ପ୍ରାଇମେରୀ ଆଲଡୋଷ୍ଟେରୋନିଜମ
ପ୍ରାଇମେରୀ ଆଲଡୋଷ୍ଟେରୋନିଜମ, ବା ପ୍ରାଇମେରୀ ହାଇପରଆଲଡୋଷ୍ଟେରୋନିଜମ ବା କନ ସିଣ୍ଡ୍ରୋମ, ଏକ ରୋଗ ଯେଉଁଥିରେ ଆଡ୍ରେନାଲ ଗ୍ରନ୍ଥିରୁ ଅତ୍ୟଧିକ ଆଲଡୋଷ୍ଟିରନ କ୍ଷରିତ ହୁଏ ; ଫଳରେ ରେନିନ ମାତ୍ରା କମିଯାଏ । ଏହାଦ୍ୱାରା କେତେକ ଲକ୍ଷଣ ପ୍ରକାଶ ପାଏ । [୧] ଅଧିକାଂଶ ଲୋକଙ୍କର ଉଚ୍ଚ ରକ୍ତଚାପ ହୁଏ, ଦୃଷ୍ଟିଶକ୍ତି କମିଯାଏ ଓ ମୁଣ୍ଡବଥା ହୁଏ । [୧][୨] ବେଳେବେଳେ ମାଂସପେଶୀର ଦୁର୍ବଳତା ଅଥବା ସ୍ପାଜମ ହୁଏ, ଅତ୍ୟଧିକ ପରିସ୍ରା ହୁଏ ଓ ଝିମଝିମ ହୁଏ । [୧] ରୋଗ ଜଟିଳ ହେଲେ ହୃତପିଣ୍ଡ ରକ୍ତନଳୀ ରୋଗ ହୁଏ ଯେପରିକି ଷ୍ଟ୍ରୋକ, ହୃଦଘାତ, ବୃକ୍କ ଫେଲ ଓ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ । [୩][୪]
ପ୍ରାଇମେରୀ ହାଇପରଆଲଡୋଷ୍ଟେରୋନିଜମ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*] |
ଆଇସିଡ଼ି-୧୦ | E26.0 |
ଆଇସିଡ଼ି-୯-ସିଏମ୍ | 255.1 |
ରୋଗ ଡାଟାବେସ | 3073 |
ମେଡ଼ିସିନ-ପ୍ଲସ | 000330 |
ଇ-ମେଡ଼ିସିନ | med/432 |
MeSH | D006929 |
ପ୍ରାଇମେରୀ ଆଲଡୋଷ୍ଟେରୋନିଜମ ରୋଗର ଅନେକ ଗୁଡ଼ିଏ କାରଣ ଅଛି । ପ୍ରାୟ ୬୬ % କେଶରେ ଆଡ୍ରେନାଲ ହାଇପରପ୍ଲାସିାଆଡ୍ରେନାଲ ଗ୍ରନ୍ଥି ବଢ଼ିବା ଯୋଗୁ ଓ ୩୩ % କେଶରେ ଆଡ୍ରେନାଲ ଆଡେନୋମା ଯୋଗୁ ହୁଏ ଯେଉଁଥିରେ ଅଧିକ ଆଲଡୋଷ୍ଟିରନ କ୍ଷରଣ ଅଧିକ ହୁଏ । [୧] ଅନ୍ୟାନ୍ୟ ଅସାଧାରଣ କେଶ ମଧ୍ୟରେ ଆଡ୍ରେନାଲ କର୍କଟ ଓ ବଂଶଗତ ଫ୍ୟାମିଲିଆଲ ହାଇପରଆଲଡୋଷ୍ଟେରୋନିଜମ ରୋଗ ହୁଏ । [୫] ଏହି ରୋଗ ଚିହ୍ନଟ ନିମନ୍ତେ ଉଚ୍ଚ ରକ୍ତଚାପ ରୋଗ ଥିବା ରୋଗୀଙ୍କ ଏହି ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରନ୍ତି କିନ୍ତୁ ଅନ୍ୟ କେତେକ ସମସ୍ତ ରୋଗିଙ୍କର ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରନ୍ତି । [୩] ରକ୍ତରେ ଆଲଡୋଷ୍ଟିରନ-ରେନିନ ଅନୁପାତ କରି ତା ପରେ ଅଧିକ ନିର୍ଣ୍ଣୟକ ପରୀକ୍ଷା କରାଯାଏ । ଏକ ଚତୁର୍ଥାଂଶ ଲୋକଙ୍କର କମ ରକ୍ତ ପଟାସିୟମ ଥାଏ । ଅନ୍ତର୍ନିହିତ କାରଣ ଜାଣିବା ନିମନ୍ତେ ମେଡିକାଲ ଇମେଜିଙ୍ଗ କରାଯାଏ । [୧]
ଆଡେନୋମା ଥିଲେ ଅପରେଶନ କରି ବାହାର କରିଦେଲ କେତେକ ରୋଗୀ ଆରୋଗ୍ୟ ହୋଇଯାଆନ୍ତି । [୧] ଗୋଟୋଏ ଆଡ୍ରେନାଲ ବଢ଼ିଥିଲେ ତାହାକୁ ସମ୍ପୁର୍ଣ୍ଣ ଭାବେ କାଢ଼ିଦିଆଯାଏ । [୪] ଦୁଇଟିଯାକ ଆଡ୍ରାନାଲ ବଢ଼ିଥିଲେ ଆଲଡୋଷ୍ଟିରନ ଆଣ୍ଟାଗୋନିସ୍ଟ ଔଷଧ ଯେପରିକି ସ୍ପାରୋନୋଲାକଟୋନ କିମ୍ବା ଏପ୍ଲେରେନୋନ ଦିଆଯାଏ । [୧] ଏହା ସହିତ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଓ କମ ଲୁଣ ଖାଇବାକୁ ଉପଦେଶ ଦିଆଯାଏ । [୧][୪] ଫ୍ୟାମିଲିଆଲ ହାଇପରାଅଲଡୋଷ୍ଟିରୋନିଜମ ଥିଲେ ସ୍ଟିରଏଡ ଯେପରିକି ଡେକ୍ସାମେଥାଜୋନ ଦେଇ ଚିକିତ୍ସା କରାଯାଏ । [୧]
ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରୁ ୧୦ % ରୋଗୀଙ୍କର ପ୍ରାଇମେରୀ ଆଲଡୋଷ୍ଟେରୋନିଜମ ଥାଏ । [୧] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । ଏହି ରୋଗ ୩୦ରୁ ୫୦ ବର୍ଷ ବୟସରେ ଆରମ୍ଭ ହୁଏ । [୬] ଆମେରିକାର ଜଣେ ଅନ୍ତସ୍ରାବୀ ବିଶେଷଜ୍ଞ ଜେରୋମ କନ (୧୯୦୭-୧୯୯୪) ପ୍ରଥମେ କନ ସିଣ୍ଡ୍ରୋମ ବିଷୟରେ ଆଲୋକପାତ କରିଥିବାରୁ ତାଙ୍କ ନାମ ଅନୁସାରେ ଏହି ରୋଗର ନାମକରଣ ହୋଇଛି । [୭][୮]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Schirpenbach, C; Reincke, M (March 2007). "Primary aldosteronism: current knowledge and controversies in Conn's syndrome". Nature clinical practice. Endocrinology & metabolism. 3 (3): 220–7. PMID 17315030.
- ↑ "Primary hyperaldosteronism (Conn's syndrome or aldosterone-producing adrenal tumor)". Archived from the original on 19 April 2015. Retrieved 8 April 2015.
- ↑ ୩.୦ ୩.୧ Stowasser, M; Taylor, PJ; Pimenta, E; Ahmed, AH; Gordon, RD (May 2010). "Laboratory investigation of primary aldosteronism". The Clinical biochemist. Reviews / Australian Association of Clinical Biochemists. 31 (2): 39–56. PMID 20498828.
- ↑ ୪.୦ ୪.୧ ୪.୨ "Primary hyperaldosteronism (Conn's syndrome or aldosterone-producing adrenal tumor)". Archived from the original on 28 March 2015. Retrieved 8 April 2015.
- ↑ "Primary hyperaldosteronism (Conn's syndrome or aldosterone-producing adrenal tumor)". Archived from the original on 9 April 2015. Retrieved 8 April 2015.
- ↑ Hubbard, Johnathan G.H.; Inabnet, William B.; Heerden, Chung-Yau Lo (2009). Endocrine surgery principles and practice. London: Springer. p. 367. ISBN 9781846288814.
- ↑ Conn JW, Louis LH (1955). "Primary aldosteronism: a new clinical entity". Trans. Assoc. Am. Physicians. 68: 215–31, discussion, 231–3. PMID 13299331.
- ↑ Williams, Gordon H. (2009). Textbook of nephro-endocrinology. Amsterdam: Academic. p. 372. ISBN 9780080920467.