ତାଳଚେର ବୃହତ ତାପଜ ବିଦ୍ୟୁତ କେନ୍ଦ୍ର
ତାଳଚେର ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ର ଓଡ଼ିଶାର ଅନୁଗୋଳ ଜିଲ୍ଲାର ତାଳଚେର ସବ୍ଡିଭିଜନ୍ ଅନ୍ତର୍ଗତ କଣିହାଠାରେ ଅବସ୍ଥିତ ଓଡ଼ିଶାର ସର୍ବ ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ର ଅଟେ । ଏହା ଭାରତ ସରକାରଙ୍କ ଉପକ୍ରମ ଏନ୍ଟିପିସି Archived 2015-06-21 at the Wayback Machine. (NTPC)ର ଅଂଶବିଶେଷ । ୩,୦୦୦ ମେଗାୱାଟ୍ (MW) କ୍ଷମତା[୧] ବିଶିଷ୍ଟ ଏହି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ ସଂଯଂତ୍ରରେ ଛଅଟି ୟୁନିଟ ଅଛି । ପ୍ରତ୍ୟେକଟି ୟୁନିଟ ୫୦୦ ମେଗାୱାଟ[୨] । ୨୦୦୫ରୁ ୨୦୦୭ ଯାଏଁ ଏହା ଭାରତର ସର୍ବ ବୃହତ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ଭାବରେ ପରିଗଣିତ ଥିଲା । ଏହି ବିଦ୍ୟୁତ୍ କେନ୍ଦ୍ର ଦିନକୁ ୭୨ ନିୟୁତ ୟୁନିଟ୍ ବିଜୁଳି ଉତ୍ପାଦନ କରିପାରେ (୧୦୦% ଉପଯୋଗ ବେଳେ) । ଏଥିପାଇଁ ଏହା ଦିନକୁ ପ୍ରାୟ ୫୦,୦୦୦ ଟନ୍ କୋଇଲା ଆବଶ୍ୟକ କରେ ଯାହା ମୁଖ୍ୟତଃ ତାଳଚେର (ଲିଙ୍ଗରାଜ) ଓ କଣିହାଁ କୋଇଲା ଖଣି ଗୁଡ଼ିକରୁ ଆସିଥାଏ । ଏତେ ପରିମାଣର କୋଇଲା ଆଣିବା ପାଇଁ ଏନ୍ଟିପିସିର ନିଜର ୪୫ କିଲୋମିଟର ରେଳ ଲାଇନ (ଏମ୍ ଜି ଆର୍ ବା ମେରି ଗୋ ରାଉଣ୍ଡ୍), ରେଳ ଇଞ୍ଜିନ ତଥା ପ୍ରାୟ ୨୫୦ ୱାଗନ୍ ଅଛି । ଅତୀତରେ (୨୦୦୯-୨୦୧୪) କୋଇଲା ଅଭାବ ସମୟରେ ବିଦେଶରୁ (ଇଣ୍ଡୋନେସିଆ) ଆମଦାନୀ କୋଇଲା ମଧ୍ୟ ଉପଯୋଗ କରାଯାଇଥିଲା । ବ୍ରାହ୍ମଣୀ ନଦୀ ଉପର ଅବସ୍ଥାପିତ ସମଲ ବ୍ୟାରେଜ୍ରୁ ଏହି ସଂଯଂତ୍ର ନିମନ୍ତେ ଜଳ ଆସିଥାଏ । ଏଠାରୁ ଦିନକୁ ପ୍ରାୟ ୧୮,୦୦୦ ଟନ୍ ପାଉଁଶ ବାହାରିଥାଏ, ଯାହା ମୁଖ୍ୟତଃ ୫ କିଲୋମିଟର ଦୂରରେ ଥିବା ଆସ୍ ଡାଇକ୍କୁ (ପାଉଁଶ ବନ୍ଧ) ଯାଇଥାଏ ।
ଇତିହାସ
ସମ୍ପାଦନା୧୯୮୯ ଜୁନ୍ ମାସ ୨୩ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେତେବେଳେ ଏହି ଅଞ୍ଚଳ ଏକ ଦୁର୍ଗମ ଇଲାକା ଥିଲା । ନିର୍ମାଣ କାର୍ଯ୍ୟ ସେହି ୧୯୮୯ରୁ ଆରମ୍ଭ ହୋଇଥିଲା । ପ୍ରଥମେ ଏନ୍ଟିପିସି ତଥା ଅନ୍ୟ ନିର୍ମାଣକାରୀ ସଂସ୍ଥାମାନଙ୍କ କର୍ମଚାରୀମାନେ ତାଳଚେରଠାରେ ରହୁଥିଲେ, ପରେ ବିଜିଗୋଳ-ରଙ୍ଗବେଡା ଗ୍ରାମ ନିକଟବର୍ତ୍ତୀ ଅସ୍ଥାୟୀ ଟାଉନ୍ସିପ୍ ନିର୍ମିତ ହେଲାପରେ ସେଠାରେ ରହିଲେ । ପ୍ରଥମ ପର୍ଯ୍ୟାୟ ନିମନ୍ତେ ବଏଲର୍, ଟର୍ବାଇନ୍ ଓ ଜେନେରଟର ଉପକରଣ ଗୁଡ଼ିକ ୟୁରୋପୀୟ ଦେଶମାନଙ୍କରୁ (ଫ୍ରାନ୍ସ ତଥା ଜର୍ମାନୀ) ଆମଦାନୀ ହୋଇଥିଲା । ଷ୍ଟେନ୍ ଇଣ୍ଡଷ୍ଟ୍ରି ଏବଂ ଏବିବି (ବର୍ତ୍ତମାନ ଜୀଈ-ଆଲ୍ସ୍ତୋମ୍) ସେହି ଉପକରଣ ଗୁଡ଼ିକର ନିର୍ମାତା ଥିଲେ । ପ୍ରଥମ ପର୍ଯ୍ୟାୟର (୨x ୫୦୦ MW) ନିର୍ମାଣ ୧୯୯୫ରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ (୪ x ୫୦୦ MW) ୧୯୯୯ରେ ଆରମ୍ଭ ହୋଇ ୨୦୦୫ ମସିହାରେ ସମାପ୍ତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟର ମୁଖ୍ୟ ଉପକରଣ ସବୁ ବିଏଚ୍ଇଲ୍ (BHEL) ଯୋଗାଇଥିଲେ ।
ଅନ୍ୟାନ୍ୟ ତଥ୍ୟ
ସମ୍ପାଦନାତାଳଚେର ବୃହତ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରଥମ ଚରଣରେ (1000 ମେଗାୱାଟ) ଉତ୍ପାଦିତ ହୋଇଥିବା ବିଦ୍ୟୁତ୍ ମୁଖ୍ୟତଃ ଓଡ଼ିଶା, ବିହାର୍, ପଶ୍ଚିମ ବଂଗ, ଆସାମ , ଉତ୍ତର ପୂର୍ବ ରାଜ୍ୟ ମାନଂକୁ ପଠାଯାଇଥାଏ । ଏହି ପ୍ରଥମ ଚରଣରେ ଓଡ଼ିଶାର ଭାଗ ମାତ୍ର 30% ଅର୍ଥାତ 300 ମେଗାୱାଟ। ଦ୍ୱିତୀୟ ଚରଣ (2000 ମେଗାୱାଟ କ୍ଷମତା) ଉତ୍ପାଦନରୁ ବିଜୁଳି ମୁଖ୍ୟତଃ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ପଠାଯାଇଥାଏ । ଓଡ଼ିଶାର ଭାଗ ଏଥିରେ ମାତ୍ର ୧୦% ଅର୍ଥାତ ୨୦୦ ମେଗାୱାଟ । ଦ୍ୱିତୀୟ ଚରଣରୁ ଦକ୍ଷିଣ ଭାରତର ରାଜ୍ୟମାନଂକ୍ନୁ ବିଦ୍ୟୁତ୍ ସରବରାହ (ଟ୍ରାଂସମିଶନ୍) କରିବା ନିମଂତେ ଭାରତୀୟ ପାୱାରଗ୍ରୀଡ୍ କର୍ପୋରସନଙ୍କ ୧୪୫୦ କିମି ଦୀର୍ଘ କଣିହା-କୋଲାର (କର୍ଣାଟକ) ± ୫୦୦ କିଲୋ ଭୋଲ୍ଟ ଏଚ୍ଭିଡିସି ଟ୍ରାଂସମିଶନ୍ ଲାଇନ ବ୍ୟବହୃତ ହୋଇଥାଏ [୩] ।
ଏଠାରେ ମଧ୍ୟ ସମୁଦାୟ ୧୦ମେଗାୱାଟ ବିଶିଷ୍ଟ ସୌର ଶକ୍ତି ଉତ୍ପାଦନ କେଂଦ୍ର ଅଛି, ଯାହାକି ୨୦୧୪ ମସିହାରେ କାର୍ଯ୍ୟକାରୀ ହୋଇଥିଲା[୪] ।
ଆଧାର
ସମ୍ପାଦନା- ↑ "The top 10 biggest thermal power plants in India". Power Technology. Retrieved 28 February 2016.
- ↑ "Talcher Kaniha". Archived from the original on 9 July 2016. Retrieved 18 July 2016.
- ↑ "Talcher–Kolar HVDC system". Retrieved 20 July 2016.
- ↑ "Commercial Declaration of 10 MW Solar Plant in NTPC, Talcher (Kaniha)". Archived from the original on 25 February 2017. Retrieved 20 July 2016.
{{cite web}}
:|first=
missing|last=
(help)