ପି. କେ. ବାଲାସୁବ୍ରମଣ୍ୟନ

(P. K. Balasubramanyanରୁ ଲେଉଟି ଆସିଛି)

ପେରୁଭିମ୍ବା କୃଷ୍ଣ ଆୟାର ବାଲାସୁବ୍ରମଣ୍ୟନ (ପି. କେ. ବାଲାସୁବ୍ରମଣ୍ୟନ) (ଜନ୍ମ ୨୮ ଅଗଷ୍ଟ ୧୯୪୨) ଭାରତୀୟ ସୁପ୍ରିମ କୋର୍ଟର ପୂର୍ବତନ ନ୍ୟାୟାଧୀଶ, ଯିଏ ଆଗଷ୍ଟ ୨୦୦୪ଠାରୁ ଆଗଷ୍ଟ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟରତ ଥିଲେ ।[] ଏହାର ପୂର୍ବରୁ, ବାଳାସୁବ୍ରମଣ୍ୟନ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଥିଲେ । ସେ ନିୟମିତ ଭାବରେ Outlook Magazine ପାଇଁ ଲେଖାଲେଖି କରନ୍ତି । ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଦକ୍ଷିଣ ରେଲପଥ ଏବଂ Cast Constructions P Ltd ନାମକ ଏକ କମ୍ପାନୀ ମଧ୍ୟରେ ଏକ ବିବାଦ ସମାଧାନ କରିବା ପାଇଁ ତାଙ୍କୁ ଜଣେ ସ୍ୱାଧୀନ ଆର୍ବିଟ୍ରେଟର ଭାବେ ନିଯୁକ୍ତ କରାଯାଇଥିଲା ।[]

ପି. କେ. ବାଳାସୁବ୍ରମଣ୍ୟନ
19th Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
5 December 2001 – 10 March 2003
ପୂର୍ବ ଅଧିକାରୀN. Y. Hanumanthappa
ପର ଅଧିକାରୀସୁଜିତ ବର୍ମନ ରାୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-08-28) ୨୮ ଅଗଷ୍ଟ ୧୯୪୨ (ବୟସ ୮୨)

ଅଗଷ୍ଟ ୨୮, ୧୯୪୨ରେ ଜନ୍ମିତ ବାଳାସୁବ୍ରମଣ୍ୟନ୍‌ ମାଡ୍ରାସ୍ ବାର୍ କାଉନସେଲର ସଭ୍ୟ ଭାବେ ଅକ୍ଟୋବର ୫, ୧୯୬୪ରେ ଯୋଗ ଦେଇଥିଲେ । ସେ କେରଳ ଉଚ୍ଚନ୍ୟାୟାଳୟରେ ଦେୱାନୀ ଏବଂ ସଂବିଧାନିକ ଆଇନରେ ଓକିଲାତି ଆରମ୍ଭ କରିଥିଲେ । ସେ ଖାଦ୍ୟ ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇଁ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତ ହୋଇଥିଲେ । ସେ କେରଳ ଉଚ୍ଚନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ୪ ଜୁନ୍, ୧୯୯୨ରେ ନିଯୁକ୍ତ ହୋଇଥିଲେ ଏବଂ ସ୍ଥାୟୀ ନ୍ୟାୟାଧୀଶ ଭାବେ ୧୦ ମାର୍ଚ୍ଚ, ୧୯୯୩ରେ ନିଯୁକ୍ତ ହୋଇଥିଲେ । ସେ ୫ ଡିସେମ୍ବର, ୨୦୦୧ରେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ।[] ପରବର୍ତ୍ତୀକାଳରେ ସେ ଝାରଖଣ୍ଡ ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ୧୦.୩.୨୦୦୩ ଠାରୁ ନିଯୁକ୍ତ ହୋଇ ୨୬.୮.୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ସେ ୨୭.0୮.୨୦୦୪ ରେ ଭାରତ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ଉନ୍ନିତ ହୋଇଥିଲେ ଏବଂ ୨୮ ଅଗଷ୍ଟ, ୨୦୦୭ରେ ପଦରୁ ଅବସର ଗ୍ରହଣ କରିଥିଲେ ।

  1. "Justice P.K. Balasubramanyan | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-16.
  2. "High Court appoints arbitrator to settle dispute between firm, Southern Railway". BusinessLine (in ଇଂରାଜୀ). 2011-07-27. Retrieved 2024-12-16.
  3. "Former Chief Justices | Orissa High Court, Cuttack". www.orissahighcourt.nic.in. Retrieved 2024-12-16.