ପ୍ରେଡନିସୋଲୋନ

(Prednisoloneରୁ ଲେଉଟି ଆସିଛି)

ପ୍ରେଡନିସୋଲୋନ (ଇଂରାଜୀ ଭାଷାରେ Prednisolone) ଏକ କର୍ଟିକୋସ୍ଟିରଏଡ (steroid medication) ଯାହା କେତେକ ଆଲର୍ଜି, ପ୍ରଦାହ ରୋଗ ସମୂହ (inflammatory conditions), ଅଟୋଇମ୍ମ୍ୟୁନ ରୋଗ ସମୂହ (autoimmune disorders) ଓ କର୍କଟ ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[୧][୨] ଏହା ବ୍ୟତୀତ ଆଡ୍ରେନୋକର୍ଟିକାଲ ଇନସଫିସିଏନ୍‌ସି (adrenocortical insufficiency), ହାଇପରକ୍ୟାଲସେମିଆ, ରିଉମାଟଏଡ ଆର୍ଥ୍ରାଇଟିସ, ଚର୍ମ ପ୍ରଦାହ, ଚକ୍ଷୁ ପ୍ରଦାହ, ଆଜ୍‌ମାମଲ୍ଟିପ୍ଲ ସ୍କ୍ଲେରୋସିସ ଇତ୍ୟାଦି ରୋଗମାନଙ୍କରେ ମଧ୍ୟ ଦିଆଯାଏ ।[୨] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein), ପାଟିରେ, ଚମ ମଲମ ଆକାରରେ ଓ ଆଖି ଡ୍ରପ (eye drops) ଆକାରରେ ଦିଆଯାଏ ।[୩]

ପ୍ରେଡନିସୋଲୋନ
Clinical data
Trade namesmany
Synonyms11,17-Dihydroxy-17-(2-hydroxyacetyl)-10,13-dimethyl-6,7,8,9,10,11,12,13,14,15,16,17-dodecahydrocyclopenta[a] phenanthren-3-one
AHFS/Drugs.commonograph
MedlinePlusa682794
data
Pregnancy
category
  • AU: A
  • US: C (Risk not ruled out)
ATC code
Legal status
Legal status
Pharmacokinetic data
Elimination half-life2-3 hours
Excretionurine
Identifiers
  • (11β)-11,17,21-Trihydroxypregna-1,4-diene-3,20-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.020 Edit this at Wikidata
Chemical and physical data
FormulaC21H28O5
Molar mass360.444 g/mol
3D model (JSmol)
  • O=C\1\C=C/[C@]4(/C(=C/1)CC[C@@H]2[C@@H]4[C@@H](O)C[C@@]3([C@@](O)(C(=O)CO)CC[C@@H]23)C)C
  • InChI=1S/C21H28O5/c1-19-7-5-13(23)9-12(19)3-4-14-15-6-8-21(26,17(25)11-22)20(15,2)10-16(24)18(14)19/h5,7,9,14-16,18,22,24,26H,3-4,6,8,10-11H2,1-2H3/t14-,15-,16-,18+,19-,20-,21-/m0/s1 checkY
  • Key:OIGNJSKKLXVSLS-VWUMJDOOSA-N checkY
  (verify)

ପ୍ରେଡନିସୋଲୋନର ପାର୍ଶ୍ୱ ପ୍ରତିକ୍ରିୟାରେ ସାମୟିକ ଅଇ ଓ ଥକ୍କା ଅନୁଭବ ହୁଏ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାୟ ୫% ଲୋକଙ୍କର ମାନସିକ ସମସ୍ୟା ଦେଖାଯାଏ ।[୪] ଦୀର୍ଘକାଳ ବ୍ୟବ‌ହାର କଲେ ସାଧାରଣଃ ଅସ୍ଥି କ୍ଷୟ, ଦୂର୍ବଳତା, କ୍ୟାଣ୍ଡିଡିଆସିସ୍ ଓ ସ‌ହଜ ଆଘାତ/ବ୍ରୁଇ ହୁଏ ।[୨] ଗର୍ଭସ୍ଥ ଶିଶୁକୁ ହାନୀ ହୁଏ ଦୀର୍ଘକାଳ ଧରି ଏହା ବ୍ୟବ‌ହାର କଲେ ବା ଗର୍ଭାବସ୍ଥାର ପ୍ରଥମ ଭାଗରେ କିନ୍ତୁ ଶେଷ ଭାଗରେ ଅଳ୍ପ ଦିନର ବ୍ୟବ‌ହାରରେ ବିପଦ ନ ଥାଏ । [୫] ପ୍ରେଡନିସୋଲୋନ ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଯାହା ହାଇଡ୍ରୋକର୍ଟିଜୋନରୁ (hydrocortisone ବା cortisol) ତିଆରି ହୁଏ । [୬]

ସନ ୧୯୫୫ରେ ପ୍ରେଡନିସୋଲୋନ ଆବିଷ୍କୃତ ହୋଇ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୨ ଆମେରିକୀୟ ଡଲାର ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. pp. 53–54. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ ୨.୩ "Prednisolone". The American Society of Health-System Pharmacists. Retrieved 8 December 2016.
  3. "Search results - (eMC)". www.medicines.org.uk. Retrieved 13 December 2016.
  4. "Pevanti 10mg Tablets - Summary of Product Characteristics (SPC) - (eMC)". www.medicines.org.uk. 1 December 2014. Archived from the original on 20 December 2016. Retrieved 13 December 2016.
  5. "Prednisolone Use During Pregnancy | Drugs.com". www.drugs.com. Retrieved 13 December 2016.
  6. ୬.୦ ୬.୧ Kim, Kyu-Won; Roh, Jae Kyung; Wee, Hee-Jun; Kim, Chan (2016). Cancer Drug Discovery: Science and History (in ଇଂରାଜୀ). Springer. p. 169. ISBN 9789402408447.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Prednisolone". International Drug Price Indicator Guide. Retrieved 8 December 2016.[permanent dead link]