ଥୋରାସେଣ୍ଟେସିସ

ଏହା ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ ।
(Thoracentesisରୁ ଲେଉଟି ଆସିଛି)

ଥୋରାସେଣ୍ଟେସିସ ହେଉଛି ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ ।[୧] ରୋଗ ନିର୍ଣ୍ଣୟ ପାଇଁ ଏହା ସୂଚିତ କରାଯାଇଛି ଯଦି ଏହାର କାରଣ ଅସ୍ପଷ୍ଟ ଏବଂ ୧ ସେଣ୍ଟିମିଟରରୁ ଅଧିକ ତରଳ ପଦାର୍ଥ ଥାଏ ।[୧] ନିଶ୍ୱାସ ପ୍ରଶ୍ୱାସକୁ ଉନ୍ନତ କରିବା ପାଇଁ ଏହା ଏକ ଚିକିତ୍ସା ପଦ୍ଧତି ଭାବରେ କରାଯାଇଥାଏ ।[୧] ଯଦି ଏକାଧିକ ଡ୍ରେନେଜ୍ ସତ୍ତ୍ୱେ ଫ୍ଲୁଇଡ୍ ପୁନର୍ବାର ଆସେ, ତେବେ ଏକ ଦୀର୍ଘକାଳୀନ କ୍ୟାଥେଟର ରଖାଯାଇପାରେ କିମ୍ବା ପ୍ଲୁରୋଡେସିସ୍ କରାଯାଇପାରେ ।[୧]

Thoracentesis
ହସ୍ତକ୍ଷେପ
Chest X-ray showing a left-sided pleural effusion (right side of image) that was than treated with thoracentesis.

ପଦ୍ଧତିରେ ସାଧାରଣତଃ ବସିଥିବା ଅବସ୍ଥାରେ ଏକ ଟେବୁଲ ଉପରେ ଆଉଜିଥିବା ବ୍ୟକ୍ତିଙ୍କର କରାଯାଇଥାଏ ।[୧] ଶଯ୍ୟା ନିକଟରେ ଅଲଟ୍ରାସୋନୋଗ୍ରାଫି ସାହାଯ୍ୟରେ ଅବସ୍ଥାନ ଯାଞ୍ଚ କରାଯାଏ ।[୧] କ୍ଲୋରହେକ୍ସିଡିନ ପ୍ରୟୋଗ କରି ସେହି ସ୍ଥାନ ସଫା କରାଯାଏ ଏବଂ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଏ ।[୧] ସ୍କାପୁଲା ରେଖାରେଏକ ରିବ ଉପର ସ୍ଥାନରେ ଏକ ଇଂଜେକସନ ଛୁଞ୍ଚି ଭର୍ତ୍ତି କରାଯାଏ ।[୧] ତରଳ ପଦାର୍ଥ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ଓ ତା' ପରେ କାଥେଟର ଛାତି ଭିତରକୁ ଭର୍ତ୍ତି କରି ଛୁଞ୍ଚି ପ୍ରତ୍ୟାହାର କରାଯାଏ । [୧] ଏକ ସଂଗ୍ରହ ପାତ୍ର ଏହା ସହିତ ସଂଯୋଗ କରାଯାଏ ।[୧]

ପ୍ରଥା ଜଟିଳ ହେଲେ ନିମୋଥୋରାକ୍ସ, ରକ୍ତସ୍ରାବ, ନିମ୍ନ ରକ୍ତଚାପ, ଏବଂ ପ୍ଳୀହା କିମ୍ବା ଯକୃତରେ ଆଘାତ ହୋଇପାରେ । [୧] ଏହାପୂର୍ବରୁ ଅଧିକ ପରିମାଣର ପୁନର୍ବାର ସ୍ଫୀତ ହୋଇଫୁସଫୁସ ଇଡିମା ହେବାର ଆଶଙ୍କା ଥିବାରୁ କେବଳ ୧.୫ ଲିଟର ତରଳ ପଦାର୍ଥ ବାହାର କରାଯାଉଥିଲା ।[୨] ଏହି ଚିନ୍ତା ତଥାପି ଭିତ୍ତିହୀନ ମନେହୁଏ ଏବଂ ଉପସ୍ଥିତ ଥିବା ସମସ୍ତ ତରଳ ପଦାର୍ଥ ନିରାପଦରେ ନିଷ୍କାସିତ ହୋଇପାରେ ।[୨] ଫୁସଫୁସ ସ୍ଫୀତ ହେଲେ ସାଧାରଣତଃ କାଶ ହୁଏ। [୧]

ଥୋରାସେଣ୍ଟେସିସ ପ୍ରଥମେ ୧୮୫୦ ମସିହାରେ ମୋରିଲ୍ ୱାଇମାନ ଏବଂ ହେନେରୀ ଇଙ୍ଗର୍ସୋଲ ବୋଡିଚ କରିଥିଲେ । [୩] ଯୁକ୍ତରାଷ୍ଟ୍ରରେ ଏହି ପଦ୍ଧତିରେ ପ୍ରାୟ ୨,୦୦୦ ଡଲାର ଖର୍ଚ୍ଚ ହୋଇପାରେ ।[୪] ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ହିପୋକ୍ରେଟସ ଏହି କୌଶଳ ପ୍ରସ୍ତାବ ଦିଆଯାଇଥିଲା। [୩] ଏହି ଶବ୍ଦଟି ଗ୍ରୀକ୍ θώραξ thōraxର ଅର୍ଥ ହେଉଛି "ଛାତି" ଏବଂ κέντησις kentēsis ଅର୍ଥାତ୍ "ଛିଦ୍ର" ।[୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "How To Do Thoracentesis - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 16 June 2022. Retrieved 8 August 2022.
  2. ୨.୦ ୨.୧ Farkas, Josh (12 August 2019). "PulmCrit- Large volume thora: Can we drain 'em dry?". EMCrit Project. Archived from the original on 29 January 2022. Retrieved 8 August 2022.
  3. ୩.୦ ୩.୧ Sebastian, Anton (6 February 2018). A Dictionary of the History of Medicine (in ଇଂରାଜୀ). Routledge. p. PT1366. ISBN 978-1-351-46999-9. Archived from the original on 10 August 2022. Retrieved 8 August 2022.
  4. "Thoracentesis". www.mdsave.com. Archived from the original on 5 August 2020. Retrieved 9 August 2022.
  5. Haubrich, William S. (November 2003). Medical Meanings: A Glossary of Word Origins (in ଇଂରାଜୀ). ACP Press. p. 240. ISBN 978-1-930513-49-5. Archived from the original on 2022-08-10. Retrieved 2022-08-08.