ସ୍ଵୟଂଭୂନାଥ

(Swayambhunathରୁ ଲେଉଟି ଆସିଛି)


ସ୍ଵୟଂଭୂନାଥ (କିମ୍ବା, ସ୍ଵୟଂଭୂ ସ୍ତୁପ) କାଠମାଣ୍ଡୁ ସହରର ପଶ୍ଚିମ ଦିଗରେ ଏକ ପାହାଡ ଉପରେ ଅବସ୍ଥିତ ଏକ ପ୍ରାଚୀନ ବୌଦ୍ଧ ସ୍ତୁପ | ବୌଦ୍ଧ ଧର୍ମର ଅନୁଗାମୀ ନେବାରି ଲୋକଙ୍କ ଜୀବନ ତଥା ସଂସ୍କୃତିରେ ସ୍ଵୟଂଭୂନାଥଙ୍କର ଏକ ପ୍ରମୁଖ ସ୍ଥାନ ରହିଛି | ଏହି ଧାର୍ମିକ ସ୍ଥଳ ସେମାନଙ୍କ ପାଇଁ ସବୁଠାରୁ ପବିତ୍ର ବୌଦ୍ଧ ସ୍ଥାନ | ତିବ୍ଦତୀୟ ଲୋକ ଏବଂ ତିବ୍ଦତୀୟ ବୌଦ୍ଧ ଧର୍ମର ଅନୁଗାମୀମାନଙ୍କ ପାଇଁ ବୌଦ୍ଧନାଥଙ୍କ ପରେ ଏହା ପବିତ୍ର ଧାର୍ମିକ ସ୍ଥଳ ।[]

ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ସ୍ଵୟଂଭୂନାଥ ବିଶ୍ୱର ଅନ୍ୟତମ ଚମତ୍କାର ବୌଦ୍ଧ ତୀର୍ଥ ଅଟେ | ଏହା , କାଠମାଣ୍ଡୁ ଠାରୁ ତିନି କିଲୋମିଟର ପଶ୍ଚିମରେ ଏବଂ କାଠମାଣ୍ଡୁ ଉପତ୍ୟକାର ୭୭ ମିଟର ଉଚ୍ଚତାରେ ଏହି ସ୍ତୁପ ଅବସ୍ଥିତ | ଏହାର ଚାରିପାଖରେ ଥିବା ଆଖି ସଂପର୍କରେ ବିଶ୍ଵାସ କରାଯାଏ ଯେ ଏହି ଆଖି ଗୌତମ ବୁଦ୍ଧଙ୍କର ଯାହାଦ୍ଵାର ସେ ଚାରି ଦିଗକୁ ଚାହିଁଥାନ୍ତି |

ପୌରାଣିକ ଆଖ୍ୟାନ

ସମ୍ପାଦନା

ସ୍ଵୟଂଭୂ ପୁରାଣରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଏକଦା ସମଗ୍ର କାଠମାଣ୍ଡୁ ଉପତ୍ୟକା ଏକ ବିରାଟ ହ୍ରଦ ଥିଲା ଯାହା ପଦ୍ମ ଫୁଲରେ ପରିପୂର୍ଣ୍ଣ ହୋଇଥିଲା । ଏହି ଉପତ୍ୟକା ସ୍ଵୟଂଭୂ ନାମରେ ପରିଚିତ ହେଲା ଯାହାର ଅର୍ଥ ହେଉଛି "ଆତ୍ମ-ସର୍ଜନା" ।[][]

ସ୍ଵୟଂଭୂ ପୁରାଣ ଅନୁଯାୟୀ କାଠମାଣ୍ଡୁ ଉପତ୍ୟକା ଏକଦା ଏକ ବିଶାଳ ହ୍ରଦ ହୋଇ ପାଣିରେ ପରିପୂର୍ଣ୍ଣ ହୋଇଥିଲା । ସେଠାରେ ଏକ କମଳ ଥିଲା ଯାହା ନିଜକୁ ଆଲୋକିତ କରୁଥିଲା | ମଞ୍ଜୁଶ୍ରୀ, ବୋଦ୍ଧିସତ୍ତ୍ଵଙ୍କ ଏକ ଅବତାର, ପୂଜା କରିବା ପାଇଁ ସେହି ସ୍ଥାନକୁ ଯାଇଥିଲେ । ଯେତେବେଳେ ସେ ସ୍ଥଳରେ ପହଞ୍ଚିଲେ, ତାଙ୍କର ମନେ ହେଲା ମାନବ ବସତି ପାଇଁ ସେଠାରେ ଅଧିକ ସମ୍ଭାବନା ରହିଛି । ଏହିପରିଭାବେ ମଣିଷମାନଙ୍କ ପାଇଁ ଅଧିକ ସୁଗମ କରିବା ପାଇଁ ମଞ୍ଜୁଶ୍ରୀ ସେଠାକାର ଘାସଲଟାବୁଦା କାଟି ସଫା କରିଦେଇଥିଲେ | ହ୍ରଦରୁ ଜଳ ନିଷ୍କାସିତ ହୋଇ ଉପତ୍ୟକାକୁ ସମତଳ କରି ପ୍ରସ୍ତୁତ କରିଦେଲେ | କମଳ ସ୍ଥାନରେ ସେ ଏକ ପାହାଡ଼ ଉଠାଇ ଏକ ସ୍ତୁପ ନିର୍ମାଣ କଲେ |

ପାହାଡ ଉପରକୁ ଉଠାଇବାବେଳେ ସେ ନିଜ କେଶକୁ ଛୋଟ ଛାଡିଦେବା ଉଚିତ୍ ଥିଲା କିନ୍ତୁ ଏହା ବଦଳରେ ସେ ଏହାକୁ ଲମ୍ବା କରିଦେଲେ ଏବଂ ତେଣୁ ତାଙ୍କ କେଶରେ ଉକୁଣି ବଢିବାକୁ ଲାଗିଲେ | ବିଶ୍ଵାସା କରାଯାଏ ଯେ ଏହି ମୁଣ୍ଡ ଉକୁଣିମାନେ ପରେ ମାଙ୍କଡ଼ରେ ପରିଣତ ହୋଇଥିଲେ । ଏହି ବିଶ୍ଵାସ ହେତୁ ମାଙ୍କଡମାନଙ୍କୁ ପବିତ୍ର ମନେ କରାଯାଏ | ଏହି ପବିତ୍ର ମାଙ୍କଡମାନେ ପାହାଡର ଉତ୍ତର-ପଶ୍ଚିମ ଭାଗରେ ବାସ କରନ୍ତି | ତେଣୁ ସ୍ଵୟଂଭୂନାଥ ମନ୍ଦିର ମାଙ୍କଡ଼ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା |

ବୌଦ୍ଧବାଦ

 
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

 
Swayambhunath in 1877

ଇତିହାସ

ସମ୍ପାଦନା

ସ୍ଵୟଂଭୂନାଥ ମନ୍ଦିର ନେପାଳର ସର୍ବ ପୁରାତନ ଧାର୍ମିକ ସ୍ଥାନମାନଙ୍କ ମଧ୍ୟରେ ଅନ୍ୟତମ | ଗୋପାଳରାଜବଂଶାବଳୀ ଅନୁଯାୟୀ, ଏହା ରାଜା ଭାସାଦେଭାଙ୍କ ଦ୍ଵାରା ପଞ୍ଚମ ଶତାବ୍ଦୀର ପ୍ରାରମ୍ଭରେ ପ୍ରତିଷ୍ଠିତ ହୋଇଥିଲା । ଏହି ସ୍ଥଳରୁ ମିଳୁଥିବା ଏକ ଭଗ୍ନ ଶୀଳାଲିପିରୁ ଏହା ଜଣାଯାଏ ଯେ ରାଜା ଭ୍ରାସଦେବ 640 C.E.ଖ୍ରୀଷ୍ଟାବ୍ଦରେ ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।[]

ପ୍ରକାଶ ଥାଉକି, ସମ୍ରାଟ ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଏହି ସ୍ଥାନ ପରିଦର୍ଶନ କରି ପାହାଡ ଉପରେ ଏକ ମନ୍ଦିର ନିର୍ମାଣ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଧ୍ୱଂସ ହୋଇଯାଇଥିଲା ।

ପଞ୍ଚଦଶ ଶତାବ୍ଦୀରେ, ଭାରତୀୟ ବୌଦ୍ଧ ଭିକ୍ଷୁ ତଥା ଗୌତମ ବୁଦ୍ଧଙ୍କ ପ୍ରମୁଖ ଶିଷ୍ୟ ସାରିପୁତ୍ତ ଏହି ସ୍ତୁପର ପୁନଃ-ନିର୍ମାଣର ନେତୃତ୍ୱ ନେଇଥିଲେ ଯାହା ସେହି ସମୟରେ ଏକ ଖରାପ ଅବସ୍ଥାରେ ଥିଲ । ଏହି ପ୍ରୟାସରେ ତାଙ୍କୁ ମଲ୍ଲ ରାଜବଂଶର ଜଣେ ରାଜା ସାହାଯ୍ୟ କରିଥିଲେ । ଯଦିଓ ଏହି ସ୍ଥାନଟି ବୌଦ୍ଧସ୍ଥଳ ବୋଲି ବିବେଚନା କରାଯାଏ, ତଥାପି ଏହି ସ୍ଥାନଟି ଉଭୟ ବୌଦ୍ଧ ଏବଂ ହିନ୍ଦୁମାନଙ୍କ ଦ୍ୱାରା ପୂଜିତ ହୋଇଥାଏ |

ଶିଳ୍ପକଳା

ସମ୍ପାଦନା

ଏହି ସ୍ତୁପର ମୂଳଭାଗ ଏକ ଗମ୍ବୁଜାକାର ଆକୃତି ଉପରେ ଏକ କୋଣାକାର ସ୍ତମ୍ଭ ଉଭା ଯାହାର ଚାରି ଦିଗ ବୁଦ୍ଧଙ୍କ ଆଖିରେ ଚିତ୍ରିତ | ଘନକ୍ଷେତ୍ରର ଚାରି ପାର୍ଶ୍ଵରେ ପଞ୍ଚକୋଣୀୟ ତୋରଣ ଶୋଭା ପାଉଛି । ତୋରଣ ନିମ୍ନ ଭାଗରେ ଏବଂ ଉପରେ ତ୍ରୟୋଦଶ ସ୍ତରର ଆସ୍ତରଣ ରହିଛି | ପ୍ରତି ସ୍ତର ଉପରେ ଏକ ଛୋଟ ସ୍ଥାନ ଅଛି ଯାହା ଉପରେ ଗଜୁର (ମନ୍ଦିରର ଶୀର୍ଷ ଭାଗ) ଶୋଭା ପାଉଛି |

ସ୍ତୁପ ମୂଳ ଭାଗରେ ପାଞ୍ଚଟି କ୍ଷୁଦ୍ର ବୌଦ୍ଧ ମନ୍ଦିର ଅଛି ଏବଂ ସମସ୍ତ ମନ୍ଦିର ଭିତରେ ବୁଦ୍ଧ ମୂର୍ତ୍ତି ରହିଅଛି | ସମାନ ଆକାରର ପାଞ୍ଚଟି ତାରା ମନ୍ଦିର ଏଠାରେ ରହିଅଛି କିନ୍ତୁ ସେଥିମଧ୍ୟରୁ କେବଳ ଚାରିଟିରେ ପ୍ରକୃତରେ ତାରା ମୂର୍ତ୍ତି ରଖାଯାଇଥିବା ବେଳେ ଅବଶିଷ୍ଟ ଧବଳ ତାରାର ମନ୍ଦିରଟି ଖାଲି ଅଛି |[]

ନବୀକରଣ

ସମ୍ପାଦନା

ମେ 2010 ରେ ଏହି ସ୍ତୁପକୁ ସମ୍ପୂର୍ଣ୍ଣ ରୂପେ ନବୀକରଣ କରାଯାଇଥିଲା । ଏହା ଥିଲା ୧୯୨୧ରୁ ଏହାର ପ୍ରଥମ ପ୍ରମୁଖ ନବୀକରଣ । ୨୦ କିଲୋଗ୍ରାମ ସୁନା ବ୍ୟବହାର କରି ଏହି ମନ୍ଦିରକୁ ପୁନର୍ବାର ସ୍ଵର୍ଣ୍ଣ ଆଛାଦନ ଦ୍ଵାରା ଅଳଂକରଣ କରାଯାଇଥିଲା | ଏହି ନବୀକରଣ ନିମିତ୍ତ କାଲିଫର୍ନିଆର ତିବ୍ଦତୀୟ ନିଙ୍ଗମା ଧ୍ୟାନ କେନ୍ଦ୍ର ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା ଏବଂ ଏହି କାର୍ଯ୍ୟ ଜୁନ୍ ୨୦୦୮ରେ ଆରମ୍ଭ ହୋଇଥିଲା ।[]

ବିଭିନ୍ନ କାରଣରୁ ବିଭିନ୍ନ ସମୟରେ ଏହି ମନ୍ଦିର ପ୍ରାକୃତିକ ବିପର୍ଯ୍ୟରେ କ୍ଷତିଗ୍ରସ୍ତ ହୋଇଥିଲା । ୧୪ ଫେବୃଆରୀ ୨୦୧୧ ଦିନ ପ୍ରାୟ ୫ଟା ସମୟରେ ସ୍ ସ୍ଵୟଂଭୁନାଥ ଐତିହ ଅଞ୍ଚଳର ପ୍ରତାପୁର ମନ୍ଦିର ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଥିଲା । ଏପ୍ରିଲ୍ ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପରେ ସ୍ଵୟଂଭୁନାଥ ପରିସରରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି । ଏହି ପରିସରରେ ନବୀକରଣ ପ୍ରକ୍ରିୟା ଚାଲିଛି ।[]

ଗ୍ୟାଲେରୀ

ସମ୍ପାଦନା
  1. ୧.୦ ୧.୧ ୧.୨ "Oldest pilgrimage site of Nepal: Swayambhunath". www.nepal-tibet-buddhas.com (in ଇଂରାଜୀ). Retrieved 2024-11-25.
  2. Allione, Tsultrim (1986). Women of Wisdom. London: Arkana. xxxiii. ISBN 1-85063-044-5.
  3. Shaha, Rishikesh. Ancient and Medieval Nepal. (1992), p. 122. Manohar Publications, New Delhi. ISBN 81-85425-69-8.
  4. "Map of Swoyambhu Stupa premises". Swoyambhu Stupa (in ଆମେରିକୀୟ ଇଂରାଜୀ). Retrieved 2024-11-25.
  5. "Oldest Buddhist monument gets a makeover in Nepal- Hindustan Times". web.archive.org. 2010-06-17. Archived from the original on 2010-06-17. Retrieved 2024-11-25.