ଲାମୋଟ୍ରିଜିନ
ଲାମୋଟ୍ରିଜିନ (ଇଂରାଜୀ ଭାଷାରେ Lamotrigine, ଗୋଟିଏ ବ୍ୟବସାୟୀକ ନାମ Lamictal) ଏକ ବାତ ନିରୋଧୀ ଔଷଧ (anticonvulsant medication) ଯାହା ଏପିଲେପ୍ସି ବା ଅପସ୍ମାର ବାତ ଓ ବାଇପୋଲାର ଡିଜଅଡର ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୨] ଅପସ୍ମାର ବାତରେ ହେଉଥିବା ସ୍ଥାନୀୟ ବାତ, ଟନିକ-କ୍ଲୋନିକ ବାତ (tonic-clonic seizure) ଓ ଲେନକ୍ସ-ଗାସଟଟ ସିଣ୍ଡ୍ରୋମ (Lennox-Gastaut syndrome) ବାତ ନିମନ୍ତେ ଦିଆଯାଏ ।[୨] ବାଇପୋଲାର ଡିଜଅଡରରେ ଅବସାଦ, ବାଇପୋଲାର ଟାଇପ ୨ (bipolar type II) ରୋଗର ରାପିଡ ସାଇକ୍ଲିଙ୍ଗ (rapid cycling) ଓ ବାଇପୋଲାର ଟାଇପ ୧ (bipolar type I) ରୋଗର ପୁନରାବୃତ୍ତି ନ ହେବା ନିମନ୍ତେ ଦିଆଯାଏ ।[୨]
Clinical data | |||
---|---|---|---|
Pronunciation | /ləˈmoʊtrɪˌdʒiːn/ | ||
Trade names | Lamictal, others[୧] | ||
AHFS/Drugs.com | monograph | ||
MedlinePlus | a695007 | ||
data |
| ||
Pregnancy category | |||
Routes of administration | By mouth | ||
ATC code | |||
Legal status | |||
Legal status | |||
Pharmacokinetic data | |||
Bioavailability | 98% | ||
Protein binding | 55% | ||
Metabolism | Liver (mostly UGT1A4-mediated) | ||
Elimination half-life | 29 hours | ||
Excretion | Urine (65%), faeces (2%) | ||
Identifiers | |||
| |||
CAS Number | |||
PubChem CID | |||
IUPHAR/BPS | |||
DrugBank | |||
ChemSpider | |||
UNII | |||
KEGG | |||
ChEBI | |||
ChEMBL | |||
ECHA InfoCard | 100.074.432 | ||
Chemical and physical data | |||
Formula | C9H7Cl2N5 | ||
Molar mass | 256.091 g/mol | ||
3D model (JSmol) | |||
| |||
| |||
(what is this?) (verify) |
ନିଦ୍ରାଳୁ, ମୁଣ୍ଡବିନ୍ଧା, ବାନ୍ତି, ନିୟନ୍ତ୍ରଣ ସମସ୍ୟା ଓ ରାସ ଆଦି ପ୍ରତିକ୍ରିୟା ସାଧାରଣତଃ ଏହି ଔଷଧ ବ୍ୟବହାର କଲେ ଦେଖାଯାଇପାରେ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲାଇଟିକ ଆନିମିଆ (lack of red blood cells), ଅଧିକ ଆତ୍ମହତ୍ୟା ସଙ୍କଟ, ସ୍ଟୋଭେନ୍ସ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ବିପଦ ଜନକ ହୋଇପାରେ ।[୩] ଲାମୋଟ୍ରିଜିନ ଏକ ଫିନାଇଲଟ୍ରିଆଜିନ (phenyltriazine) ଥାଏ ଯାହା ଅନ୍ୟାନ୍ୟ ବାତ ନିରୋଧୀ ଔଷଧମାନଙ୍କଠାରୁ ପୃଥକ ।[୨] ଏହାର କାର୍ଯ୍ୟକାରୀତା ଅସ୍ପଷ୍ଟ ଅଛି ।[୨] ଜଣାଯାଏ, ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳର (central nervous system) ଗାମା-ଆମିନୋବ୍ୟୁଟିରିକ ଏସିଡ (gamma-aminobutyric acid) ବା ଗାବାର ନିଉରୋଟ୍ରାନ୍ସମିଟର (neurotransmitter) ପ୍ରକ୍ରିୟାକୁ ବୃଦ୍ଧି କରେ ଓ ଭୋଲଟେଜ-ସେନ୍ସିଟିଭ ସୋଡ଼ିଅମ ଚାନେଲକୁ (en:voltage-sensitive sodium channels) କମାଏ ।[୪][୨]
ସଂଯୁକ୍ତ ରାଷ୍ଟ୍ରରେ ସନ ୧୯୯୧ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ବ୍ୟବସାୟୀକ ଭିତ୍ତିରେ ଲାମୋଟ୍ରିଜିନ ବ୍ୟବହାରକୁ ସ୍ୱୀକୃତି ଦିଆଗଲା । [୫][୨] ଡକ୍ଲ୍ୟଏଚଓର ଅତ୍ୟାବଶ୍ୟକୀୟ ଔଷଧ (World Health Organization's List of Essential Medicines)ର ସ୍ୱାସ୍ଥ୍ୟ ପ୍ରଣାଳୀ (health system) ନିମନ୍ତେ ଥିବା ପ୍ରଭାବଶାଳୀ ଓ ବିପଦମୁକ୍ତ ଓଷଧ ତାଲିକାରେ ଲାମୋଟ୍ରିଜିନର ନାମ ଅଛି ।[୬] ସନ ୨୦୧୫ରେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହାର ହୋଲସେଲ ମୂଲ୍ୟ ୩.୫୭ ଆମେରିକୀୟ ଡଲାର ଥିଲା । [୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୪.୬୪ ଆମେରିକୀୟ ଡଲାର ଥିଲା ।[୮]
ଆଧାର
ସମ୍ପାଦନା- ↑ "Lamotrigine". Drugs.com. Retrieved 9 December 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Lamotrigine". The American Society of Health-System Pharmacists. Retrieved 8 December 2017.
- ↑ "Lamotrigine Use During Pregnancy | Drugs.com". Drugs.com. Retrieved 9 December 2017.
- ↑ "Lamotrigine". PubChem Open Chemistry Database. US: National Institutes of Health. Retrieved December 13, 2016.
- ↑ Shorvon SD, Perucca E, Engel J (2015). The Treatment of Epilepsy (4th ed.). John Wiley & Sons, Incorporated. p. 1321. ISBN 9781118936993.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
- ↑ "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 9 December 2017.
ବାହ୍ୟ ଲିଙ୍କ
ସମ୍ପାଦନା- FAQ: Psychiatric Uses of Lamotrigine (Lamictal) — by Ivan K. Goldberg, MD. Includes many references from the medical literature.
- Center for Drug Evaluation and Research: Lamictal — documents related to the FDA approval process, including medical reviews and correspondence letters.
- Epilepsy South Africa: MEDICATION FOR EPILEPSY Archived 2007-12-27 at the Wayback Machine. — an epilepsy FAQ with a list of medicines for treatment thereof, includes lamotrigine with South African trade name Lamictin
- Adverse Reactions Archived 2013-02-23 at the Wayback Machine. — reported adverse reactions and side-effects.
- U.S. National Library of Medicine: Drug Information Portal — Lamotrigine