ପ୍ଲୁରା ସ୍ରାବ
ପ୍ଲୁରା ସ୍ରାବ ରୋଗରେ ଫୁସ୍ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋଇଯାଏ । [୧] ଛାତି ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣଗୁଡ଼ିକ ପରିବର୍ତ୍ତନଶୀଳ ହୋଇପାରେ | [୨] ପ୍ରଥମେ ବ୍ୟାୟାମ ସହିତ ନିଶ୍ୱାସ ପ୍ରଶ୍ୱାସ ଉପସ୍ଥିତ ହୋଇପାରେ | [୧]
Pleural effusion | |
---|---|
ବିଭାଗ | Pulmonology, thoracic surgery[୧] |
ଲକ୍ଷଣ | Chest pain, coughing, shortness of breath, none[୨] |
କାରଣ | Exudate: Inflammation, tumors, infections, injury to the lung[୨] Transudate: Heart failure, kidney problems, liver failure, peritoneal dialysis, malnutrition[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Chest X-ray[୧] |
ସଠିକ ରୋଗ ନିର୍ଣ୍ଣୟ | Mesothelioma, heart failure, atelectasis, pneumonia, diaphragmatic rupture[୧] |
ଚିକିତ୍ସା | Thoracentesis, underlying cause[୧] |
ପୁନଃପୌନିକ | 1.5 million (USA)[୧] |
ତରଳ ପଦାର୍ଥ ଦୁଇ ପ୍ରକାର ଭାବରେ ଜିମିଯାଏ ଯଥା: ଏଗ୍ଜୁଡେଟ ଓ ଟ୍ରାନ୍ଜୁଡେଟ | [୨] ପ୍ରଦାହ, ଅର୍ବୁଦ, ସଂକ୍ରମଣ କିମ୍ବା ଫୁସଫୁସରେ ଆଘାତ ହେତୁ ଏଗ୍ଜୁଡେଟ ହୁଏ । [୨] ହୃଦଘାତ, କିଡନୀ ଜନିତ ସମସ୍ୟା, ଯକୃତ ବିଫଳତା, ପେରିଟୋନିଆଲ୍ ଡାୟଲିସିସ୍ କିମ୍ବା ପୁଷ୍ଟିହୀନତା ହେତୁ ଟ୍ରାନ୍ଜୁଡେଟ୍ ହୁଏ। [୨] [୧] ଅନ୍ୟାନ୍ୟ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲାଇଜିମ୍, କିଛି ଔଷଧ, ରାଡିଏସନ ଥେରାପି କିମ୍ବା ଏସୋଫେଗସ ଫାଟିବା ଯୋଗୁ ଏହା ହୋଇପାରେ । [୧]
ସାଧାରଣତଃ ଛାତି ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୧] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଥୋରେସେଣ୍ତେସିସ କରି କିଛି ତରଳ ପଦାର୍ଥ କାଢ଼ିଦିଆଯାଏ ଓ ଏହା ଏହା ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ | [୧] ଅନ୍ତର୍ନିହିତ କାରଣ ଆଡ଼କୁ ଅଧିକ ଚିକିତ୍ସା କରାଯାଏ। [୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ 1.5 ନିୟୁତ ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି। [୧]