ସାରିପୁତ୍ତ (ସାରିପୁତ୍ର), ଗୌତମ ବୁଦ୍ଧଙ୍କ ଦୁଇ ପ୍ରମୁଖ ଶିଷ୍ୟଙ୍କ ମଧ୍ୟରୁ ଅନ୍ୟତମ । ବୌଦ୍ଧ ଧର୍ମରେ ତାଙ୍କର ପଟୁତା ନିମନ୍ତେ ସେ ବେଶ ଜଣାଶୁଣା ଏବଂ କୁହାଯାଏ ସେ ତାଙ୍କର ଜ୍ଞାନ ବଳରେ ନିର୍ବାଣ ଲାଭ କରିପାରିଥିଲେ । ସେ ଏବଂ ମହାମୌଦଗଲ୍ୟାୟନ ନାମରେ ତାଙ୍କର ଆଉ ଜଣେ ବନ୍ଧୁ ଉଭୟେ ଗୋଟିଏ ଦିନରେ ହିଁ ଗୃହତ୍ୟାଗ ପୂର୍ବକ ସନ୍ୟାସ ଗ୍ରହଣ କରିନେଇଥିଲେ । କିଛି ଦିନ ଗୁରୁଙ୍କ ଅନ୍ୱେଷଣରେ ଭ୍ରମଣ କରିବା ପରେ ସେ ଦୁହେଁ ବୌଦ୍ଧଧର୍ମ ଗ୍ରହଣ ପୂର୍ବକ ବୁଦ୍ଧଙ୍କ ଶରଣାପନ୍ନ ହୋଇଥିଲେ । ବୁଦ୍ଧଙ୍କ ଦୁଇ ପ୍ରମୁଖ ଶିଷ୍ୟ ସାରିପୁତ୍ତ ଓ ମହାମୌଦଗଲ୍ୟାୟନ ଦୁଇଜଣ ଶିଷ୍ୟଙ୍କ ମଧ୍ୟରୁ ସାରିପୁତ୍ତ ନିଜର ଜ୍ଞାନ ପାଇଁ ଥିଲେ ବୁଦ୍ଧଙ୍କର ଅଧିକ ପ୍ରିୟ । ଏପରିକି ବୁଦ୍ଧଦେବ ତାଙ୍କୁ ଧର୍ମ ସେନାପତି ନାମକ ଉପାଧୀରେ ଭୂଷିତ କରିଥିଲେ ।[୧] ବୁଦ୍ଧଦେବଙ୍କ ମୃତ୍ୟୁର କିଛି ନ୍ଦିନ ପୂର୍ବରୁ ହିଁ ସାରିପୁତ୍ତଙ୍କ ମୃତ୍ୟୁ ଘଟିଥିଲା ।[୨]

ଆଧାର ସମ୍ପାଦନା

  1. "Beginnings: The Pali Suttas" (PDF). www.urbandharma.org. Retrieved 19 January 2020.
  2. Desk, Nirvana. "The life of Sāriputta - Nirvana Peace". www.nirvanapeace.com (in english). Archived from the original on 11 August 2014. Retrieved 19 January 2020.{{cite web}}: CS1 maint: unrecognized language (link)