ନୋଏଡ଼ା
ନୋଏଡ଼ା (ନୋଇଡା) ଉତ୍ତର ପ୍ରଦେଶର ପଶ୍ଚିମରେ ଅବସ୍ଥିତ ଏକ ସହରାଞ୍ଚଳ ଯାହା ଜାତୀୟ ରାଜଧାନୀ କ୍ଷେତ୍ରର ଏକ ଅଂଶ ଅଟେ । ଏହା ଦିଲ୍ଲୀର ପୂର୍ବ ପଟେ ଯମୁନା ନଦୀର ଅପର ପଟରୁ ଆରମ୍ଭ ହୋଇଛି । ଗୌତମ ବୁଦ୍ଧ ନଗର ହେଉଛି ଏହାର ଜିଲ୍ଲା ।। ବର୍ତ୍ତମାନ ଏହା ଦେଶର ସବୁଠୁ ଧନଶାଳୀ ସହରାଞ୍ଚଳ ଭିତରୁ ଗୋଟିଏ । ଏହା ନୋଏଡ଼ା ଲୋକ ସଭା ତଥା ନୋଇଡା ବିଧାନ ସଭାର ଅଂଶ ଅଟେ । । ଆଜି ଏଠାରେ ଅନେକ ସଫ୍ଟ୍`ୱେୟାର କମ୍ପାନୀ ଅଛନ୍ତି, ଯେମିତି HCL, WIPRO ଇତ୍ୟାଦି।
ନୋଏଡ଼ା
नोएडा | |
---|---|
ସହର | |
Nickname: IT Capital of NCR | |
ଦେଶ | ଭାରତ |
ଜିଲ୍ଲା | ଗୌତ୍ତମ ବୁଦ୍ଧ ନଗର ଜିଲ୍ଲା |
Area | |
• ସମୁଦାୟ | 203 km2 (78 sq mi) |
Elevation | 200 m (700 ft) |
Population (2011) | |
• Total | ୬,୪୨,୩୮୧ |
• Rank | 66th |
• Density | 2,463/km2 (6,380/sq mi) |
ଭାଷା | |
• ସରକାରୀ | ହିନ୍ଦୀ ଭାଷା, ଇଂରାଜୀ |
Time zone | UTC+5:30 (IST) |
PIN | 201301/07/09 |
Telephone code | 0120 |
ଯାନବାହାନ ପଞ୍ଚୀକରଣ | UP-16 |
Website | noidaauthorityonline |
ଭୂଗୋଳ
ସମ୍ପାଦନାଇତିହାସ
ସମ୍ପାଦନା୧୯୭୬ ଏପ୍ରିଲ ୧୭ରେ ଏହା ସ୍ଥାପନା ହୋଇଥିଲା । ଏ ସହର ଆରମ୍ଭ ହେବା ଆଗରୁ ଏଠାରେ ପ୍ରାୟ ୧୦୦ଟି ଗାଁ ଥିଲା । ଏବେ ସେ ଗାଁଗୁଡିକ ନୋଇଡାରେ ମିଶିଯାଇ ସହରର ଅଂଶ ବିଶେଷ ଅଟନ୍ତି । ଏସବୁ ଭିତରେ ଅଛନ୍ତି "ଅଟ୍ଟା ", "ନିଠାରି", "ମୋରେନା", "ହାରୋଲା " ଆଦି । ବର୍ତ୍ତମାନ ଶହେ ଠୁ ଅଧିକା ସେକ୍ଟର (Sector) ହେଲାଣି । ପ୍ରଥମେ ଆରମ୍ଭ ହେଲା ବେଳେ ଏଠାରେ ଅନେକ ଶିଳ୍ପାଞ୍ଚଳ ଥିଲା, କିନ୍ତୁ ସେ ସବୁକୁ ଆବାସୀୟ କ୍ଷେତ୍ରରେ ପରିଣତ କରିଦିଆଗଲାଣି ।
ପର୍ଯ୍ୟଟନ
ସମ୍ପାଦନାନୋଏଡା ଅନେକ ସପିଂ ମଲ୍ରେ ଭରପୂର । ନୋଏଡାର ଜନ ସାଧରଣ ତଥା ବାହାରୁ ବୁଲି ଆସୁଥିବା ଅନେକ ଲୋକ ଏଠାର ମଲ୍ଗୁଡ଼ିକ ବୁଲି ଯାଆଂତି । ଗ୍ରେଟ ଇଣ୍ଡିଆ ପ୍ଲେସ (ଅଟ୍ଟା- ସେକ୍ଟର-୧୮) ମୁଖ୍ୟ ମଲ୍ ମାନଂକ ଭିତରୁ ଗୋଟିଏ । ସେକ୍ଟଋ -24ରେ ଥିବା ଇସ୍କନ୍ ମଂଦିରକୁ ଅନେକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ଆସଂତି। ଆଉ ଏକ ଦର୍ଶନୀୟ ସ୍ଥଳ ହେଉଛି ଓଖ୍ଲା ପକ୍ଷୀ ଅଭୟାରଣ୍ୟ । ଏଠାରେ ଗୋଟିଏ ଉଦ୍ଭିଦ ଉଦ୍ୟାନ (Botanical Garden) ମଧ୍ୟ ଅବସ୍ଥିତ ଅଛି । "ଦଳିତ ପ୍ରେରଣା ସ୍ଥଳ" ମଧ୍ୟ ଏକ ସୁଂଦର ଉଦ୍ୟାନ ଅଟେ, ଯେଊଁଠାରେ ଅନେକ ହାତୀ ମୂର୍ତ୍ତି ଅଛି । ଏହା ଛଡା ଅକ୍ଷରଧାମ ମଂଦିର (ଯଦିଓ ଏହା ଦିଲ୍ଲୀରେ ଅଛି) ନୋଏଡାର ଅତି ନିକଟରେ ଅବସ୍ଥିତ ।
ଆଧାର
ସମ୍ପାଦନାବାହାର ତଥ୍ୟ
ସମ୍ପାଦନା- ନୋଏଡ଼ା travel guide from Wikivoyage
- Official Website of Noida Authority
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |