ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍‌

ଧୃବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ) ବା ପିଏସ୍‌ଏଲଭି, ବିଶ୍ୱର ସବୁଠୁ ଭରସାଯୋଗ୍ୟ ଉପଗ୍ରହ ପ୍ରକ୍ଷେପଣ ଯାନ । ପିଏସ୍ଏଲଭିର ଲମ୍ବ ୪୪ ମିଟର, ଯାହାକି ଏକ ୧୨ ମହଲା ବିଲ୍‌ଡିଂର ଉଚ୍ଚତା ସହ ସମାନ । ବ୍ୟାସାର୍ଦ୍ଧ ୨.୮ ମିଟର । ୪ଟି ସ୍ତର ବିଶିଷ୍ଟ ଏହି ପ୍ରକ୍ଷେପଣ ଯାନରେ ଉଭୟ କଠିନ ଓ ତରଳ ଇନ୍ଧନ ବ୍ୟବହାର କରାଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିଏସ୍ଏଲଭିର ୩ଟି ସଂସ୍କରଣ ବିକାଶ କରିଛି ଇସ୍ରୋ । ପିଏସଏଲଭି-ଜି, ପିଏସଏଲଭି-ସିଏ ଓ ପିଏସଏଲଭି-ଏକ୍ସଏଲ୍ ଏଭଳି ୩ଟି ସଂସ୍କରଣ ରହିଛି । ସବୁଠୁ ନୂଆ ସଂସ୍କରଣ ହେଲା ଏସଏଲଭି-ଏକ୍ସଏଲ, ୩୨୦ ଟନ ଓଜନର ବସ୍ତୁ ବୋହି ନେବାକୁ ସକ୍ଷମ । ୧୯୯୩ରେ ପ୍ରଥମ ଥର ଏହି ରକେଟ୍‌ର ପରୀକ୍ଷଣ କରିଥିଲା ଇସ୍ରୋ, ଯାହାକି ବିଫଳ ହୋଇଥିଲା । ପରେ ୧୯୯୭ରେ ହୋଇଥିବା ୪ର୍ଥ ପରୀକ୍ଷଣ ମଧ୍ୟ ଆଶିଂକ ସଫଳ ହୋଇଥିଲା । ଏ ପର୍ଯ୍ୟନ୍ତ କରାଯାଇଥିବା ୫୩ଟି ଉତକ୍ଷେପଣରୁ ୫୧ଟି ମିଶନ ସଫଳ ହୋଇଛି । ପିଏସଏଲଭି- ସିଏର ଅର୍ଥ ମୁଖ୍ୟ ଏଲୋନ୍ । ୨୦୦୭ରେ ପିଏସ୍‌ଏଲଭି ସିଏର ଉତକ୍ଷେପଣ କରିଥିଲା ଇସ୍ରୋ । ପୂର୍ବ ସଂସ୍କରଣଠାରୁ ଏଥିରେ କେତେକ ପରିବର୍ତ୍ତନ କରାଯାଇଛି । ୬ଟି ଷ୍ଟ୍ରାପ ଅନ ବୁଷ୍ଟରକୁ ଏଥିରୁ ବାଦ୍ ଦିଆଯାଇଛି । ରକେଟର ପ୍ରଥମ ଭାଗରେ ଦୁଇଟି ଛୋଟ ଇନ୍ଧନ ଟାଙ୍କି ବ୍ୟବହାର କରାଯାଇଛି । ଯାହାକି ଏହି ରକେଟର ଓଜନକୁ ୪୦୦ କିଲୋଗ୍ରାମ ପର୍ଯ୍ୟନ୍ତ କମ୍ କରିପାରିଛି । ଯାହା ୧୧ଶହ କିଲୋଗ୍ରାମ ଓଜନର ବସ୍ତୁକୁ ବୋହି ନେବାକୁ ସକ୍ଷମ । ସବୁଠୁ ନୂଆ ସଂସ୍କରଣର ରକେଟ୍ ହେଉଛି ପିଏସଏଲଭି-ଏକ୍ସଏଲ । ଏଥିରେ ସବୁଠୁ ଶକ୍ତିଶାଳୀ ବୁଷ୍ଟର ବ୍ୟବହାର କରାଯାଇଛି । ପିଏସଏଲଭି ଏକ୍ସଏଲରେ ଲାଗିଥିବା ମୋଟରର ଲମ୍ବ ୧୩.୫ ମିଟର । ଏଥିରେ ୧୨ ଟନ୍ କଠିନ ଇନ୍ଧନ ବ୍ୟବହାର କରାଯାଉଛି । ୨୦୦୮ରେ ଚନ୍ଦ୍ରାୟାଣ-୧ କୁ ସଫଳତାର ସହ ପ୍ରେରଣ କରିଥିଲା ଏହି ରକେଟ୍ । ପିଏସଏଲଭିର ପେ- ଲୋଡ୍‌ କ୍ଷମତା ୧୮ଶହ କିଲୋଗ୍ରାମ । ଚତୁର୍ଥ ସଂସ୍କରଣ, ପିଏସଏଲଭି- 3ଏସ୍‌କୁ ଏବେ ବିକାଶ କରାଯାଉଛି ।

[୧]

ଆଧାର ସମ୍ପାଦନା

  1. "ଇସ୍ରୋ". {{cite web}}: Cite has empty unknown parameter: |1= (help)