ଟ୍ରାଇଜେମିନାଲ ନିଉରାଲଜିଆ
ଟ୍ରାଇଜେମିନାଲ ନିଉରାଲଜିଆ (Trigeminal neuralgia ବା TN ବା TGN) ଏକ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା (chronic pain) ଯାହା ଟ୍ରାଇଜେମିନାଲ ସ୍ନାୟୁ (trigeminal nerve) ବଣ୍ଟନ ହୋଇଥିବା ସ୍ଥାନମାନଙ୍କରେ ଅନୁଭବ ହୁଏ । ଏହା ଦୁଇ ପ୍ରକାରର ଅଛି: ଟିପିକାଲ (ସ୍ୱାଭାବିକ) ଓ ଆଟିପିକାଲ (ଅସ୍ୱାଭାବିକ) ଟ୍ରାଇଜେମିନାଲ ନିଉରାଲଜିଆ । ସ୍ୱାଭାବିକ ରୋଗରେ ହଠାତ ଅତ୍ୟଧିକ ସକ୍ ଭଳି ଯନ୍ତ୍ରଣା ମୁହଁର ଏକ ପାଖରେ ଅନୁଭବ ହୁଏ ଯାହା କିଛି ସେକେଣ୍ଡ ବା କିଛି ମିନିଟ ପର୍ଯ୍ୟନ୍ତ ରହେ । ଏହି ଭଳି ଘଟଣା ବା ଆକ୍ରମଣ କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିପାରେ । ଅସ୍ୱାଭାବିକ ରୋଗରେ ଜ୍ୱାଳା ସର୍ବଦା ଲାଗିରହେ କିନ୍ତୁ ଏହା ଅଳ୍ପ ସାଂଘାତିକ । ଯେ କୌଣସି ସ୍ପର୍ଶ ମୁହଁରେ ଲାଗିଲେ ଏହି ଯନ୍ତ୍ରଣା ଟ୍ରିଗର ହୋଇଯାଏ । ଜଣେ ଲୋକର ଉଭୟ ପ୍ରକାର ଯନ୍ତ୍ରଣା ହୋଇପାରେ ।[୧] ଅତ୍ୟଧିକ ଯନ୍ତ୍ରଣା ଦାୟକ ବେମାରୀମାନଙ୍କ ମଧ୍ୟରୁ ଗୋଟିଏ ଓ ଏହା ଫଳରେ ଅତ୍ୟଧିକ ଅବସାଦ (depression) ହୋଇଯାଏ ।[୫] ଏହି ରୋଗରେ ଏତେ ଅଧିକ ଯନ୍ତ୍ରଣା ହୁଏ ଯେ ଲୋକ ସହି ନ ପାରି ଆତ୍ମହତ୍ୟା କରନ୍ତି, ଏଣୁ ଏହାର ନାମ ସୁଇସାଇଡ ଡିଜିଜ ବା ଆତ୍ମହତ୍ୟା ରୋଗ କୁହାଯାଏ ।[୪]
ଟ୍ରାଇଜେମିନାଲ ନିଉରାଲଜିଆ | |
---|---|
ଇଂରାଜୀ ପ୍ରତିଶବ୍ଦ,[୧] prosopalgia,[୨] Fothergill's disease[୩] suicide disease[୪] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସ୍ନାୟୁ ବିଜ୍ଞାନ (Neurology) |
ଆଇସିଡ଼ି-୧୦ | G50.0, G44.847 |
ଆଇସିଡ଼ି-୯-ସିଏମ୍ | 350.1 |
ରୋଗ ଡାଟାବେସ | 13363 |
ମେଡ଼ିସିନ-ପ୍ଲସ | 000742 |
ଇ-ମେଡ଼ିସିନ | emerg/617 |
MeSH | D014277 |
ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଥିଲେ ମଧ୍ୟ ଏହି ସ୍ନାୟୁକୁ ଘୋଡ଼େଇ ରଖିଥିବା ମାୟେଲିନ (myelin) ସିଥ କ୍ଷୟ ହେଉଥିବା ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୧][୬] ବ୍ରେନ ସ୍ଟେମରୁ ଏହି ସ୍ନାୟୁ ବାହାରକୁ ଆସୁଥିବା ସମୟରେ ଏହାର ରକ୍ତନଳୀ ଚିପି ହୋଇଯିବାରୁ, ମଲ୍ଟିପ୍ଲ ସ୍କ୍ଲେରୋସିସ (multiple sclerosis) ଯୋଗୁ, ସ୍ଟ୍ରୋକ (stroke) ବା ଆଘାତ ଯୋଗୁ ହୋଇପାରେ । ଅର୍ବୁଦ (tumor) ବା ଆର୍ଟେରିଓଭେନସ ମାଲଫର୍ମେସନ (arteriovenous malformation) ଭଳି ଅଳ୍ପ ସାଧାରଣ କାରଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଏହି କଷ୍ଟ ଏକ ପ୍ରକାର ସ୍ନାୟୁ ଯନ୍ତ୍ରଣା (nerve pain) । ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ପୋଷ୍ଟହର୍ପେଟିକ ନିଉରାଲଜିଆ (postherpetic neuralgia) ଭଳି ରୋଗ ନିର୍ଣ୍ଣୟ ଦୂର କରିବାକୁ ହୁଏ । [୧]
ଔଷଧ ଓ ଅପରେଶନ ଏହାର ଚିକିତ୍ସା ପ୍ରଣାଳୀ ।[୧] ସାଧାରଣତଃ କାର୍ବାମାଜେପିନ (carbamazepine) ବା ଓକ୍ସକାର୍ବାଜେପିନ (oxcarbazepine) ଔଷଧ ଗ୍ରହଣ କରି ପ୍ରାୟ ୮୦% ଲୋକଙ୍କର ଉପଶମ ହୋଇଯାଏ । ଅନ୍ୟ ବିକଳ୍ପ ଔଷଧମାନଙ୍କର ନାମ: ଲାମୋଟ୍ରିଜିନ (lamotrigine), ବାକ୍ଲୋଫେନ (baclofen), ଗାବାପେଣ୍ଟିନ (gabapentin) ଓ ପିମୋଜିଡ (pimozide) ।[୬] କଷ୍ଟ ଲାଘବ ନିମନ୍ତେ ଆମିଟ୍ରିପ୍ଟିଲିନ (Amitriptyline) ସାହାଯ୍ୟ କରେ କିନ୍ତୁ ଓପିଅଏଡ (opioids ) ସାଧାରଣତଃ ପ୍ରଭାବଶାଳୀ ହୁଏନି ।[୧] ଔଷଧ କାମ ନ କଲେ ବା ଅନ୍ୟାନ୍ୟ ପଦ୍ଧତି ପ୍ରତି ପ୍ରତିରୋଧ ହେଉଥିଲେ ଅପରେଶନ ଚେଷ୍ଟା କରାଯାଇପାରେ ।[୬]
ହିସାବରୁ ଦେଖାଯାଇଛି, ପ୍ରତିବର୍ଷ ପ୍ରତି ୮,୦୦୦ଲୋକରେ ଜଣେ ଟ୍ରାଇଜେମିନାଲ ନିଉରାଲଜିଆ ରୋଗରେ ପୀଡ଼ିତ ହୁଏ । ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହା ଆକ୍ରମଣ କରେ ଓ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଆକ୍ରମଣ କରେ ।[୧] ଏହି ରୋଗ ବିଷୟ ପ୍ରଥମେ ସନ ୧୭୭୩ରେ ଜନ ଫଦରଗିଲ (John Fothergill) ବର୍ଣ୍ଣନା କରିଥିଲେ ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trigeminal Neuralgia Fact Sheet". NINDS. November 3, 2015. Archived from the original on 19 November 2016. Retrieved 1 October 2016.
- ↑ Hackley, CE (1869). A text-book of practical medicine. D. Appleton & Co. p. 292. Retrieved 2011-08-01.
- ↑ Bagheri, SC; et al. (December 1, 2004). "Diagnosis and treatment of patients with trigeminal neuralgia". Journal of the American Dental Association. 135 (12): 1713–7. doi:10.14219/jada.archive.2004.0124. PMID 15646605. Archived from the original on 2012-07-11. Retrieved 2011-08-01.
- ↑ ୪.୦ ୪.୧ Adams, H; Pendleton, C; Latimer, K; Cohen-Gadol, AA; Carson, BS; Quinones-Hinojosa, A (May 2011). "Harvey Cushing's case series of trigeminal neuralgia at the Johns Hopkins Hospital: a surgeon's quest to advance the treatment of the 'suicide disease'". Acta neurochirurgica. 153 (5): 1043–50. doi:10.1007/s00701-011-0975-8. PMID 21409517.
- ↑ Okeson, JP (2005). "6". In Lindsay Harmon (ed.). Bell's orofacial pains: the clinical management of orofacial pain. Quintessence Publishing Co, Inc. p. 114. ISBN 0-86715-439-X.
- ↑ ୬.୦ ୬.୧ ୬.୨ Obermann, Mark (2010-03-01). "Treatment options in trigeminal neuralgia". Therapeutic Advances in Neurological Disorders. 3 (2): 107–115. doi:10.1177/1756285609359317. ISSN 1756-2856. PMC 3002644. PMID 21179603.
- ↑ Prasad, S; Galetta, S (March 2009). "Trigeminal neuralgia: historical notes and current concepts". The neurologist. 15 (2): 87–94. PMID 19276786.