୁ । ଲଗେଇବା ପୂର୍ବରୁ କୀଟ ନିବାରକ ଔଷଧ ଶିଶି ବା ଖୋଳରେ ଲେଖାଥିବା ଉପଦେଶ ପଢ଼ନ୍ତୁ । ରାସାୟନିକ ଡିଇଇଟି (DEET (N,N-diethylmetatoluamide)) ଥିବା ନିବାରକ ସବୁଠାରୁ ପ୍ରଭାବଶାଳୀ ଅଟେ । DEET (N,N-diethylmetatoluamide).
- ଘର ଭିତରେ:
୧. ଭଲରୂପେ ପରଦା ଲାଗିଥିବା ବା ଶୀତତାପ ନିୟନ୍ତ୍ରିତ କୋଠରୀରେ ରହନ୍ତୁ ।
୨. ମନେ ରଖନ୍ତୁ - ସାଧାରଣ ମଶାଠାରୁ ସ୍ୟାଣ୍ଡ ଫ୍ଲାଇ ଆକାର ଛୋଟ, ତେଣୁ ଛୋଟ କଣାରେ ବି ଗଳିଯାଇପାରନ୍ତି ।
୩. ରହିବା ଓ ଶୋଇବା ସ୍ଥାନରେକୀଟ ନିବାରକ ସ୍ପ୍ରେ କରନ୍ତୁ ।
୪. ପରଦା ଲାଗିଥିବା ବା ଶୀତତାପ ନିୟନ୍ତ୍ରିତ କୋଠରୀ ସୁବିଧା ନଥିଲେ ମଶାରୀ ବ୍ୟବହାର କରନ୍ତୁ । ମଶାରୀ ଓ ଲୁଗାପଟା ସବୁଥିରେ ପାଇରେଥ୍ରଏଡ ଥିବା କୀଟନିବାରକ ସ୍ପ୍ରେ କରନ୍ତୁ । [୧୧]
ଚିକିତ୍ସା
ସମ୍ପାଦନାବିକଶିତ ଦେଶମନଙ୍କରେ ଏହାର ପ୍ରଭାବଶାଳୀ ଓ ଶସ୍ତା କେମୋଥେରାପି (chemotherapy) ମିଳୁନି ଓ ଏହାର ପରଜୀବୀ ତଥା କୀଟ ବାହକ କ୍ରମଶଃ ଔଷଧପ୍ରତି ପ୍ରତିରୋଧ କରୁଛନ୍ତି । ବୋଧହୁଏ ଗବେଷଣା ନିମନ୍ତେ ଅର୍ଥାଭାବ ଯୋଗୁ ନୂତନ ଔଷଧର ଆବିର୍ଭାବ ହେଉନାହିଁ କାରଣ ଏହାର ବିକ୍ରୟର ଲାଭ ବିଶେଷ ହେବା ଜଣାଯାଏ ନାହିଁ । ଏହାର ମିଶ୍ରିତ ଚିକିତ୍ସା ଓ ନୂତନ ଔଷଧ ବାହାର କରିବା ନିମନ୍ତେ ପ୍ରୋଡକ୍ଟ ଡେଭଲପମେଣ୍ଟ ପାର୍ଟନରସିପ ପିଡିପି ପ୍ରଚେଷ୍ଟା କରୁଛି ।[୧୩]
ଏହାର ଚିକିତ୍ସାରେ ପାରମ୍ପରିକ ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ (sodium stibogluconate) ଓ ମେଗ୍ଲୁମାଇନ ଆଣ୍ଟିମୋନିଏଟ (meglumine antimoniate) ଭଳି ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ବ୍ୟବହାର ହୁଏ । ଏହି ଔଷଧ ବ୍ୟବହାରରେ ୬୦% ପ୍ରତିରୋଧ ଭାରତର ବିହାରରେ ଦେଖାଯାଉଛି । [୧୪][୧୫]
ଅଧୁନା ଭାରତରେ ଏହି ରୋଗ ନିମନ୍ତେ ଆମ୍ଫୋଟେରିସିନ ବିର (amphotericin B) [୧୬] ଲାଓପୋସୋମାଲ ପ୍ରସ୍ତୁତି ପସନ୍ଦ ଯୋଗ୍ୟ ହୋଇଛି [୧୭][୧୮] ପୂର୍ବ ଆଫ୍ରିକା ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ଓ ପାରୋମୋମାଇସିନ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରୁଛି ଯାହା ସନ ୨୦୧୦ରେ ବିକଶିତ ହୋଇଥିଲା ।[୧୯]
ଏହା ନିମନ୍ତେ ମିଲଟେଫୋସିନ (Miltefosine) ପ୍ରଥମ ପାଟିରେ ଦେବା ଔଷଧ ଭାବରେ ବାହାରିଛି । ଏହାର ଆରୋଗ୍ୟ ହାର ପ୍ରାୟ ୯୫% । ଭାରତୀୟ ରେଗୁଲେଟରି ଅଥରିଟି ଏହାକୁ ସନ ୨୦୦୨ରେ ସ୍ୱକୃତି ଦେଇଛି । [୨୦]
୨୮ ଦିନିଆ ଚିକିତ୍ସାରେ ଔଷଧ ଗ୍ରହଣ କରିବାର ଦିନେ ବା ଦୁଇ ଦିନ ମଧ୍ୟରେ ପେଟ ଗୋଳମାଳ ହେଲେ ମଧ୍ୟ ଏହାର ପ୍ରଭାବ କମେନାହିଁ । ପାଟିରେ ଦିଆଯାଉଥିବାର ଖର୍ଚ୍ଚ ଓ ଡାକ୍ତରଖାନାରେ ଆଡମିଶନ ଅସୁବିଧା ରହୁ ନଥିବା ଯୋଗୁ ମିଲ୍ଟେଫୋସିନ ଏକ ପସନ୍ଦ ଯୋଗ୍ୟ ଓଷଧ ହୋଇଛି । ପ୍ରାୟ ୧୦ ବର୍ଷ ବ୍ୟବହାର ପରେ ଏହାର ପ୍ରତିରୋଧ ହେବା ଦେଖାଯାଉଛି । [୨୧] ଏହାର କର୍କଟଜନିତ ଗୁଣ ଥିବା ଯୋଗୁ ଗର୍ଭାବସ୍ଥାରେ ଓ ୪ ମାସ ପର ପର୍ଯ୍ୟନ୍ତ ଦିଆଯାଏ ନାହିଁ ।
ଅସମ୍ପୁର୍ଣ୍ଣ ଚିକିତ୍ସା ଯୋଗୁ ଅଧିକାଂଶ ମୃତ୍ୟୁ ହୁଏ । [୩]
ରୋଗାନୁଶୀଳନ
ସମ୍ପାଦନାସନ ୨୦୧୫ରେ ପୃଥିବୀରେ ହୋଇଥବା କାଲାଆଜାର ରୋଗର ୯୦% କେବଳ ବ୍ରାଜିଲ, ଇଥିଓପିଆ, ଭାରତ, କେନ୍ୟା, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନ ଭଳି ୫ଟି ଦେଶରେ ହୋଇଥିଲା ।[୩] ଭାରତରେ ୭୦% କାଲାଆଜାର କେବଳ ବିହାରରେ ରିପୋର୍ଟ ହୋଇଥିଲା ।[୩] ଭାରତର ବିହାରରେ ଥିବା ଅରାରିଆ, ପୁରନିଆ ଓ କିଷନଗଞ୍ଜରେ ଏହା ସ୍ଥାନୀୟ ରୋଗ ହୋଇ ରହିଛି । North Bihar, India (including Araria, Purnea, and Kishanganj) is the endemic zone of this disease. ଷାଠିଏଟି ଦେଶରେ ଏହା ସ୍ଥନୀୟ ଏଣ୍ଡେମିକ ରୋଗ ଭାବରେ ଅଛି । .
ଏହି ରୋଗର ଭୌଗଳିକ ସ୍ଥିତି ବିସ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଠାଏ ଠାଏ ଦେଖାଯାଏ ବିଶେଷତଃ ମରୁଡ଼ି, ଦୁର୍ଭିକ୍ଷ ଓ ଅଧିକ ଜନସଂଖ୍ୟା ଥିବା ସ୍ଥାନରେ ଏହା ଦେଖାଯାଏ । ଆଫ୍ରିକାର ଇଥିଓପିଆ, କେନିଆ, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନରେ ଅଧିକ ଦେଖାଯାଏ । ବିଗତ ଶହେ ବର୍ଷ ମଧ୍ୟରେ ଏହି ସ୍ଥାନମାନଙ୍କରେ ଲୋକଙ୍କ ଜୀବନ ଧାରାରେ କିଛି ପରିବର୍ତ୍ତନ ହୋଇନାହିଁ । ଦକ୍ଷିଣ ସୁଦାନର ଅନେକ ସ୍ଥାନ ଦେଶର ଅନ୍ୟ ଇଲାକାଠାରୁ ସମ୍ପୁର୍ଣ୍ଣ ବିଛିନ୍ନ ହୋଇ ରହିଛି ଓ ଲୋକମାନେ ସାଂଘାତିକ ମଡ଼କ ତଥା ଗୃହ ଯୁଦ୍ଧ ହେଲେ ମଧ୍ୟ ସେ ସ୍ଥାନ ଛାଡ଼ି ଯାଉନାହାନ୍ତି । [୨୨]
ଇତିହାସ
ସମ୍ପାଦନାସନ ୧୮୨୪ରେ ଭାରତର ଜେସୋର (Jessore) ସହରରେ (ବର୍ତ୍ତମାନ ବାଙ୍ଗଲା ଦେଶରେ ଅଛି) ହୋଇଥିବା କାଲାଆଜାର ରୋଗ ପ୍ରଥମେ ପଶ୍ଚିମ ଦେଶର ଡାକ୍ତରମାନଙ୍କ ନଜରରେ ପଡ଼ିଲା ଯାହାକୁ ଏକ ଧରଣର ମ୍ୟାଲେରିଆ ବୋଲି ଭାବୁଥିଲେ । ଆସମରେ ଏହାକୁ ଆସାମ ଜ୍ୱର କହୁଥିଲେ ।[୨୩] ଦେବନାଗରୀ ଭାଷାର ଏହାକୁ କାଲା ଆଜାର କୁହାଯାଏ (kala-azar (Hindustani: काला आज़ार (Devanagari) کالا آزار (Nastaleeq) kālā āzār), ସଂସ୍କୃତ, ଆସାମି ଭାଷା ଓ ଅନ୍ୟାନ୍ୟ ଇଣ୍ଡୋଆର୍ଯ୍ୟ ଭାଷାରେ କାଲା ଅର୍ଥ କଳା[୨୪] Hindi and Urdu;[୨୫] ଓ ଜ୍ୱରକୁ ଆସାମରେ ଆଜାର କୁହାଯାଏ । [୨୪][୨୬] ଏହି ରୋଗର ଚର୍ମ କଳା ପଡ଼ିଯାଉଥିବାରୁ ଏହାର କାଲା ଆଜାର ନାମକରଣ ହୋଇଛି । କୋଲକାତାର (ପୂର୍ବତନ କଲିକତା) ଦମଦମ (Dumdum, Calcutta, India) ସ୍ଥାନରେ ଜଣେ ମୃତ ସୈନିକର ପ୍ଲୀହାରୁ ସ୍ମିଅର ନେଇ ଉଇଲିଅମ ଲିସମ୍ୟାନ ନାମକ ଜଣେ ସ୍କଟିସ ଡାକ୍ତର ପ୍ରଥମେ କାଲା ଆଜାରର ଏଜେଣ୍ଟକୁ ଆବିଷ୍କାର କରିଥିଲେ,[୨୭] ତେଣୁ ଏହାକୁ ଦମଦମ ଜ୍ୱର କୁହାଯାଏ । ଲିସମ୍ୟାନ ଓ ଚାର୍ଲସ ଡୋନୋଭାନ ନାମକ ଜଣେ ଆଇରିସ ଡାକ୍ତର ଏକାବେଳେ ତାଙ୍କର ଆବିଷ୍କରକୁ ପ୍ରକାଶିତ କରିଥିବାରୁ ରୋଗ ସୃଷ୍ଟି କରୁଥିବା ଏଜେଣ୍ଟର ନାମ ଲିସମାନିଆ ଡୋନୋଭାନି ରଖାଗଲା ।
ଆଧାର
ସମ୍ପାଦନା- ↑ James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 426. ISBN 978-0-7216-2921-6.
- ↑ "WHO | Visceral leishmaniasis". www.who.int. Retrieved 2015-10-05.
- ↑ ୩.୦ ୩.୧ ୩.୨ ୩.୩ Das, Aritra; Karthick, Morchan; Dwivedi, Shweta; Banerjee, Indranath; Mahapatra, Tanmay; Srikantiah, Sridhar; Chaudhuri, Indrajit (2016-11-01). "Epidemiologic Correlates of Mortality among Symptomatic Visceral Leishmaniasis Cases: Findings from Situation Assessment in High Endemic Foci in India". PLoS Neglected Tropical Diseases. 10 (11): e0005150. doi:10.1371/journal.pntd.0005150. ISSN 1935-2735. PMC 5117587. PMID 27870870.
{{cite journal}}
: CS1 maint: unflagged free DOI (link) - ↑ "Leishmaniasis and HIV co-infection". WHO.
- ↑ "Leishmaniasis". WHO Fact sheet N°375. World Health Organization. Retrieved 23 September 2014.
- ↑ Desjeux P. (2001). "The increase of risk factors for leishmaniasis worldwide". Transactions of the Royal Society of Tropical Medicine and Hygiene. 95 (3): 239–43. doi:10.1016/S0035-9203(01)90223-8. PMID 11490989.
- ↑ Burza, Sakib; Croft, Simon L.; Boelaert, Marleen (2018-09-15). "Leishmaniasis". The Lancet (in English). 392 (10151): 951–970. doi:10.1016/S0140-6736(18)31204-2. ISSN 0140-6736. PMID 30126638.
{{cite journal}}
: CS1 maint: unrecognized language (link) - ↑ Chappuis F, et al. (2007). "Visceral leishmaniasis: what are the needs for diagnosis, treatment and control?" (PDF). Nature Reviews Microbiology. 5 (11): 873–82. doi:10.1038/nrmicro1748. PMID 17938629.
- ↑ Boelaert M, Verdonck K, Menten J, et al. (June 2014). "Rapid tests for the diagnosis of visceral leishmaniasis in patients with suspected disease". Cochrane Database Syst Rev. 6 (6): CD009135. doi:10.1002/14651858.CD009135.pub2. PMC 4468926. PMID 24947503.
- ↑ Chappuis F, Rijal S, Soto A, Menten J, Boelaert M (2006). "A meta-analysis of the diagnostic performance of the direct agglutination test and rK39 dipstick for visceral leishmaniasis". Br Med J. 333 (7571): 723–6. doi:10.1136/bmj.38917.503056.7C. PMC 1592383. PMID 16882683.
- ↑ ୧୧.୦ ୧୧.୧ "Parasites-Leishmaniasis Prevention and Control". January 10, 2013. Retrieved April 29, 2014.
- ↑ Gillespie, Portia M.; Beaumier, Coreen M.; Strych, Ulrich; Hayward, Tara; Hotez, Peter J.; Bottazzi, Maria Elena (2016-06-03). "Status of vaccine research and development of vaccines for leishmaniasis". Vaccine. 34 (26): 2992–2995. doi:10.1016/j.vaccine.2015.12.071. ISSN 1873-2518. PMID 26973063.
- ↑ "DNDi Annual Report 2015" (PDF). Drugs for Neglected Diseases initiatives. Retrieved 2016-09-19.
- ↑ Sundar S, More DK, Singh MK, et al. (October 2000). "Failure of pentavalent antimony in visceral leishmaniasis in India: report from the center of the Indian epidemic". Clin. Infect. Dis. 31 (4): 1104–7. doi:10.1086/318121. PMID 11049798.
- ↑ Thakur CP, Narayan S, Ranjan A (September 2004). "Epidemiological, clinical & pharmacological study of antimony-resistant visceral leishmaniasis in Bihar, India" (PDF). Indian J. Med. Res. 120 (3): 166–72. PMID 15489554. Archived from the original (PDF) on 2019-04-03. Retrieved 2020-01-23.
- ↑ Thakur CP, Singh RK, Hassan SM, Kumar R, Narain S, Kumar A (1999). "Amphotericin B deoxycholate treatment of visceral leishmaniasis with newer modes of administration and precautions: a study of 938 cases". Trans. R. Soc. Trop. Med. Hyg. 93 (3): 319–23. doi:10.1016/S0035-9203(99)90037-8. PMID 10492770.
- ↑ Thakur CP, Pandey AK, Sinha GP, Roy S, Behbehani K, Olliaro P (1996). "Comparison of three treatment regimens with liposomal amphotericin B (AmBisome) for visceral leishmaniasis in India: a randomized dose-finding study". Trans. R. Soc. Trop. Med. Hyg. 90 (3): 319–22. doi:10.1016/S0035-9203(96)90271-0. PMID 8758093.
- ↑ Sundar S, Mehta H, Chhabra A, et al. (March 2006). "Amphotericin B colloidal dispersion for the treatment of Indian visceral leishmaniasis". Clin. Infect. Dis. 42 (5): 608–13. doi:10.1086/500138. PMID 16447104.
- ↑ New treatment for kala azar, the most deadly parasitic disease after malaria. ScienceDaily, 23 Septembre 2011
- ↑ FDA News Release (19 March 2014). "FDA approves Impavido to treat tropical disease leishmaniasis". FDA.
- ↑ Rijal, Suman; Ostyn, Bart; Uranw, Surendra; Rai, Keshav; Bhattarai, Narayan Raj; Dorlo, Thomas P. C.; Beijnen, Jos H.; Vanaerschot, Manu; Decuypere, Saskia; Dhakal, Subodh S.; Das, Murari Lal (2013-06-01). "Increasing Failure of Miltefosine in the Treatment of Kala-azar in Nepal and the Potential Role of Parasite Drug Resistance, Reinfection, or Noncompliance". Clinical Infectious Diseases (in ଇଂରାଜୀ). 56 (11): 1530–1538. doi:10.1093/cid/cit102. ISSN 1058-4838. PMID 23425958.
- ↑ Jean, Francois (1995). "Sudan: Speak no Evil, Do no Good". Life, Death and Aid: The Médecins Sans Frontières Report on World Crisis Intervention.
- ↑ "Mosby's Medical Dictionary, 8th edition. © 2009, Elsevier.". "kala-azar". Retrieved 2010-01-21.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ ୨୪.୦ ୨୪.୧ HarperCollins Publishers, 1991, 1994, 1998, 2000, 2003. "kala-azar". Retrieved 2010-01-21.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Merriam-Webster's online dictionary. "kala-azar". Retrieved 2010-01-21.
- ↑ Thomas A. Taku (1999). Framework for Industrialization in Africa. Greenwood Publishing Group. p. 77. ISBN 9780275964986.
Locally, the disease was called kala-azar or black fever, which is the meaning in the Hindustani language.
- ↑ Paniker, C.K. Jayaram (2013). Textbook of Medical Parasitology. Shorakhutte, Kathmandu, Nepal: Jaypee Brothers, Medical Publishers. p. 51. ISBN 978-93-5090-534-0.