ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର

ମହାକାଶ ଗବେଷନା କେନ୍ଦ୍ର
(Vikram Sarabhai Space Centreରୁ ଲେଉଟି ଆସିଛି)

ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ହେଉଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଏକ ପ୍ରମୁଖ ଅନୁସନ୍ଧାନ କେନ୍ଦ୍ର, ଯେଉଁଠି ମହାକାଶ ଯାନ ଓ ରକେଟ୍ ଉପରେ କାମ କରାଯାଏ ।[] ଏହା କେରଳର ଥିରୁଅନନ୍ତପୁରମରେ ଅବସ୍ଥିତ ।

ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର
Agency overview
Formed 21 ନଭେମ୍ବର 1963 (1963-11-21) (୬୧ ବର୍ଷ ପୂର୍ବରୁ)
Jurisdiction ମହାକାଶ ବିଭାଗ
Headquarters ଥିରୁଅନନ୍ତପୁରମ, କେରଳ, ଭାରତ
8°31′48″N 76°52′18″E / 8.53000°N 76.87167°E / 8.53000; 76.87167
Agency executive ଏସ୍. ଉନ୍ନିକ୍ରିଷ୍ଣନ ନାୟର[], ନିର୍ଦ୍ଦେଶକ
Parent agency ଇସ୍ରୋ
Website
ISRO ୱେବ୍‌ସାଇଟ୍

୧୯୬୨ ମସିହାରେ ତୁମ୍ବା ଇକୋଟୋରିଆଲ ରକେଟ ଲଞ୍ଚିଂ ଷ୍ଟେସନ ଭାବରେ ଏହାର ଆରମ୍ଭ ହୋଇଥିଲା । ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇଙ୍କ ସମ୍ମାନାର୍ଥେ ଏହାର ନାମ ପରିବର୍ତ୍ତନ କରାଯାଇଥିଲା ।[]

ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟରରେ ମୁଖ୍ୟତଃ ଭାରତୀୟ ଜ୍ଞାନ କୌଶଳଦ୍ୱାରା ରକେଟ, ରୋହିଣୀ ଓ ମେନାକା ଭଳି ଲଞ୍ଚର୍ ଏବଂ ଏସ୍ଏଲ୍‌ଭି, ଏଏସ୍ଏଲ୍‌ଭି, ପିଏସ୍ଏଲ୍‌ଭି, ଜିଏସ୍ଏଲ୍‌ଭି ଓ ଜିଏସ୍ଏଲ୍‌ଭି ମାର୍କ ୩ ଲଞ୍ଚ ଭେଇକିଲ୍‌ ଆଦିର ବିକାଶ କରିଛି ।

ଇତିହାସ

ସମ୍ପାଦନା

ଇସ୍ରୋଦ୍ୱାରା ପରିଚାଳିତ ସ୍ପେସ୍ ସେଣ୍ଟର ମଧ୍ୟରୁ ଏହା ସବୁଠାରୁ ବଡ଼ । ଉପଗ୍ରହ ଉତ୍‌କ୍ଷେପଣ ଯାନ ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିର ଡିଜାଇନ୍ ଏବଂ ବିକାଶ ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର । ମୁଖ୍ୟତଃ ଭାରତରେ ଲଞ୍ଚ ଭେଇକିଲ୍ ପ୍ରଯୁକ୍ତିବିଦ୍ୟାର ବିକାଶକୁ ଅଗ୍ରଗତି କରିବା ଉଦ୍ଦେଶ୍ୟରେ ଏରୋନେଟିକ୍ସ, ଆଭିଏନିକ୍ସ ଏବଂ କମ୍ପୋଜିଟ୍ ସହିତ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ପରିସରରେ ଏଠାରେ ଗବେଷଣା ଏବଂ ବିକାଶ କରାଯାଇଥାଏ ।

୧୯୬୨ ମସିହାରେ ଇଣ୍ଡିଆନ୍ ନ୍ୟାସନାଲ୍ କମିଟି ଫର୍ ସ୍ପେସ୍ ରିସର୍ଚ୍ଚ (INCOSPAR) ଆରମ୍ଭ ହେବା ପରେ ଥିରୁଅନନ୍ତପୁରମର ତୁମ୍ବାଠାରେ ତୁମ୍ବା ଇକ୍ୱାଟୋରିଆଲ୍ ରକେଟ୍ ଲଞ୍ଚିଂ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଥିଲା ।[] ଭୂତତ୍ତ୍ୱ ଚୁମ୍ବକୀୟ କ୍ଷେତ୍ରରେ ଥିବା ହେବୁ ହେତୁ ପାଣିପାଗ ବିଜ୍ଞାନ ଏବଂ ଉପର ବାୟୁମଣ୍ଡଳୀୟ ଅନୁସନ୍ଧାନ ପାଇଁ ସାଉଣ୍ଡିଂ ରକେଟ୍ ଉପକ୍ଷେପଣ ପାଇଁ ତୁମ୍ବାକୁ ଚୟନ କରାଯାଇଥିଲା । ଏହାର ପ୍ରଥମ ନିର୍ଦ୍ଦେଶକ ଭାବରେ ଏଚ୍.ଜି.ଏସ୍. ମୂର୍ତ୍ତୀ ନିଯୁକ୍ତ ହୋଇଥିଲେ ।[]

୨୧ ନଭେମ୍ବର ୧୯୬୩ରେ ଏଠାରୁ ଦୁଇ-ପର୍ଯ୍ୟାୟ ନାଇକ୍ ଆପାଚି ସାଉଣ୍ଡିଂ ରକେଟ୍ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପ୍ରଥମ ପାଦ ଥାପିଥିଲା । ଉତକ୍ଷେପଣ ହୋଇଥିବା ପ୍ରଥମ ରକେଟ୍ ଯୁକ୍ତରାଷ୍ଟ୍ରରେ ନିର୍ମିତ ହୋଇଥିଲା ।

ଭାରତରେ ସମ୍ପୂର୍ଣ୍ଣ ଭାବରେ ନିର୍ମିତ ପ୍ରଥମ ରକେଟ୍ ଆର୍‌ଏଚ୍-୭୫ ୨୦ ନଭେମ୍ବର ୧୯୬୭ରେ ପ୍ରଥମଥର ପାଇଁ ଉତ୍‌କ୍ଷେପଣ କରାଯାଇଥିଲା । ୧୯୬୭ରେ ଏହି ରକେଟ୍ ଆଉ ଦୁଇଥର ଏବଂ ୧୯୬୮ରେ ୧୨ ଥର ଉତ୍‌କ୍ଷେପଣ କରିଥିଲା ।

ଏଠାରୁ ଉତ୍‌କ୍ଷେପଣ ହୋଇଥିଲା ସାଉଣ୍ଡିଂ ରକେଟ୍ ଗୁଡ଼ିକ ମଧ୍ୟରେ ଆର୍କସ୍-୧, ଅର୍କସ୍-୧୧, ସେଟାୟାର୍-୧, ୧୧ଏ ଏବଂ ୧୧ବି, ଡ୍ରାଗନ୍-୧, ଦୁଆଲ୍ ହକ୍, ଜୁଡି ଡାର୍ଟ, ମେନକା-୧, ମେନକା-୧ଏମ୍‌କେ ୧ ଓ ଏମ୍‌କେ୧୧, ନାଇକ୍ ଟୋମାହକ୍, ଏମ୍-୧୦୦, ପେଟ୍ରେଲ, ଆର୍‌ଏଚ୍-୧୦୦, ଆର୍‌ଏଚ୍-୧୨୫, ଆର୍‌ଏଚ୍-୨୦୦ (ଏସ୍), ଆର୍‌ଏଚ୍-୩୦୦, ଆର୍‌ଏଚ୍-୫୬୦, ଇତ୍ୟାଦି ଅନ୍ୟତମ । ଏହି ସ୍ପେସ୍ ସେଣ୍ଟରରୁ ୨୨୦୦ରୁ ଅଧିକ ରକେଟ୍ ଉତ୍‌କ୍ଷେଣ କରାଯାଇଛି ।

୧୯୬୫ ମସିହାରୁ ଏଠାରେ ସାଉଣ୍ଡିଂ ରକେଟ୍‌ର ବିଭିନ୍ନ ପ୍ରକାର ଡିଜାଇନ୍ କରିବା ସହିତ ଏହାର ବିକାଶ ହୋଇଆସୁଛି, ଯାହାକି ମହାକାଶ ଗବେଷଣା ସହିତ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଗବେଷଣା ପାଇଁ ବ୍ୟବହାର ହେଉଛି । ଏବେ କାର୍ଯ୍ୟକ୍ଷମ ଥିବା ରୋହିଣୀ ସାଉଣ୍ଡିଂ ରକେଟଗୁଡ଼ିକ ହେଉଛି ଆର୍‌ଏଚ୍-୨୦୦, ଆର୍‌ଏଚ୍-୩୦୦, ଆର୍‌ଏଚ୍-୫୬୦ ଏବଂ ସେମାନଙ୍କର ଭିନ୍ନ ସଂସ୍କରଣ । ଏହି ରକେଟ୍‌ଗୁଡ଼ିକଦ୍ୱାରା ଭୂ-ପୃଷ୍ଠଠାରୁ ପ୍ରାୟ ୫୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପାଣିପାଗ ବିଜ୍ଞାନ ଏବଂ ଉପର ବାୟୁମଣ୍ଡଳୀୟ ପ୍ରକ୍ରିୟା ଆଦିରେ ଅନୁସନ୍ଧାନ କରାଯାଉଛି ।[]

୨ ଫେବୃଆରୀ ୧୯୬୮ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମିଳିତ ଜାତିସଂଘ ପାଇଁ ଆନୁଷ୍ଠାନିକ ଭାବରେ ଏହାକୁ ଉତ୍ସର୍ଗ କରିଦେଇଥିଲେ ।[][] ଯଦିଓ ଜାତିସଂଘର କୌଣସି ସିଧାସଳଖ ଅର୍ଥ ଏଥିରେ ଜଡ଼ିତ ନଥିଲା, ତଥାପି ଆମେରିକା, ଋଷିଆ (ୟୁଏସ୍ଏସ୍‌ଆର), ଫ୍ରାନ୍ସ, ଜାପାନ, ଜର୍ମାନୀ ଏବଂ ବ୍ରିଟେନ ସମେତ ବିଭିନ୍ନ ଦେଶର ବୈଜ୍ଞାନିକମାନେ ରକେଟ୍ ସମ୍ବନ୍ଧୀୟ ପରୀକ୍ଷଣ କରିବା ପାଇଁ ଏହି ସ୍ପେସ୍ ସେଣ୍ଟରକୁ ବ୍ୟବହାର କରୁଥିଲେ । ୧୯୭୦ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏଠାରୁ ୟୁଏସ୍ଏସ୍ଆର୍‌ର ଏମ୍-୧୦୦ ନାମକ ସାଉଣ୍ଡିଂ ରକେଟ୍ ୧୧୬୧ ଥର ଉତ୍‌କ୍ଷେଣ ହୋଇଥିଲା ।

୩୦ ଡିସେମ୍ବର ୧୯୭୧ରେ ବିକ୍ରମ ସାରାଭାଇଙ୍କର ହଠାତ୍ ଦେହାନ୍ତ ହେବା ପରେ, ତାଙ୍କ ସମ୍ମାନାର୍ଥେ ଏହାର ନାମ ପରିବର୍ତ୍ତନ କରାଯାଇ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟର ଭାବରେ ନାମିତ କରାଯାଇଥିଲା ।

୧୯୮୦ ଦଶକର ପ୍ରଥମ ଭାଗରେ ଭାରତର ସାଟେଲାଇଟ୍ ଲଞ୍ଚ ଭେଇକିଲ୍, ଏସ୍ଏଲ୍‌ଭି-୩ର ବିକାଶ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୮୦ ଦଶକର ଶେଷ ଭାଗରେ ଏହି ଲଞ୍ଚ ଭେଇକିଲ୍‌ର ବିକଶିତ ଭାଗ ଅଗ୍‌ମେଣ୍ଟେଡ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଏଏସ୍ଏଲ୍‌ଭି) ପୃଥିବୀର କକ୍ଷପଥରେ ୧୫୦ କିଲୋଗ୍ରାମର ସାଟେଲାଇଟ୍ ପହଞ୍ଚାଇବାର କ୍ଷମତା ପାଇଥିଲା ।

୧୯୯୦ ଦଶକରେ ଏହା ଭାରତର ୱାର୍କହର୍ସ ଲଞ୍ଚ ଭେଇକିଲ୍, ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ପିଏସ୍ଏଲ୍‌ଭି)ର ବିକାଶରେ ସହଯୋଗ କରିଥିଲା ।

ସୁବିଧା

ସମ୍ପାଦନା

ତୁମ୍ବା ଓ ଭେଲିରେ ଏହାର ମୁଖ୍ୟ କ୍ୟାମ୍ପସ୍ ସହିତ ବାଲିଆମାଳାଠାରେ ଏହାର ଏକ କ୍ୟାମ୍ପସ୍ ରହିଛି । ଥିରୁଅନନ୍ତପୁରମ୍ ସହରର ଭାଟିୟୁରକାବୁଠାରେ ସଶକ୍ତ ପ୍ଲାଷ୍ଟିକ୍ ଏବଂ କମ୍ପୋଜିଟ୍‌ର ବିକାଶ ପାଇଁ ଏକ କେନ୍ଦ୍ର ରହିଛି । ଆଲୁଭାଠାରେ ଥିବା ଇସ୍ରୋର ପ୍ଲାଣ୍ଟ ଆମୋନିୟମ୍ ପେର୍କ୍ଲୋରେଟ୍ ଉତ୍ପାଦନ କରେ, ଯାହାକି ସଲିଡ୍ ପ୍ରୋପେଲାଣ୍ଟ ମୋଟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ତୁମ୍ବା ଇକ୍ୱାଟୋରିଆଲ୍ ରକେଟ୍ ଲଞ୍ଚିଂ ଷ୍ଟେସନ୍ ଏବଂ ସ୍ପେସ୍ ଫିଜିକ୍ସ ଲାବୋରେଟୋରୀ ମଧ୍ୟ ଏହି ସ୍ପେସ୍ ସେଣ୍ଟର କ୍ୟାମ୍ପସରେ ଅଛି ।

ପୂର୍ବତନ ନିର୍ଦ୍ଦେଶକଗଣ

ସମ୍ପାଦନା
ନିର୍ଦ୍ଦେଶକଙ୍କ ନାମ [] କାର୍ଯ୍ୟକାଳ
ଏସ୍. ସୋମନାଥ ୨୦୧୮–୨୦୨୨
କେ. ଶିବନ ୨୦୧୫–୨୦୧୮
ମାଧବନ୍ ଚନ୍ଦ୍ରଦତ୍ତନ ୨୦୧୪–୨୦୧୫
ଏସ୍. ରାମକ୍ରିଷ୍ଣନ ୨୦୧୩–୨୦୧୪
ପି.ଏସ୍. ବୀରରାଘବନ ୨୦୦୯–୨୦୧୨
କେ. ରାଧାକ୍ରିଷ୍ଣନ୍ ୨୦୦୭–୨୦୦୯
ବି.ଏନ୍. ସୁରେଶ ୨୦୦୩–୨୦୦୭
ଜି. ମାଧବନ୍ ନାୟାର ୧୯୯୯–୨୦୦୩
ଏସ୍. ଶ୍ରୀନିବାସନ୍ ୧୯୯୪–୧୯୯୯
ପ୍ରମୋଦ କାଲେ ଫେବୃଆରୀ ୧୯୯୪ - ନଭେମ୍ବର ୧୯୯୪
ସୁରେଶ ଚନ୍ଦ୍ର ଗୁପ୍ତା ୧୯୮୫–୧୯୯୪
ବସନ୍ତ ଆର୍. ଗୋୱାରିକର ୧୯୭୯–୧୯୮୫
ବ୍ରହ୍ମ ପ୍ରକାଶ ୧୯୭୨–୧୯୭୯
  1. "Dr.S. Unnikrishnan Nair". Retrieved 7 February 2022.
  2. "Welcome To ISRO :: Centres :: Trivandrum :: Vikram Sarabhai Space Centre(VSSC)". Isro.gov.in. Retrieved 2013-11-30.
  3. "I'm proud that I recommended him for ISRO: EV Chitnis".
  4. Rao, U.R. (2014). India's Rise as a Space Power. New Delhi: Foundation Books. p. 8. ISBN 978-93-82993-48-3.
  5. "I'm proud that I recommended him for ISRO: EV Chitnis".
  6. "Sounding Rocket". www.vssc.gov.in. Retrieved 2020-09-08.[permanent dead link]
  7. Rao, U.R. (2014). India's Rise as a Space Power. New Delhi: Foundation Books. p. 11. ISBN 978-93-82993-48-3.
  8. PV Manoranjan Rao; P Radhakrishnan (2012). A Brief History of Rocketry in ISRO. Hyderabad: Universities Press (India) Private Limited. pp. 27–28. ISBN 978-81-7371-763-5.
  9. "Former Directors". Archived from the original on 2 September 2018.